ଇସକି ଅଛି ତ ରିସ୍କ ଅଛି: ୧୯ ବର୍ଷ ବୟସରେ ଗୋଟିଏ ଟ୍ରକରେ ଆରମ୍ଭ କରିଥିଲେ ବ୍ୟବସାୟ, ଆଜି ଏତେ କୋଟିର ମାଲିକ ।

Started business with 1 truck at the age of 19 today the founder man of crores

କୁହାଯାଇଛି କି କିଛି ଲୋକ ସମାଜରେ କିଛି ବଡ଼ କରିବା ପାଇଁ ଜନ୍ମ ନେଇଛନ୍ତି ଓ ନିଜ ବଳ ଦ୍ଵାରା ସମାଜରେ କିଛି କରିବା ପାଇଁ ଚାହିଁଥାନ୍ତି ତେବେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି । କୁହାଯାଏ ସାହସ ଓ ଏକାଗ୍ରତା ଦ୍ଵାରା ମଣିଷ କିଛିବି କରିପାରେ । ଏହି ପରି ଦୃଢ ମନବଳ ଦ୍ଵାରା ଆଜି ଜଣେ ୬୫ ବର୍ଷୀୟ ବ୍ୟକ୍ତି ଭାରତର ଜଣାଶୁଣା ଉଦ୍ୟୋଗପତି ହୋଇପାରିଛନ୍ତି। କେହି ଭାବିନଥିଲେ କି ୧୯ ବର୍ଷୀୟ ପିଲା ଯିଏକି ଆରମ୍ଭରେ ଏକ ଟ୍ରକ ସହ କାରବାର ଆରମ୍ଭ କରିଥିଲା ସିଏ ଆଜି ପରିବହନ ଉଦ୍ୟୋଗର ସବୁଠୁ ବଡ଼ ଚେହେରା ହେବ। ଆସନ୍ତୁ ଜାଣିବା କିଏ ଅଟେ ସେହି ପିଲା ।

Google
ବିଆରଏଲ ଲୋଜିଷ୍ଟିକ୍ସର ସଂସ୍ଥାପକ ବିଜୟ ସଂକେସ୍ୱର:-

ଆମେ ଆଜି କହୁଛି ବିଆରଏଲ ଲୋଜିଷ୍ଟିକ୍ସର ସଂସ୍ଥାପକ ବିଜୟ ସଂକେସ୍ୱରଙ୍କ କଥା। ଯାହାଙ୍କ ଜନ୍ମ ଉତ୍ତର କର୍ଣ୍ଣାଟକର ଏକ ମଧ୍ୟବର୍ଗ ପରିବାରରେ ହୋଇଥିଲା। ବିଜୟ ନିଜ ସାତ ଭାଇ ଭଉଣୀ ମଧ୍ୟରେ ସପ୍ତମ ସ୍ଥାନରେ ଥିଲେ।ତାଙ୍କ ପରିବାର ପ୍ରକାସନ ଓ ମୁଦ୍ରା ପୁସ୍ତକର କାରବାରରେ ସାମିଲ ଥିଲା। ମାଧ୍ୟମିକ ଶିକ୍ଷା ପୁରା ହେବା ପରେ ତାଙ୍କ ବାପା ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ଭଲ କଲେଜରେ ତାଙ୍କୁ ଭର୍ତ୍ତି କରିଦେଲେ। ତାଙ୍କ ବାପା ତାଙ୍କ ସବୁବେଳେ ପାରିବାରିକ ବ୍ୟବସାୟରେ ସାମିଲ ହେବା ପାଇଁ କହୁଥିଲେ।

୧୯ ବର୍ଷ ବୟସରେ ବିଜୟ ପରିବହନ ଉଦ୍ୟୋଗରେ ପାଦ ରଖିଲେ:-

ସ୍ନାତକ ପାଠ ପଢିସାରିବା ପରେ,ବିଜୟ ଉଦ୍ୟୋଗରେ ପାଦ ଦେଲେ। ଏହା ସହିତ ୨-୩ ଲକ୍ଷ ଟଙ୍କା ନିବେଶ କରି ଏକ ଅନ୍ୟ ବ୍ୟବସାୟ କରିବାକୁ ମଧ୍ୟ ଭାବିଲେ। ଶେଷରେ ସେ ଏକ ପରିବହନ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଲେ। ବାହାନର ସବୁଠୁ ଅଧିକ ବେଡା ରଖିବା କାରଣରୁ ବିଜୟ ଲିମକା ବୁକ ଅଫ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। ତାଙ୍କର ପରିଶ୍ରମ ବାସ୍ତବରେ ପ୍ରେରଣା ଦାୟକ।

Google
ବର୍ଷ ୧୯୭୬ରେ କିଣିଲେ ଏକ ଟ୍ରକ:-

ବର୍ଷ ୧୯୭୬ରେ ସେ ଏକ ଟ୍ରକ କିଣିଲେ ଓ ବିଆରଏଲ ଲୋଜିଷ୍ଟିକ୍ସ ନାମରେ ଏକ କମ୍ପାନୀ ଗଠନ କଲେ ଓ ଧୀରେ ଧୀରେ ବେଙ୍ଗଲୁରୁ, ହୁବଲି ଓ ବେଲଗ୍ରାମରେ ନିଜର ଟ୍ରାନ୍ସପୋର୍ଟ ସଂସ୍ଥା ବିସ୍ତାର କଲେ। ଧୀରେ ଧୀରେ କାମ କରି ସେ ବହୁତ ପଇସା କମାଇଲେ ଓ ଆଠଟି ଟ୍ରକର ମାଲିକ ହୋଇଗଲେ। ବର୍ଷ ୧୯୮୩ରେ ସେ କମ୍ପାନୀକୁ ବିଜୟାନନ୍ଦ ରୋଡ଼ଲାଇନ୍ସ ନାମରେ ପ୍ରତିଷ୍ଠା କରିଦେଲେ। ୧୯୯୦ରେ କମ୍ପାନୀର ଟର୍ନ ଓଭର ୪ କୋଟି ଟପିଗଲା।

୭୫ ମାର୍ଗରେ ଚାଲୁଛି ୪୦୦ ବସ:-

ପ୍ରାରମ୍ଭିକ ସଫଳତା ପ୍ରାପ୍ତ ପରେ ବିଜୟ କର୍ଣ୍ଣାଟକ ରାଜ୍ୟ ଭିତରେ କୋରିଅର ସେବା ଯୋଗାଇବା ପାଇଁ ଫଇସଲା କଲେ। କିଛି ବର୍ଷ ପରେ କମ୍ପାନୀ ବସ ପରିଚାଳନା ଆରମ୍ଭ କଲା ଓ ଆଜି ବିଆରଏଲ ୮ ଟି ରାଜ୍ୟରେ ୭୫ ମାର୍ଗରେ ୪୦୦ ବସ ଚଳାଉଛି। ଅଳ୍ପ ଦିନ ତଳେ ସେ ନିଜ ପୁଅ ଆନନ୍ଦ ସହିତ ମିଶି ଆଗାମୀ ୩ ବର୍ଷରେ ଏୟାର ଲାଇନ୍ସ ଉଦ୍ୟୋଗରେ ୧୩୦୦ କୋଟି ଟଙ୍କା ନିବେଶ କରିବାର ଫଇସଲା କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *