ଭାରତର ଏବେକାର ଯୁବ ଷ୍ଟାର ବୋଲର ମହମ୍ମଦ ସିରାଜ ହୁଏତ ଭାରତକୁ ମାତ୍ର ୬ଟି ହିଁ ମୁକାବିଲାରେ ରିପ୍ରେଜେଣ୍ଟ କରିଛନ୍ତି ମାତ୍ର ଏହି ଖେଳାଳି ସମସ୍ତଙ୍କୁ ନିଜର ପ୍ରତିଭା ଦ୍ୱାରା ପ୍ରଭାବିତ କରିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର ନିଜ ସମୟରେ ମୁଫାଳିସି ବି ଦେଖିଛି। ତାଙ୍କ ପାଖରେ ସେତିକି ପଇସା ହିଁ ନଥିଲା କି ସେ ନିଜର ପଂକ୍ଚର ହେଇଥିବା ବାଇକର ଟାୟାର ଠିକ କରିପାରିବେ। ସେ ତାଙ୍କର ପଂକ୍ଚର ଠିକ କରିବା ପାଇଁ ବି ନିଜ ସାଙ୍ଗ ମାନଙ୍କ ଠାରୁ ପଇସା ନେଉଥିଲେ। ମାତ୍ର ଆଜି ଭାଗ୍ୟର ବିଡମ୍ବନା ଦେଖ କି ତାଙ୍କ ପାଖରେ କୋଟି କୋଟି ଟଙ୍କା ମହଜୁଦ ଅଛି।

ସିରାଜ ଟିଭି ରିପ୍ରେଜେଣ୍ଟଟାର ରୀନା ଡିସୁଜାଙ୍କର ଶୋରେ କହିଲେ କି ତାଙ୍କର ବାପା ମହମ୍ମଦ ଗସ ଅଟୋ ଚଳାଉଥିଲେ। ତାଙ୍କର ଆମଦାନୀ ବେସି ନଥିଲା ମାତ୍ର ପିଲା ମାନଙ୍କର ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ପଇସା ଦେଉଥିଲେ। ତାଙ୍କୁ ତାଙ୍କ ବାପା ଦିନକ ପାଇଁ ୭୦ଟଙ୍କା ଖର୍ଚ୍ଚ ଦେଉଥିଲେ ଯାହା ଭିତରୁ ତାଙ୍କର ୬୦ଟଙ୍କା ଗାଡିରେ ତେଲ ପକେଇବାରେ ହି ପଳାଏ। ଆଉ ବାକି ୧୦ଟଙ୍କା ବଞ୍ଚେ ଯାହା ତାଙ୍କର ସଞ୍ଚୟ ହେଇଯାଏ ଆଉ ଯଦି ବାଟରେ ଆସିବ ସମୟରେ ତାଙ୍କର ଗାଡି ପଂକ୍ଚର ହିଁ ତାହେଲେ ୧୦ଟଙ୍କା ପର୍ଯ୍ୟାପ୍ତ ପଡେନା। ତ ସେ ନିଜର ପଂକ୍ଚର ଠିକ କରିବା ପାଇଁ ବି ନିଜର ସାଙ୍ଗ ମାନଙ୍କ ଠାରୁ ପଇସା ମାଗନ୍ତି।
ତାଙ୍କୁ ରୀନା ତାଙ୍କ ସଂଘର୍ଷ ବାବଦରେ ପଚାରିବା ପାଇଁ କହିଲେ ” ଆପଣଙ୍କର ପ୍ରଥମ ଦରମା ମାତ୍ର ୫୦୦ଟଙ୍କା ଥିଲା। କଣ ଏହା ସତ ଅଟେ?” ସିରାଜ କହିଲେ କି “ହଁ ସତ ଅଟେ” ତା ପରେ ରୀନା ପଚାରିଲେ କି “୫୦୦ ଟଙ୍କା ରୁ ନେଇକି ୨.୬କୋଟି ଏହାକୁ ନେଇ କଣ କହି ହେ ବ!” ସିରାଜ କହିଲେ କି ” ମୁ ମୋ ମାମୁଙ୍କ ସହ କ୍ରିକେଟ ଖେଳୁଥିଲି ଆଉ ଏକ ମ୍ୟାଚରେ ୯ଟି ୱିକେଟ ନେଇଯାଇଥିଲି। ତେଣୁ ମାମୁ ମୋତେ ଖୁସି ହେଇକି ୫୦୦ ଟଙ୍କା ଦେଇଥିଲେ। ଏହା ମୋର ପ୍ରଥମ ଦରମା ଥିଲା। ୫୦୦ ଟଙ୍କା ସେହି ସମୟରେ ମୋତେ ବହୁତ କାମରେ ଆସିଥିଲା।”

ଆହୁରି କହିଲେ ” ଆମ ବାପା ଅଟୋ ଚଳାଉଥିଲେ। ଆଉ ସେ ମୋତେ ୭୦ଟଙ୍କା ଆଉ ମୋ ଭାଇ କୁ ୧୦୦ଟଙ୍କା ଖର୍ଚ୍ଚ ପାଇଁ ଦେଉଥିଲେ। ଭାଇ ଜଣେ ଇଂଜିନିଅର ଥିଲେ ଆଉ ମୋ ପାଖରେ ଗୋଟେ ପ୍ଲାତିନା ବାଇକ ଥିଲା। ସେଥିରେ ୬୦ଟଙ୍କା ରେ ଗୋଟେ ଲିଟର ପେଟ୍ରୋଲ ଆସିଯାଏ ମାତ୍ର ପଂକ୍ଚର ହେଲେ ମୋର ପଇସା ହୁଏନା।”
ମାତ୍ର ସିରାଜଙ୍କର ପରିଶ୍ରମ ରଙ୍ଗ ଆଣିଲା। ହାଇଦ୍ରାବାଦରେ ରହୁଥିବା ସିରାଜଙ୍କୁ ୨୦୧୭ରେ ସନରାଇଜରସ ହାଇଦ୍ରାବାଦ ୨କୋଟି ୬ଲକ୍ଷ ଟଙ୍କାରେ କିଣିଲା। ସେହି ବର୍ଷ ତାଙ୍କୁ ମାତ୍ର ୬ଟି ମ୍ୟାଚ ଖେଳିବାକୁ ମିଳିଲା ଯାହା ଭିତରେ ସେ ୧୦ଟି ୱିକେଟ ଅକ୍ତିଆର କରିଥିଲେ। ତା ପରେ ୨୦୧୮ରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ସେହି ୨.୬କୋଟି ଟଙ୍କାରେ କିଣିଲା।
ସେ ବିରାଟ କୋହଲିଙ୍କର ଅଧିନୟକତ୍ତ୍ୱରେ ଥିବା ଆରସିବି ଟିମ ପାଇଁ ୨୦୧୮ରେ ୧୧ ମ୍ୟାଚରେ୧୧, ୨୦୧୯ରେ ୯ ମ୍ୟାଚରେ ୭ ତଥା ୨୦୨୦ରେ ୯ ମ୍ୟାଚରେ ୧୧ ୱିକେଟ ନିଜ ନାମରେ କରିଥିଲେ। ସିରାଜ ଏଯାଏ ଦୁଇଟି ଟେଷ୍ଟ, ଗୋଟେ ୱାନ ଡେ ତଥା ୩ଟି ଟି ଟ୍ୱେଣ୍ଟି ଖେଳିଛନ୍ତି ଯାହା ଭିତରେ ତାଙ୍କର ଟେଷ୍ଟରେ ୭ଟି ଆଉ ଟି ଟ୍ୱେଣ୍ଟିରେ ୩ଟି ୱିକେଟ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।