୧୨ ବର୍ଷୀୟ କମେଡିଆନ କାର୍ତ୍ତିକେୟ ରାଜ କପିଲ ଶର୍ମାଙ୍କ ଶୋ ” ଦ କପିଲ ଶର୍ମା ଶୋ” ରେ ଧମାଲ କରୁଛନ୍ତି।କାର୍ତ୍ତିକେୟ ନିଜ କହିବା ଶୈଳି ପାଇଁ କପିଲ ଶର୍ମାଙ୍କ ଉପରେ ଭାରି ପଡ଼ିଥାନ୍ତି। ୧୨ ବର୍ଷୀୟ କାର୍ତ୍ତିକେୟଙ୍କ ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା। ପାଟନାର ଏକ ଛୋଟ ଗ୍ରାମ ସୈଦପୁରରେ ରହୁଥିବା କାର୍ତ୍ତିକେୟଙ୍କ ବାପା ମୂଲ ଲାଗି ଘର ଚଳାଇଥାନ୍ତି। ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା।

ଅନେକ ଥର ତାଙ୍କୁ ଦୁଇବେଳାର ଖାଇବା ମଧ୍ୟ ମିଳୁନଥିଲା।କେଉଁଦିନ ରୁଟି ଥିଲା ତ ତରକାରୀ ନଥିଲା । କେବେ କେବେ ଚାଉଳ ଖାଇକି ରାତି କଟାଉଥିଲେ। ଯଦି କେଉଁଦିନ ତାଙ୍କ ଘରେ ରୁଟି, ତରକାରୀ, ଭାତ ,ଡାଲି ଏକ ସଙ୍ଗେ ହୋଇଯାଉଥିଲା ସେହିଦିନକୁ କାର୍ତ୍ତିକେୟ ପାର୍ଟି ବୋଲି କହୁଥିଲେ। ଆଜି ଆମେ ଆପଣଙ୍କୁ କାର୍ତ୍ତିକେୟ ଗରିବରୁ କିପରି ଧନୀ ହେଲେ ସେହି ବିଷୟରର କହିବାକୁ ଯାଉଛୁ।
ଗରିବ ଅବସ୍ଥାରେ ମଧ୍ୟ ବାପା ପଢ଼ାଇଲେ ପାଠ:-
ଗରିବ ଥାଇ ମଧ୍ୟ କାର୍ତ୍ତିକେୟଙ୍କ ବାପା ସବୁ ଭାଇ ଭଉଣୀଙ୍କୁ ପାଠପଢାଇଥିଲେ କିନ୍ତୁ କାର୍ତ୍ତିକେୟଙ୍କର ସ୍କୁଲରେ ମନ ଲାଗୁନଥିଲା। ତାଙ୍କୁ ଖେଳ କୁଦ ଓ ମସ୍ତି ମଜାକ ପସନ୍ଦ ଥିଲା। ଏହା ଦେଖି ତାଙ୍କ ଭାଇ କାର୍ତ୍ତିକେୟଙ୍କୁ ଆକ୍ଟିଙ୍ଗ ସ୍କୁଲ ଯିବାକୁ ପରାମର୍ଶ ଦେଲେ। ତାଙ୍କୁ ସରକାରୀ ପ୍ରାପ୍ତ ଆକ୍ଟିଙ୍ଗ ସ୍କୁଲରେ ଭର୍ତ୍ତି କରାଗଲା। ଯେଉଁଠି କାର୍ତ୍ତିକେୟ ଧୀରେ ଧୀରେ ଆକ୍ଟିଙ୍ଗର ସବୁଗୁଣ ଶିଖିଗଲେ।
୨୦୧୩ରେ ହେଲା ବେଷ୍ଟ ଡ୍ରାମେଵାଜରେ ସିଲେକ୍ସନ:-
ବର୍ଷ ୨୦୧୩ରେ କାର୍ତ୍ତିକେୟଙ୍କୁ ଜି ଟିଭିର ପ୍ରସିଦ୍ଧ କମେଡି ଶୋ”ବେଷ୍ଟ ଡ୍ରାମେଵାଜ” ରେ ସିଲେକ୍ସନ ହୋଇଗଲା। ଏହି ଶୋ ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଲା। ପୁଅର ସିଲେକ୍ସନ ହେବା ଦ୍ଵାରା ପରିବାର ବହୁତ ଖୁସି ଥିଲା। ଶୋ ର ଟିମ ସିଲେକ୍ଟ ହୋଇଥିବା ସବୁ ପିଲାଙ୍କୁ କୋଲକତାର ଏକ ବଡ଼ ହୋଟେଲ ନେଇଗଲେ। ଯେଉଁଠି ତାଙ୍କୁ ଏସି ଘରେ ରଖାଯାଉଥିଲା ଓ ବହୁତ ଭଲ ଫାଇଫ ଷ୍ଟାର ହୋଟେଲ ଖାଦ୍ୟ ଖାଇବାକୁ ଦିଆଯାଉଥିଲା।
ବେଳେ ବେଳେ କାର୍ତ୍ତିକେୟ ନିଜର ଅଧା ଖାଇବା ବଞ୍ଚାଇ ଘରଲୋକଙ୍କୁ ଦେଇଆସୁଥିଲେ। ସେ ମା ଙ୍କୁ କହୁଥିଲେ ତୁମେ ଆଜି ପର୍ଯ୍ୟନ୍ତ ବଡ଼ ହୋଟେଲର ଖାଇବା ଖାଇନ ସେଥିପାଇଁ ମୁଁ ତୁମ ପାଇଁ ହୋଟେଲରୁ ଚୋରିକରି ନେଇଆସିଛି।

କପିଲ ଦେଲେ ଶୋ ରେ ଜାଗା:-
କାର୍ତିକେୟ ଯେବେ ” ବେଷ୍ଟ ଡ୍ରାମେବାଜେ”ଶୋ ର ଷଷ୍ଠ ରାଉଣ୍ଡ କରୁଥିଲେ ସେବେ କପିଲଙ୍କ ନଜର କାର୍ତିକେୟଙ୍କ ଉପରକୁ ଗଲା। ସେ କାର୍ତିକେୟଙ୍କ ଆକ୍ଟିଙ୍ଗରେ ଏତେ ପ୍ରଭାବିତ ହେଲେକି ସେ କାର୍ତ୍ତିକେୟଙ୍କୁ ନିଜ ଶୋ ର ଅଫର ଦେଇଦେଲେ। କାର୍ତ୍ତିକେୟ ରାଜ ବର୍ତ୍ତମାନ ମୁମ୍ବାଇରେ ହିଁ ରହୁଛନ୍ତି। ଏଠାରେ ତାଙ୍କ ସହ ପରିବାରର କିଛି ସଦସ୍ୟ ରହୁଛନ୍ତି ଓ ବାକି ପରିବାରର ସଦସ୍ୟ ପାଟନା ସ୍ଥିତ ଘରେ ରହୁଛନ୍ତି। କାର୍ତ୍ତିକେୟ ଅଭିନୟ ଓ ପାଠପଢ଼ା ଏକାସଙ୍ଗେ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।