ଚୀନ୍ ବିରୁଦ୍ଧରେ ଭାରତ ଏକ କଡ଼ା ଆର୍ଥିକ ନିଷ୍ପତ୍ତି ନେଇପାରେ । ଚୀନ୍ ସହିତ କରିଥିବା ପ୍ରୋଜେକ୍ଟ କୁ ନେଇ ଆଲୋଚନା ହେବ । ସେହି ପ୍ରୋଜେକ୍ଟ ସବୁକୁ ରଦ୍ଦ କରି ଦିଆଯାଇପାରେ । ଯେଉଁଥିରେ ଚୀନ୍ କମ୍ପାନୀ ଗୁଡ଼ିକ ବହୁତ୍ କ୍ଷତି ସହିପାରନ୍ତି ।ଏଥିରେ ରାପିଡ୍ ମେଟ୍ରୋ ମଧ୍ୟ ସାମିଲ ଅଛି । ଯାହାର ବିଡ୍ ଚୀନ୍ କମ୍ପାନୀକୁ ଦିଆଯାଇଛି ।
କୁହାଯାଉଛି କି ଚୀନ୍ ସୀମା ଉପରେ ବିବାଦ ପରେ ଭାରତ ସରକାର ସେହି ପ୍ରୋଜେକ୍ଟ ଉପରେ ସମୀକ୍ଷା ଆରମ୍ଭ କରିଦେଇଛନ୍ତି, ଯେଉଁ ଗୁଡ଼ିକ ଚୀନ୍ କମ୍ପାନୀ ମାନଙ୍କୁ ଦିଆଯାଇଛି । ଏଥିରେ ଦିଲ୍ଲୀ–ମେରଟ ଆରଆରଟିଏସ ପ୍ରୋଜେକ୍ଟ ମଧ୍ୟ ସାମିଲ ଅଛି । ସରକାରଙ୍କ ପକ୍ଷରୁ ଏହି ବିଡ ଗୁଡ଼ିକ ପାଇଁ ଅନ୍ୟ ଉପାୟ ଦେଖାଯାଉଛି । ଜଣାପଡୁଛି କି ଏହି ବିଡଗୁଡ଼ିକୁ ସରକାରଙ୍କ ପକ୍ଷରୁ ରଦ୍ଦ କରାଯାଇପାରେ । ସରକାର BSNL କୁ କହିଛନ୍ତି ଯେ ଚୀନ୍ ସହିତ ଯେଉଁ ଡ଼ିଲ ଥିଲା ସବୁ ବନ୍ଦ କରିବା ପାଇଁ ଏବଂ ଅନ୍ୟ ଟେଲିକମ ମାନଙ୍କୁ ମଧ୍ୟ୍ୟ କହିଛନ୍ତି ଯେ ଚୀନ୍ ର ଦ୍ରବ୍ୟ ବ୍ୟବହାର କମ କରିବା ପାଇଁ ।

ଦିଲ୍ଲୀ-ମେରଟ୍ ଆରଆରଟିଏସ ପ୍ରୋଜେକ୍ଟ
ଏହି ପ୍ରୋଜେକ୍ଟ ରେ ଦିଲ୍ଲୀ–ମେରଟ୍ ମଧ୍ୟରେ ରାପିଡ୍ ମେଟ୍ରୋ ତିଆରି ହେବାର ଅଛି । ପ୍ରୋଜେକ୍ଟ ରେ ଦିଲ୍ଲୀ, ଗାଜିଆବାଦ୍ ହେଇ ମେରଟ୍ ସହ ଯୋଡ଼ିବ । ୮୨.୧୫ କିଲୋମିଟର ଏହି ଆରଆରଟିଏସ ପ୍ରୋଜେକ୍ଟ ରେ ୬୮.୦୩ କିଲୋମିଟର ଅଂଶ ଏଲିଭେଟେଡ୍ ଓ ୧୪.୧୨ କିଲୋମଟର ଅଣ୍ଡରଗ୍ରାଉଣ୍ଡ ହେବ । ଏହି ପ୍ରୋଜେକ୍ଟ ପ୍ରମୁଖ ଭାବରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଯାଉଥିବା ଲୋକମାନଙ୍କୁ ସୁବିଧା ଦେବ ।
ଦିଲ୍ଲୀ–ମେରଟ୍ ଆରଆରଟିଏସ ପ୍ରୋଜେକ୍ଟ ର ଅଣ୍ଡରଗ୍ରାଉଣ୍ଡ ଷ୍ଟ୍ରେଚ ପାଇଁ ସବୁଠୁ କମ ମୂଲ୍ୟର ଏକ ଚୀନ୍ କମ୍ପାନୀ ସାଂଘାଇ ଟନଲ କମ୍ପାନୀକୁ ଦିଆଯାଇଛି । ଏସଟିଇସି ୧୧୨୬ କୋଟି ଟଙ୍କାର ବୋଲି ଲଗାଇଥିଲେ । ଏଥିପାଇଁ ସ୍ବଦେଶ ଜାଗରଣ ମଞ୍ଚ ବିରୋଧ କରୁଛି ।

ଦିଲ୍ଲୀ–ମେରଟ୍ ଆରଆରଟିଏସ କୋରିଡରରେ ନିଉ ଅଶୋକ ନଗର ଠାରୁ ସାହିବାବାଦ୍ ରୁ ୫.୬ କିମି ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ହେବାର ଅଛି । ସେଥିପାଇଁ ପାଞ୍ଚୋଟି କମ୍ପାନୀ ବିଡ ଲଗାଇଥିଲେ । କିନ୍ତୁ ସେଥିରୁ ଏସଟିଇସି ୧୧୨୬ କୋଟି ଟଙ୍କାର ବିଡ ଲଗାଇଥିଲା । ଭାରତୀୟ କମ୍ପାନୀ ଲାର୍ସନ୍ ଏଣ୍ଡ ଟୁବ୍ରୋ ୧୧୭୦ କୋଟିର ବୋଲି ଲଗାଇଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।