ଡିଜିଟାଲ ଇଣ୍ଡିଆରେ ପଢିବା ପାଇଁ ମଧ୍ୟ ଲାଇଟ ନାହିଁ, ଆଗ୍ରହ ସାମ୍ନାରେ ହାର ମାନିଲା ଲାଇଫ, ଷ୍ଟ୍ରିଟ ଲାଇଟ ସାଜିଲା ସହାୟତାର ବାଡ଼ି

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ସମସ୍ତଙ୍କ ଅବସ୍ଥା ଖରାପ କରିଦେଉଛି। କୁହାଯାଇଛି ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ। ଯଦି ଆପଣ କୌଣସି କାମକୁ କରିବାକୁ ଥରେ ପ୍ରତିଜ୍ଞା କରିନେବେ ତେବେ ଆପଣଙ୍କୁ କେହି ଅଟକାଇପାରିବେନି। ଅନେକ ଲୋକ ପାଠ ନପଡ଼ିପାରିବାର ଦୋଷ ଅର୍ଥ ଅଭାବକୁ କହିଥାନ୍ତି କିନ୍ତୁ ଆଜି ଜଣେ ୧୨ ବର୍ଷର ପିଲାର ପଢିବା ଇଚ୍ଛା ଶକ୍ତି ଆଗରେ ହାର ମାନିଯାଇଛି ସବୁ। ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳର ୧୨ ବର୍ଷର ପିଲା ଅଭିଷେଖଙ୍କ କଥା।

ସେ ଘରେ ଲାଇନର ସୁବିଧା ନଥିବାରୁ ରାସ୍ତାର ଷ୍ଟ୍ରେଟ ଲାଇନରେ ପ୍ରତିଦିନ ରାତିରେ ପଢୁଛନ୍ତି। ଆପଣଙ୍କୁ କହିରଖିବୁ ସେ ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ୱେ ରାଣୀବନ୍ଧ ରାସ୍ତାରେ ଏକ ଷ୍ଟ୍ରେଟ ଲାଇଟ ତଳେ ବସି ପ୍ରତ୍ୟେକ ଦିନ ୨-୩ ଘଣ୍ଟା ପଢିଥାନ୍ତି। ଆପଣଙ୍କୁ କହିରଖିବୁ ଅଭିଷେଖଙ୍କ ବାପାଙ୍କ ନାମ ଶମ୍ଭୁ ରାୟ ଓ ମା ହେଉଛନ୍ତି ଚମେଲି ଦେବୀ। ଯେବେ ଗଙ୍ଗା ନଦୀରେ ବନ୍ୟା ଆସିଲା ୩୦ ବର୍ଷ ତଳେ ତାଙ୍କର ସବୁ କିଛି ନଷ୍ଟ ହୋଇଗଲା ଓ ସେ ପାଟନାରୁ ସୁନ୍ଦରଗଡ଼ ଚାଲିଆସିଥିଲେ।

Google

ସେମାନେ ବହୁତ ଗରିବ ହୋଇଥିବାରୁ କିଛି ନଥିବାରୁ ତାର ବାପା ମା ଏଠାରେ କିଛି ଗାଈ, ମଇଁଷି ରଖି ପରିବାର ଚଳାଇଥାନ୍ତି। ଏହିଠାରେ ହିଁ ଜନ୍ମ ହୋଇଥିଲେ ଅଭିଷେଖ।ତାଙ୍କର ଛୋଟବେଳୁ ଇଚ୍ଛାକି ସେ ପାଠପଢି ଜଣେ ବଡ ମଣିଷ ହେବେ କିନ୍ତୁ ଅର୍ଥ ଅଭାବରୁ ତାଙ୍କ ମଧ୍ୟ ଘରେ କାମ କରିବା ପାଇଁ ପଡିଥାଏ। ସବୁ କାମ କରି ସେ ରାତିରେ ପାଠ ପଢିବା ଆରମ୍ଭ କରିଥାନ୍ତି। ଘରେ ଲାଇନ ନଥିବାରୁ ୧ କିଲୋମିଟର ଦୂର ଷ୍ଟ୍ରେଟ ଲାଇଟ ତଳେ ଚାଲେ ଅଭିଷେଖଙ୍କ ପାଠପଢା।ଅନେକ ସମୟରେ ଲାଇନ ନରହିଲେ ବା ବର୍ଷା ସମୟରେ ତାଙ୍କ ପାଠ ପଢାରେ ଉପୁଜିଥାଏ ବାଧା।

ତାଙ୍କର ପିଲାବେଳୁ ଇଛା ସେ ବଡ଼ ହୋଇ ଜଣେ ବଡ ପୋଲିସ ଅଫିସର ହେବେ। ତାଙ୍କ ବାପା ଓ ମା କହିଛନ୍ତି ପିଲାର ପାଠ ପଢିବା ପାଇଁ ବହୁତ ଇଚ୍ଛା କିନ୍ତୁ ଘରେ ଲାଇନର ସୁବିଧା ନଥିବାରୁ ଯଦି ସରକାର କୌଣସି ସାହାଯ୍ୟ କରନ୍ତେ ତାଙ୍କ ପୁଅ ମଣିଷ ହୋଇପାରନ୍ତା ବୋଲି ସେ କହିଛନ୍ତି। ଆଜିର ଡିଜିଟାଲ ଯୁଗ ଯେଉଁଠି ଦେଶ ୫ ଜି କରିବାକୁ ବସିଲାଣି। ସେଠି ଆଲୁଅ ପାଇଁ ଯଦି ଅଭିଷେଖଙ୍କ ସ୍ୱପ୍ନ ଅଧାରେ ରହିଯାଏ ତେବେ ଏହା ବହୁତ ଦୁଃଖର କଥା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *