ଚେତନ ସକାରିୟାଙ୍କ ସଂଘର୍ଷକୁ ନେଇ ସେହ୍ୱାଗଙ୍କର ଭାବୁକ ଟ୍ୱିଟ, ସମ୍ପୂର୍ଣ୍ଣ ଖବର ପଢିଲେ ଆଖିରେ ଆସିଯିବ ଲୁହ!

ଆଇପିଏଲ ଇତିହାସରେ ଆଉ ଏକ ଭଲ ବୋଲର ମିଳିଲେ,ଯାହାଙ୍କ ସଂଘର୍ଷ କାହାଣୀ ଜାଣିଲେ କେହି ବି କାନ୍ଦି ପକେଇବ।ଆଇପିଏଲ ୨୦୨୧ ରେ ସୋମବାର ଦିନ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜବ କିଙ୍ଗସ ଭିତରେ ହୋଇଥିବା ମ୍ୟାଚରେ ରାଜସ୍ଥାନ ତରଫରୁ ବାମ ହାତ ଫାଷ୍ଟ ବୋଲର ଚେତନ ସକାରିୟା ଡେବ୍ୟୁ କରିବାର ମୌକା ପାଇଥିଲେ। ମ୍ୟାଚରେ ନିଜର ଚମତ୍କାର ପଦର୍ଶନ ଦେଖାଇ ସେ ୩୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏଥିରେ ପ୍ରଥମେ କେଏଲ ରାହୁଲ,ମୟଙ୍କ ଅଗ୍ରୱାଲ ଏବଂ ଝାୟ ରିଚାର୍ଡସନଙ୍କ ୱିକେଟ ବଡ଼ ୱିକେଟ ସାମିଲ ଅଛି। ସକାରିୟାଙ୍କ ଏବେ ପର୍ଯ୍ୟନ୍ତ ଯାତ୍ରା ସଂଘର୍ଷମୟ ରହିଛି। ଯାହାକୁ ଜାଣିବା ପରେ କେହିବି ଭାବୁକ ହୋଇଯିବେ। ଇଣ୍ଡିଆ ଦଳର ପୂର୍ବ ଖେଳାଳି ବିରେନ୍ଦ୍ର ସେହ୍ୱାଗ ଟ୍ୱିଟରରେ ସକାରିୟାଙ୍କ ଏହି ସଂଘର୍ଷର କାହାଣୀ ସେୟାର କରିବାର ନଜର ଆସିଛନ୍ତି।

Google

ସେହ୍ୱାଗ ତାଙ୍କ ମାଙ୍କ ଇଣ୍ଟରଭ୍ୟୁ ସେୟାର କରି ଟ୍ୱିଟ କରିବାର ନଜର ଆସିଛନ୍ତି। ସେ ଲେଖିଛନ୍ତି,”ଚେତନ ସକାରିୟାଙ୍କ ଭାଇ କିଛି ମାସ ପୂର୍ବରୁ ସୁଇସାଇଡ଼ କରିଦେଇଥିଲେ। ସେହି ସମୟରେ ସେ ସୈୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିଲେ। ୧୦ଦିନ ଯାଏ ତାଙ୍କ ମା-ବାପା ତାଙ୍କଠୁ ଏହି କଥା ଲୁଚାଇ ଥିଲେ। କ୍ରିକେଟ ଏହି ଯୁବକମାନଙ୍କ ପାଇଁ ଏବଂ ତାଙ୍କ ବାପା ମା ଙ୍କ ପାଇଁ କେତେ ମହତ୍ୱପୂର୍ଣ୍ଣ ଅଟେ। ଠିକ ଭାବରେ ଆଇପିଏଲ ଭାରତୀୟ ମାନଙ୍କର ସପ୍ନ ପୁରା କରିବାରେ ସାହାଯ୍ୟ କରୁଛି ଏବଂ କିଛି କିଛି କାହାଣୀ ତ ଅସାଧାରଣ ଲାଗୁଛି।”

ସକାରିୟାଙ୍କୁ ରାଜସ୍ଥାନ ଆଇପିଏଲ ଅକ୍ସନରେ ୧.୨ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଥିଲା:

ଜାନୁଆରୀ ମାସରେ ସକାରିୟା ତାଙ୍କ ସାନ ଭାଇଙ୍କୁ ହରାଇଦେଇଥିଲେ ଯେବେ ସେ ସୈୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିଲେ। ସକାରିୟାଙ୍କୁ ରାଜସ୍ଥାନ ଫେବୃୟାରୀରେ ଆୟୋଜିତ ହୋଇଥିବା ଆଇପିଏଲ ଅକ୍ସନରେ ୧.୨ କୋଟି ଟଙ୍କାରେ କ୍ରୟ କରିଥିଲେ। ସେ ପୂର୍ବ ବର୍ଷ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେଟ ବୋଲର ଭାବେ ରହିଥିଲେ। ପଞ୍ଜାବ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚ ପରେ ରାଜସ୍ଥାନର କ୍ରିକେଟ ନିର୍ଦେଶକ କୁମାର ସାଙ୍ଗାକାରା ମଧ୍ୟ ସକାରିୟାଙ୍କର ତାରିଫ କରିବାର ନଜର ଆସିଥିଲେ।

Google
ପିତା ଟେମ୍ପୋ ଚଳାଉଥିଲେ:

ଗୁଜୁରାଟର ଭାବନଗର ଠାରୁ ୧୦ କିଲୋମିଟର ଦୂର ଏକ ଗ୍ରାମର ବାସିନ୍ଦା ସକାରିୟାଙ୍କ ଯାତ୍ରା ବହୁ ସଂଘର୍ଷମୟ ରହିଛି। ତାଙ୍କ ମା ତାଙ୍କ ଶିକ୍ଷା,କ୍ରିକେଟ ଇକୁଇପମେଣ୍ଟ ଏବଂ ସର ଭାବସିଂହଜି କ୍ରିକେଟ ଏକାଡେମୀରେ ଟ୍ରେନିଂର ଖର୍ଚ୍ଚ ଉଠାଉଥିଲେ। ଏହା ବଦଳରେ ସକାରିୟାଙ୍କୁ ତାଙ୍କ ମାଙ୍କୁ ବ୍ୟବସାୟରେ ସହଯୋଗ କରିବାର ଥିଲା। ସକାରିୟାଙ୍କ ବାପା ଟେମ୍ପୋଚଳାଇ ତାଙ୍କ ପରିବାର ପୋସୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *