ଶୁଭମନ ଗିଲଙ୍କୁ ପଚରାଗଲା ସବୁଠୁ ବଡ଼ ପ୍ରେରଣା କିଏ? ନେଲେ ଏହି ବ୍ୟାଟ୍ସମାନଙ୍କ ନାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ!

ବ୍ୟୁରୋ ରିପୋର୍ଟ: ଭାରତୀୟ ଯୁବ କ୍ରିକେଟର ଶୁଭମନ ଗିଲ ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି ଓ ନିଜ ଟିମ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ସବୁଠୁ ଅଧିକ ରନ କରିଥିବା ଖେଳାଳି ହୋଇଛନ୍ତି। ଏହା ମଧ୍ୟରେ ମଙ୍ଗଳବାରକୁ ସେ କହିଛନ୍ତି କି ତାଙ୍କ ପାଇଁ କ୍ରିକେଟରେ ସବୁଠୁ ବଡ଼ ପ୍ରେରଣା କେଉଁ ଖେଳାଳି ଅଟନ୍ତି। ଏହି ଯୁବ ଖେଳାଳି କହିଛନ୍ତି ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କ ପ୍ରେରଣା ଅଟନ୍ତି କିନ୍ତୁ ତାଙ୍କ ଅବସର ପରେ ସେ ଏବେ ବିରାଟ କୋହଲିଙ୍କୁ ନିଜ ପ୍ରେରଣା କରିଛନ୍ତି।

Google

ଭାରତ ପାଇଁ ୧୩ ମ୍ୟାଚ ଖେଳିଥିବା ଗିଲ କହିଛନ୍ତି,”ସବୁଠୁ ବଡ଼ ପ୍ରେରଣା କଥା କହିବାତ ଯେବେ ମୁଁ ବଡ଼ ହେଉଥିଲି ସଚିନ ସାର ଥିଲେ। ଯେବେ ମୁଁ ଅବସର ନେଇଗଲି ଓ ମୁଁ ଖେଳକୁ ଭଲ ସେ ବୁଝିବାକୁ ଲାଗିଲି ସେବେଠୁ ସବୁବେଳେ ମୁଁ ବିରାଟ ଭାଇଙ୍କପ୍ରସଂସକ ରହିଛନ୍ତି”।

ଶୁଭମନ ଗିଲ ଆଇପିଏଲ ୨୦୨୨ରେ ନିଜ ପ୍ରଦର୍ଶନକୁ ନେଇ କହିଛନ୍ତି,”ମୁଁ ସିଜନର ଆରମ୍ଭ ଭଲ କରିଥିଲି କିନ୍ତୁ ସିଜନର ମଝିରେ ଭଲ କରିବାର ଆବଶ୍ୟକତା ଥିଲା। ଏହା ଟି-୨୦ କ୍ରିକେଟରେ ହେବା ନିଶ୍ଚିନ୍ତ ଅଟେ। ଆପଣ କିଛି ଭଲ ଶର୍ଟ ମାରିବେତ ଫିଲଡ଼ରଙ୍କ ହାତକୁ ଯାଇଥାଏ। ଆପଣଙ୍କୁ କିଛି ଦୃଭାଗ୍ୟପୁର୍ଣ ଭାବରେ ମଧ୍ୟ ଆଉଟ ହୋଇପାରନ୍ତି। ସବୁ ମିଶାଇ ମତେ ଲାଗୁଛି କି ମତେ ପୂର୍ଵ ମ୍ୟାଚରେ ମୁମ୍ବାଇ ବିରୁଦ୍ଧରେ ମୋର ଫର୍ମ ଫେରିଛି ଓ ଆଶା କରୁଛିକି ସେହି ଫର୍ମ ବଜାଇ ରଖିବି”।

ଗିଲ ଆଗକୁ କହିଛନ୍ତି,”ମୁଁ ଏହା କହିବି ନାହିଁ କି ମୋ ଉପରେ କୌଣସି ଅତିରିକ୍ତ ଚାପ ନାହିଁ। ଆମେ ଭଲ ପ୍ରଦର୍ଶନ କରୁଛୁ,ଏବେ ଆମର ଲିଗ ଚରଣର ମ୍ୟାଚ ବାକିଅଛି। ଯଦି ଆମେ ସେଥିରୁ ଦୁଇଟି ମ୍ୟାଚ ଜିତିଯିବୁ ତେବେ ଆମେ ଅଙ୍କ ଟପ- ୨ ନମ୍ବର ଭିତରେ ରହି ପ୍ଲେଅଫରେ ଜାଗା ପାଇବୁ”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.