ଫାଲଗୁନ ୨୦୨୧:ଆରମ୍ଭ ହେଲା ହିନ୍ଦୁ ମାସର ଶେଷ ମାସ,ଏହି ଧାର୍ମିକ କାରଣ ପାଇଁ ଅଟେ ମହତ୍ତ୍ୱପୂର୍ଣ୍ଣ। ନିଶ୍ଚିତ ଜାଣନ୍ତୁ।

ଆଜି ବା ୨୮ ଫେବୁଆରୀରୁ ଆଗାମୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଫାଲଗୁନ ମାସ ଚାଲିବ। କହିରଖିବୁକି ଏହିମାସର ପୂର୍ଣ୍ଣିମା ତିଥି ଦିନ ଫାଲଗୁନ ନକ୍ଷେତ୍ର ହେବା କାରଣରୁ ଏହି ପୁରା ମାସର ନାମ ଫାଲଗୁନ ମାସ ରଖାଯାଇଛି। ହିନ୍ଦୁ ପଚାଙ୍ଗ ଅନୁସାରେ ଚୈତ୍ର ପ୍ରଥମ ମାସ ହୋଇଥାଏ ଓ ଫାଲଗୁନ ଶେଷ ମାସ ହୋଇଥାଏ। ହିନ୍ଦୁ ଧର୍ମରେ ଏହାକୁ ବହୁତ ଖାସ ମାସ ମାନାଯାଇଥାଏ। ଏହି ମାସରେ ମହାଶିବରାତ୍ରି ଓ ହୋଲି ଭଳି ଦୁଇଟି ମହାନ ପର୍ବ ପଡ଼ିଥାଏ।କିଛି ଦିନ ପୂର୍ବରୁ ହିଁ ବସନ୍ତଋତୁର ଆଗମନ ହୋଇଥାଏ ସେଥିପାଇଁ ପାଗ ସୁନ୍ଦର ହୋଇଯାଇଥାଏ।

Google
କେଉଁ ଦେବା ଦେବୀଙ୍କୁ ପୂଜିବାର ଅଛି ବିଧାନ:

କୌଣସି ମାସରେ ତ ସବୁ ଦେବ ଦେବୀଙ୍କୁ ପୂଜା କରିବାର ବିଧି ଅଛି କିନ୍ତୁ ଯେଉଁ ମାନଙ୍କ ଦେହ ଖରାପ ରହୁଛି ସେମାନଙ୍କୁ ଭଗବାନ ଶିବଶଙ୍କରଙ୍କ ପୂଜା କରିବାର ବିଧି ରହିଛି। କୁହାଯାଇଛିକି ଏହି ପୁରା ମାସରେ ଭଗବାନ ଶିବଙ୍କୁ ଧଳା ଚନ୍ଦନ ଅର୍ପଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।ସେହିପରି ଆର୍ଥିକ ଅଭାବକୁ ଦୂର କରିବା ପାଇଁ ମାତା ଲଷ୍ମୀଙ୍କୁ ପୂଜା କରିବା ଦରକାର।

ଶ୍ରୀକୃଷ୍ଣଙ୍କର ତିନି ରୂପର ହୋଇଥାଏ ପୂଜା:

ଫାଲଗୁନ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ପୂଜା କରିବା ଭଲ ହୋଇଥାଏ। କୁହାଯାଇଛି ଯେଉଁ ଦମ୍ପତି ସନ୍ତାନ ଚାହୁଁଛନ୍ତି ସେମାନେ ଏହି ମାସରେ ବାଳକୃଷ୍ଣଙ୍କର ପୂଜା କରିବା ଦରକାର। ପ୍ରେମ ପାଇଁ ଯୁବକ କୃଷ୍ଣ ଓ ଜ୍ଞାନ ଓ ବୈରାଗ୍ୟ ପାଇଁ ଗୁରୁକୃଷ୍ଣଙ୍କ ପୂଜା କରାଯାଇଥାଏ।କୁହାଯାଇଥାଏ ଯେଉଁମାନଙ୍କୁ ଅଧିକ ରାଗ ଆସିଥାଏ ବା ସେମାନେ ଚିଡିଚିଡି ହୋଇଥାନ୍ତି ସେମାନେ ଏହି ମାସଟା ଯାକ ଶ୍ରୀକୃଷ୍ଣଙ୍କୁ ଅବିର ଅର୍ପଣ କରିବା ଦରକାର।

Google
ଏହି କାରଣ ପାଇଁ ହୋଇଥାଏ ଚନ୍ଦ୍ରଦେବଙ୍କ ଆରାଧନା:

ଫାଲଗୁନ ମାସକୁ ଚନ୍ଦ୍ରମା ଜୟନ୍ତୀ ମାସ ମଧ୍ୟ କୁହାଯାଇଥାଏ। ସେଥିପାଇଁ ତାଙ୍କ ପୂଜା କଲେ ଲାଭ ମିଳିଥାଏ। ବ୍ୟକ୍ତିର ମନକୁ ଚନ୍ଦ୍ରମା ନିୟନ୍ତ୍ରଣ କରିଥାନ୍ତି।କୁହାଯାଇଛି ଯେଉଁମାନଙ୍କୁ ଧ୍ୟାନ କେନ୍ଦ୍ରୀତ କରିବାରେ ଅସୁବିଧା ହେଉଛି ସେମାନେ ଚନ୍ଦ୍ରମାଙ୍କୁ ଜଳ ଅର୍ପଣ କରିବା ଶୁଭ ହୋଇଥାଏ।

ମାର୍ଚ୍ଚ ମାସର ବ୍ରତ ଓ ପର୍ବ:

୨ ମାର୍ଚ୍ଚକୁ ସଂକଷ୍ଟି ଚତ୍ରୁର୍ଥୀ, ୬ ମାର୍ଚ୍ଚକୁ ଜାନକି ଜୟନ୍ତୀ, ୮ ମାର୍ଚ୍ଚକୁ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୟନ୍ତୀ, ଗୁରୁ ରାମଦାସ ଜୟନ୍ତୀ, ୯ ମାର୍ଚ୍ଚକୁ ବିଜୟ ଏକାଦଶୀ, ୧୦ ମାର୍ଚ୍ଚକୁ ପ୍ରଦୋସ ବ୍ରତ, ୧୧ ମାର୍ଚ୍ଚକୁ ମହାଶିବରାତ୍ରି, ୧୩ ମାର୍ଚ୍ଚକୁ ଫାଲଗୁନ ଅମାବାସ୍ୟା ,୧୪ ମାର୍ଚ୍ଚକୁ ମୀନ ସଂକ୍ରାନ୍ତି, ୧୫ ମାର୍ଚ୍ଚକୁ ଫୁଲେରା ଦୁଜ ପର୍ବ, ୨୧ ମାର୍ଚ୍ଚକୁ ହୋଲାଷ୍ଟୋକ ଆରମ୍ଭ ହେବ, ୨୨ ମାର୍ଚ୍ଚକୁ ଆମଲକି ଏକାଦଶୀ, ୨୬ ମାର୍ଚ୍ଚକୁ ପ୍ରଦୋଷ ବ୍ରତ, ୨୮ ମାର୍ଚ୍ଚକୁ ହୋଲିକା ଦହନ ଓ ୨୯ ମାର୍ଚ୍ଚକୁ ହୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *