ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟକୁ ନେଇ ଶୁଭମନ ଗିଲ କଲେ ବଡ଼ ଖୁଲାସା। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଦୁନିଆର କିଛି ଭଲ ବୋଲରଙ୍କ ବିରୁଦ୍ଧରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଶୁଭମାନ ଗିଲ ରବିବାରକୁ ଏକ ଖୁଲାସା କରି କହିଛନ୍ତି କି ପ୍ରଥମେ ସେ ବାଉଁସର ବଲରେ ଡରି ଯାଇଥିଲେ ଓ ପରେ ସେ କାବୁ କରିଥିଲେ। ଗିଲ ଚତୁର୍ଥ ଟେଷ୍ଟରେ ୯୧ ମହତ୍ୱପୂର୍ଣ୍ଣ ରନ କରି ଭାରତକୁ ଜିତେଇବାରେ ମୁଖ୍ୟ ଭୂମିକା ଲିଭେଇଥିଲେ। ୬ ପାରିରେ ଏହି ଖେଳାଳି ଜୋଶ ହାଜେଲଉଡ଼,ମିଚେଲ ସ୍ଟାର୍କ,ଓ ପ୍ୟାଟ କମିନ୍ସଙ୍କୁ ସାମ୍ନା କରିଥିଲେ ହେଲେ ଏହି ୨୧ ବର୍ଷୀୟ ଖେଳାଳି ଟିକେ ଦ୍ଵନ୍ଦରେ ମଧ୍ୟ ପଡି ନଥିଲେ।

Google

ଗିଲ ନିଜର ଆଇପିଏଲ ଫ୍ରେଞ୍ଚାଇଜି କୋଲକାତା ନାଇଟରାଇଡ଼ରସ ୱେବସାଇଟରେ କହିଥିଲେ,”ଯେବେ ଆପଣଙ୍କୁ ବଲ ଲାଗେ ସେତେବେଳେ ଆପଣଙ୍କ ଡର ପଳାଏ। ଯେତେବେଳେ ପର୍ଯ୍ୟନ୍ତ ବଲ ବାଜେ ନାହିଁ ସେମିତି ଡର ଲାଗେ ଓ ବଲ ବାଜିଲେ ଲାଗେ କି ଏହା ତ ସାମାନ୍ୟ ଅଟେ। ଏହାପରେ ଆପଣଙ୍କ ଡର ପୁରା ସାରିଯାଏ। ସେ କହିଲେ,”ମୁଁ ଆଗରୁ ବାଉଁସର ବଲକୁ ବହୁତ ଡରୁଥିଲି। ମୁଁ ଛାତି ଉପର ବଲକୁ ଖେଳିବାକୁ ଆଗରୁ ପ୍ରସ୍ତୁତ ହେଉଥିଲି। ମୁଁ ଡ୍ରାଇଭ କରିବାରେ ଅଧିକ ଧ୍ୟାନ ଦିଏ ହେଲେ ଏଥିରେ ସିଧା ବ୍ୟାଟରୁ ପୁଲ ମାରିବରେ ସମର୍ଥ ହେଲି। ଗିଲ କହିଲେ,”ମୁଁ ଆଉ ଏକ ସର୍ଟ କଟ ଖେଳିବା ପାଇଁ ଟିକେ ମୁଭ ହୋଇଯାଏ।ମୁଁ ବାଉଁସର ବଲକୁ ଡରୁଥିଲି ସେଥିପାଇଁ ଟିକେ ସାଇଡ ହୋଇକି କଟ ଖେଳୁଥିଲି। ଯେବେ ମୁଁ ଛୋଟ ଥିଲି ଏହି ୨-୩ ସର୍ଟ ଖେଳିବା ମତେ ପସନ୍ଦ ଥିଲା ହେଲେ ଏହା ଏବେ ମୁଖ୍ୟ ହୋଇଗଲା।

Google
ମୋହଲିରେ ବାହାରିଲା ବାଉଁସର ବିରୁଦ୍ଧରେ ଡର: ଗିଲ:

ମୋହଲିରେ ଆରମ୍ଭ ଦିନ କଥା ଗିଲ କହିଛନ୍ତି ସେ ଦ୍ରୁତ ବୋଲରଙ୍କୁ ସାମ୍ନା କରିବାକୁ ବହୁତ ଡରୁଥିଲେ ଓ ଏହାକୁ ସେ ହଟେଇଲେ ମଧ୍ୟ। ସେ କହିଲେ,”ମୁଁ ପ୍ରଥମରୁ ଭାବିଥିଲି କି ତଳକୁ ବସି ତାଙ୍କ ବଲ ଛାଡ଼ିଦେବି। ସେ ବାଉଁସର ପକେଇଲେ ମୁଁ ବସି ପଡିଲି ଓ ଦେଖିଲି କି ବଲ ବ୍ୟାଟ କଡ଼ରେ ଲାଗି ବାଉଁଣ୍ଡାରୀ ଆଡକୁ ଯାଉଛି। ମୁଁ ଅନୁଭବ କଲି କି ତାହା ଏତେ ଜୋରରେ ନ ଥିଲା। ଏହାପରେ ମୁଁ ୨-୩ ଚୋୖକା ମାରିଲି। ସବୁ ଚକିତ ହୋଇଗଲେ ଓ ମୋର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *