ଭାରତ ବନାମ ଦକ୍ଷିଣ ଆଫ୍ରିକା : ଦିନିକିଆରେ ଖେଳିବେନି ରୋହିତ ! କିଏ ହେବ ଅଧିନାୟକ !

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇ ସାରିଛି। ଏହା ପରେ ଟିମ ୧୯ ଜାନୁଆରୀରି ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ମଧ୍ୟ ଖେଳିବାର ଅଛି। ଟିମ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଟେଷ୍ଟ ଟିମରୁ ବାହାର ଥିଲେ ଓ ଖବର ଆସୁଛିକି ସେ ଏକଦିବସିୟ ସିରିଜରୁ ମଧ୍ୟ ବାହାର ରହିପାରନ୍ତି। ଏକଦିବସିୟ ଅଧିନାୟକ ହେବା ପରେ। ତାଙ୍କ ହିମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିଲା ଓ ସେ ଏବେ ଏନସିଏରେ ଅଛନ୍ତି।

ସ୍ପୋର୍ଟସ ଟୁଡେର ଖବର ଅନୁସାରେ ରୋହିତ ଠିକ ହୋଇନାହାନ୍ତି। ଏଥିପାଇଁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା ଡେରିରେ ହୋଇପାରେ। ଚୟନକମିଟି ଶେଷ ସମୟ ପର୍ଯ୍ୟନ୍ତ ସୀମିତ ଓଭର ଅଧିନାୟକ ରୋହିତ ଶର୍ମାଙ୍କ ଫିଟ ହେବାର ଅପେକ୍ଷା କରିଛନ୍ତି। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ୩୦ ବା ୩୧ ଡିସେମ୍ବରକୁ ହୋଇପାରେ। ସେବେ ପର୍ଯ୍ୟନ୍ତ ଯଦି ରୋହିତ ଫିଟ ହେବେନାହିଁ ତ ରୋହିତଙ୍କ ଜାଗାରେ କେଏଲ ରାହୁଲଙ୍କୁ ଏହି ଏକଦିବସିୟ ସିରିଜ ପାଇଁ ଅଧିନାୟକ କରାଯାଇପାରେ। ଏହାର ଅର୍ଥ ଏହାକି ଟେଷ୍ଟ ଅଧିନାୟକ ବିରାଟ କୋହଲି ଓପନର ରାହୁଲଙ୍କ ଅଧିନାୟକତ୍ୱରେ ଖେଳିପାରନ୍ତି। ରାହୁଲ ଏହି ସମୟରେ ଟେଷ୍ଟ ଟିମର ଉପଅଧିନାୟକ ମଧ୍ୟ ଅଟନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିକି ଏକଦିବସିୟ ସିରିଜ ପର୍ଯ୍ୟନ୍ତ ରୋହିତ ଫିଟ ହେବା କଷ୍ଟକର କାରଣ ତାଙ୍କର ହିମଷ୍ଟ୍ରିଙ୍ଗରେ ଆଘାତ ଲାଗିଛି। ଏହି ଆଘାତ ଠିକ ହେବାକୁ ୪-୬ ସପ୍ତାହ ଲାଗିଥାଏ। ଏଗା ଦେଖିବାକୁ ହେବ କି ରୋହିତ କେବେ ପର୍ଯ୍ୟନ୍ତ ଠିକ ହେଉଛନ୍ତି। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବା ପୂର୍ବରୁ ଚୟନକର୍ତା କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାରକରିଦେଇଥିଲେ। କୋହଲି ଟି-୨୦ ବିଶ୍ୱକପ ୨୦୨୧ ପରେ ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ ଯାହା ପରେ ସେ ଏକଦିବସିୟ ଅଧିନାୟକ ପଦ ମଧ୍ୟ ହରାଇ ବସିଥିଲେ।

ଏହା ପୂର୍ବରୁ ଏହି ଖବର ଆସୁଥିଲା କି ରୋହିତ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ଟିମ ଘୋଷଣା ପୂର୍ବରୁ ନିଜ ପ୍ରଥମ ଫିଟନେସ ଟେଷ୍ଟ ପାସ କରିଛନ୍ତି ଓ ସେ ତିନୋଟି ଟେଷ୍ଟ ମ୍ୟାଚ ପୂର୍ବରୁ ଫିଟ ହୋଇଯାଇଥିବେ। ରୋହିତ ଏବେ ଏନସିଏରେ ଅଛନ୍ତି ଯେଉଁଠି ସେ ନିଜ ଆଘାତକୁ ଠିକ କରୁଛନ୍ତି। ତାଙ୍କ ସହ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ମଧ୍ୟ ଆଘାତ କାରଣରୁ ସେଠାରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *