ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଅନୁସାରେ, ଡ୍ରଗ୍ସ ମାମଲା ସାମ୍ନା କୁ ଆସିଛି । ପୁଣି ଏନସିବି ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି, ଡ୍ରଗ୍ସ କନେକ୍ସନର ତାର ମିଳିବା ଆରମ୍ଭ ହୋଇଛି । ଏହା ମଧ୍ୟରେ ଗୋରଖପୁର ବିଜେପି ସାଂସଦ ରବି କିଷନ ଡ୍ରଗ୍ସ କୁ ନେଇକି ସଂସଦ ରେ ସ୍ୱର ଉଠାଇଛନ୍ତି ଓ ଏନସିବିର କାମକୁ ପ୍ରସଂସା କରିଛନ୍ତି । ସମାଜସେବୀ ପାର୍ଟିର ସାଂସଦ ଓ ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ମଙ୍ଗଳବାରକୁ ସେହି କଳାକାରଙ୍କୁ ଜବାବ ଦେଇଥିଲେ ଯେଉଁମାନେ ବଲିଉଡ଼କୁ “ଏକ ଅସନା ନାଳ” କହିଥିଲେ ।
ଗୋରଖପୁରର ବିଜେପି ସାଂସଦ ତଥା ଅଭିନେତା ରବି କିଷନଙ୍କ ନାମ ନନେଇ ଜୟା ବଚ୍ଚନ କହିଥିଲେ ମୁଁ ବାସ୍ତବରେ ବହୁତ ଲଜ୍ଜିତ କି ଜଣେ ଲୋକସଭା ସାଂସଦ ବଲିଉଡ଼ ବିଷୟରେ ଏଭଳି କଥା କହୁଛନ୍ତି । “ଯେଉଁ ଥାଳିରେ ଖାଇଥାନ୍ତି ସେହି ଥାଳିରେ କ୍ଷତ କରିଥାନ୍ତି” ।

ରବି କିଷନଙ୍କ ସପକ୍ଷରେ ବାହାରିଲେ ଏହି କଳାକାର:
ଏବେ ଭୋଜପୁରୀ ଫିଲ୍ମ ଜଗତର ସୁପର ଷ୍ଟାର ଦିନେଶଲାଲ ଯାଦବ “ନିରହୁଆ” ଓ ପ୍ରସିଦ୍ଧ ଭୋଜପୁରୀ ଅଭିନେତ୍ରୀ ‘ଆମ୍ରପାଲି ଦୁବେ’ ସୋସିଆଲ ମିଡିଆରେ ଟ୍ୱିଟ କରି ରବି କିଷନଙ୍କୁ ସପୋର୍ଟ କରିଛନ୍ତି । ନିରହୁଆ ଟ୍ୱିଟ କରି ଲେଖିଛନ୍ତି ” ଗୋରଖପୁରର ମାନିନୀୟ ସାଂସଦ ବଡ଼ ଭାଇ ରବି କିଷନ କୌଣସି ଭୁଲ କହିନାହାଁନ୍ତି, କିଛି ଲୋକଙ୍କୁ ଏତେ ରାଗ କଣ ପାଇଁ ଲାଗୁଛି” ।
गोरखपुर के माननीय सांसद बड़े भैया रवि किशन जी ने कुछ गलत नहीं बोला, कुछ लोगों को इतनी मिर्ची क्यों लग रही है ? @ravikishann #IstandwithRavikisan #DrugMafiaOfBollywood
— Nirahua Hindustani (@nirahua1) September 15, 2020
ଆମ୍ରପାଲି କଲେ ପୋଷ୍ଟ:
ସେହିପରି ଆମ୍ରପାଲି ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି” ଯେଉଁ ଥାଳିରେ ଖାଉଛନ୍ତି, ସେଥିରେ କ୍ଷତ କରିନାହାନ୍ତି, ତାକୁ ସଫା ରଖୁଛନ୍ତି ଯାହା ଦ୍ଵାରା ଆଗକୁ ଆସୁଥିବା ପିଢ଼ି ଯେପରି ସ୍ୱଚ୍ଛ ଥାଳିରେ ଖାଦ୍ୟ ଖାଇପାରିବେ” ।

ଡ୍ରଗ୍ସ ବି ବଡ଼ ସଂଖ୍ୟାରେ ହେଉଛି ଚାଲାଣ:
ରବି କିଷନ ସୋମବାରକୁ ଲୋକସଭାରେ ଡ୍ରଗ୍ସ ମାମଲା ଉଠାଇଥିଲେ । ସେ କହିଥିଲେ ବଲିଉଡ଼କୁ ଡ୍ରଗ୍ସର ଅଭ୍ୟାସ ହୋଇଯାଇଛି । ବିଜେପିର ଲୋକସଭା ସାଂସଦ ରବି କିଷନ କହିଛନ୍ତି “ପାକିସ୍ତାନ ଓ ଚୀନରୁ ବଡ଼ ସଂଖ୍ୟାରେ ଡ୍ରଗ୍ସ ଚାଲାଣ ହେଉଛି” ।

ଦେଶରେ ପଞ୍ଜାବ ଓ ନେପାଳ ରାସ୍ତାରେ ଡ୍ରଗ୍ସର ଚାଲାଣ ହେଉଛି । ଯେଉଁ କାରଣରୁ ଦେଶରେ ଯୁବକମାନେ ଡ୍ରଗ୍ସର ଶିକାର ହେଉଛନ୍ତି । ସୁଶାନ୍ତଙ୍କ କେସରେ ଯାଞ୍ଚ କରୁଥିବା ଏନସିବି କୁ ବି କଲେ ପ୍ରଶଂସା ।
ଆପଣମାନେ ମଧ୍ୟ ଏହା ଜାଣିଥିବେ ବର୍ତ୍ତମାନ ଭାରତରେ ଅନେକ ଲୋକ ଏହି ଡ୍ରଗ୍ସର ଶିକାର ହେଉଛନ୍ତି । ଏହା ଦ୍ଵାରା ଯୁବ ପିଢ଼ିମାନେ ନଷ୍ଟ ହେବାରେ ଲାଗିଛନ୍ତି । ଯଦି ଏହିପରି ଚାଲିବ ଦେଶର ଭବିଷ୍ୟତ ନଷ୍ଟ ହୋଇଯିବ । ଏଥିପ୍ରତି ସରକାର ମଧ୍ୟ ଦୃଷ୍ଟି ଦେବା ଦରକର । ଡ୍ରଗ୍ସ ଯଦି ଆସିବନି ତ କେହିବି ଏହାକୁ ସେବନ କରିପାରିବେ ନାହିଁ । ତେଣୁ ଏହା ପ୍ରତି କୌଣସି କଠୋର ପଦକ୍ଷେପ ନେବା ଆବଶ୍ୟକ । ଯାହା ଦ୍ୱାରା ଏହି ଡ୍ରଗ୍ସ ବିଷରୁ ଭାରତ ମୁକ୍ତ ହୋଇପାରିବ ଏବଂ ଯୁବ ସମାଜ ଗୋଟେ ଭଲ ଲକ୍ଷ୍ୟ ଆଡ଼କୁ ଆଗ୍ରସର ହୋଇପାରିବ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।