ସେନ ୱାରର୍ଣ୍ଣଙ୍କର ଭିଡିଓ ଦେଖିକି ଫିର୍କୀର ଗୁଣ ଶିଖିବା ନାଗାଲାଣ୍ଡର ୧୬ ବର୍ଷର ସ୍ପିନର ଖରୀବିତ୍ସ କେଂସେଙ୍କର ନଜର ୧୮ ଫେବୃଆରୀ କୁ ହେବାକୁ ଥିବା ଆଇପିଏଲର ନିଲାମୀ ଉପରେ ସମସ୍ତ ଖେଳାଳି ମାନଙ୍କର ଧ୍ୟାନ ଟାଣିବା ଉପରେ ଅଛି। ଦୀମାପୁରର ଶୋବିମା ଗାଁରେ ଜଣେ କାରପେଣ୍ଟରର ସାତ ଜଣ ଛୁଆ ମାନଙ୍କ ଭିତରୁ ପଞ୍ଚମ ପିଲା କେଂସେଙ୍କର କହିବା କଥା କି ସେ ଆପଣା ଛାଏଁ କ୍ରିକେଟର ହେଇ ଗଲେ। ସେ ଟିଭିରେ ୱାର୍ଣ୍ଣଙ୍କର ଭିଡିଓ ଦେଖି ହିଁ ନିଜର ଗୁଣ ବାହାର କଲେ।

ଆଇପିଏଲ ନିଲାମୀରେ ତାର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ଅଛି ଆଉ କୁହା ଯାଉଛି କି ମୁମ୍ବାଇ ଆଉ ରାଜସ୍ତାନ ଦୁଇଟି ଯାକ ଟିମ ତାଙ୍କ ଉପରେ ନଜର ପକେଇକି ଅଛନ୍ତି। ଛ ମାର୍ଚ୍ଚକୁ ୧୭ ବର୍ଷ ହେଇଯିବାକୁ ଥିବା କେଂସେ ନିଲାମୀରେ ଥିବା ୨୯୨ ଖେଳାଳି ମାନଙ୍କ ଭିତରୁ ଅଛନ୍ତି। ଆଉ ସେ ଚେନାଇରେ ପିଟିଆଇ ସହ ମିଟିଂରେ କହିଲେ , ” ପ୍ରଥମେ ମୁଁ ଅଫ ସ୍ପିନ ପକାଉଥିଲି ଆଉ ପରେ ମୋ ଆଙ୍ଗୁଳି ବହୁତ ଆହତ ହେଇଗଲା ଆଉ ମୋ ପାଖରେ କେହି କୋଚ ନଥିଲେ ତେଣୁ ମୁ ଟିଭି ଆଉ ଫୋନରେ ସେନ ୱାର୍ଣଙ୍କର ଭିଡିଓ ଦେଖିବା ଆରମ୍ଭ କଲି। ସେ ଆଗକୁ କହିଲେ ,” ସେ ଯେଉଁ ପ୍ରକାର ବଲ ଟର୍ନ କରୁଥିଲେ ତାହା ମୋତେ ବହୁତ ପସନ୍ଦ ଆସିଲା ଆଉ ମୋ ପାଖରେ କେହି କୋଚ ବି ନଥିଲେ। ଜଣେ ସାର ଅଣ୍ଡର ୧୬ କ୍ରିକେଟରେ ମୋର ମାର୍ଗଦର୍ଶନ କରିବାକୁ ଥିଲେ।”
ବିଜୟ ହଜାରେ ଟ୍ରଫିରେ ନାଗାଲାଂଡ ପାଇଁ ଖେଳୁଥିବା କେଂସେ ଅରୁନାଚଳ ପ୍ରଦେଶ ବିପକ୍ଷରେ ଶୟଦ ମୁସ୍ତାକ ଅଲି ଟ୍ରଫିରେ ନିଜ ରାଜ୍ୟ ପାଇଁ ଡେବ୍ୟୁ କଲେ। ସେ ଚାରିଟି ମ୍ୟାଚରେ ସାତଟି ୱିକେଟ ନେଲେ ଆଉ ମିଜରାମ ବିପକ୍ଷରେ ଚାରିଟି ୱିକେଟ ନେଲେ। ରାଜସ୍ଥାନ ରୟାଲସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ପୂର୍ବ ବର୍ଷ ଟ୍ରାଏଲ ପାଇଁ ଡାକି ଥିଲେ।

ଆପଣଙ୍କୁ କହି ରଖୁଛୁ କି ଏଥର ଆଇପିଏଲ ଅକ୍ସନ ଚେନ୍ନାଇରେ ୧୮ ଫେବୃଆରୀକୁ ହେବାକୁ ଯାଉଛି। ଏହି ଅକ୍ସନର ୮ଟି ଟିମ ନିଜର ୧୩୯ ଖେଳାଳି ମାନଙ୍କୁ ରିଟେନ କରିଛି ଯେତେବେଳେ କି ୫୭ ଖେଳାଳି ମାନଙ୍କୁ ରିଲିଜ କରି ଦେଇଛି। ଅକ୍ସନରେ ସବୁଠୁ ଅଧିକ କିଣା କିଣି ପଞ୍ଜାବ ଟିମ କରି ପାରିବ କାରଣ ତା ପାଖରେ ୫୩.୨୦ କୋଟି ଟଙ୍କା ଅଛି। ବାଙ୍ଗାଲୋର ପାଖରେ ୩୫.୯୦ କୋଟି ଟଙ୍କା ଅଛି। ରାଜସ୍ତାନ ରୟାଲସ ୩୪.୮୫ କୋଟି ଟଙ୍କା ସହ ଅକ୍ସନରେ ପହଂଚିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।