ମଦ ବିକ୍ରି କରି ମା’ ପଢ଼ାଇଲେ ପାଠ, ତାପରେ ପୁଅ ରଚିଲା ଇତିହାସ । ଏବେ ତାଙ୍କୁ ଅଫିସର ମାନେ ମାରୁଛନ୍ତି ସାଲୁଟ ।

Maharashtra: Mother taught by selling liquor, son first became doctor, then collector

ଆମ ଦେଶରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହା ପ୍ରମାଣ କରିଦେଇଛନ୍ତିକି ଜୀବନରେ କିଛିବି କରିକି ଦେଖାଇବା ଅସମ୍ଭବ ନୁହେଁ । କିଛି ଏହିପରି ମହାରାଷ୍ଟ୍ର କୈଡ଼ରର ଆଇଏଏସ ରାଜେନ୍ଦ୍ର ଭରୁଡ଼ବି ଉଦାହରଣ ହୋଇଛନ୍ତି । ରାଜେନ୍ଦ୍ର କେବେବି ନିଜ ପରିବାରର ଆର୍ଥିକ ଅଶୁବିଧାକୁ ନିଜ କ୍ୟାରିୟର ମଝିରେ ଆସିବାକୁ ଦେଇନାହାଁନ୍ତି । ଆଜି ସେ ସେହି ସଫଳତା ହାସଲ କରିଛନ୍ତି ଯାହା ଦ୍ୱାରା ଦେଶ ପାଇଁ ଏକ ପ୍ରେରଣା ପାଲଟିଯାଇଛନ୍ତି ।

Mother taught by selling alcohol, son first became a doctor, then collector - Nitidina
Google

ଭିଲ ଆଦିବାସୀ ସମାଜରୁ ଆସିଥିବା ରାଜେନ୍ଦ୍ର ପ୍ରଥମେ ପରିଶ୍ରମ ଓ ନିଷ୍ଠା ଦ୍ଵାରା ଆଇପିଏସ ହେଲେ ଓ ପରେ ଆଇଏଏସ ହୋଇ ଦେଶର ସେବା କରୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ଖରାପ ହେବା ପରେ ମଧ୍ୟ ସେ କିପରି ଏହି ସଫଳତା ହାସଲ କରିଛନ୍ତି ଆସନ୍ତୁ ତାହା ବିଷୟରେ ଜାଣିବା।

ରାଜେନ୍ଦ୍ର ଭାରୁଡ଼ଙ୍କ ଜନ୍ମ ୭ ଜାନୁଆରୀ ୧୯୮୮ କୁ ହୋଇଥିଲା। ସେ ଭିଲ ଆଦିବାସୀ ସମାଜରୁ ବାହାରିଛନ୍ତି।ଯେବେ ତାଙ୍କ ମା ଗର୍ଭବତୀ ଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବାପା ଜଣେ କୃଷକ ଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ପରେ ଲୋକ ତାଙ୍କ ମାଙ୍କୁ କହିଲେ କି ସେ ଗର୍ଭପାତ କରିବା ଉଚିତ କିନ୍ତୁ ତାଙ୍କ ମା କାହା କଥା ଶୁଣିନଥିଲେ ଓ ପୁଅକୁ ଜନ୍ମ ଦେଇଥିଲେ।

ଦେଶୀ ମଦ ବିକ୍ରିକରି ମା ପୁଅକୁ ପଢ଼ାଇଲେ ପାଠ:

ବାପାଙ୍କ ମୃତ୍ୟୁ ପରେ ତିନି ପିଲାଙ୍କ ସହିତ ଘରର ବୋଝ ମା ଙ୍କ ଉପରେ ଆସିଯାଇଥିଲା। ମା ପ୍ରଥମେ ମୂଲ ଲାଗୁଥିଲେ, ତାହା ପରେ ସେ ଦେଶୀ ମଦ ବିକ୍ରିକରିବା ଆରମ୍ଭ କରିଦେଲେ। ଯେବେ ରାଜେନ୍ଦ୍ର ପାଠ ବସି ପଢୁଥିଲେ ଆଖପାଖର ମଦୁଆ ତାଙ୍କୁ ଗାଳି ଦେଉଥିଲେ। ସବୁ ମଦୁଆ କହିଥିଲେ କି ପାଠ ପଢି ଇଏ ମଧ୍ୟ ନିଜ ମା ପରି ମଦ ବିକ୍ରି କରିବ!!

Mother taught by selling alcohol, son first became a doctor, then collector - Nitidina
Google
ପ୍ରଥମ ଚେଷ୍ଟାରେ ହିଁ କ୍ଲିୟର କରିଦେଲେ ୟୁପିଏସସି:

ରାଜେନ୍ଦ୍ର ଭାରୁଡ଼ ଗ୍ରାମର ଏକ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ। ଦଶମ ଶ୍ରେଣୀରେ ସେ ୯୫% ମାର୍କ ରଖିଥିଲେ ଓ ଦ୍ୱାଦଶ ଶ୍ରେଣୀରେ ସେ ୯୦% ମାର୍କ ଆଣିଥିଲେ। ଇଣ୍ଟର କରିବା ପରେ ସେ ମେଡ଼ିକାଲ କଲେଜରେ ପ୍ରବେଶ କଲେ ଓ ପରୀକ୍ଷା ଦେଲେ।

ରାଜେନ୍ଦ୍ର ଭାରୁଡ଼ ସରକାରୀ କୋଟାରେ ଏମବିବିଏସ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏମବିବିଏସ ଡିଗ୍ରୀ ପାଇବା ପରେ ସେ ୟୁପିଏସିସି ପାଇଁ ପ୍ରସ୍ତୁତି କରିଥିଲେ। ରାଜେନ୍ଦ୍ର ଭାରୁଡ଼ ପ୍ରଥମ ଚେଷ୍ଟାରେ ହିଁ କ୍ଲିୟର କରିଦେଲେ ୟୁପିଏସସି ।

Maharashtra: Mother taught by selling liquor, son first became doctor, then collector
Google

ରାଜେନ୍ଦ୍ର ଭାରୁଡ଼ ଜଣେ ଆଇଏଏସ ଅଫିସର ହେବାକୁ ଚାହୁଁଥିଲେ। ଯିଏକି ପ୍ରଥମ ଚେଷ୍ଟାରେ ଆଇପିଏସ ହୋଇଯାଇଥିଲେ। ଦ୍ୱିତୀୟ ଥର ଯେବେ ସେ ଚେଷ୍ଟା କଲେ ସେ କଲେକ୍ଟର ହୋଇଗଲେ ଓ ତାଙ୍କ ସ୍ୱପ୍ନ ପୂରଣ ହେଲା।ରାଜେନ୍ଦ୍ରଙ୍କ ସହିତ ତାଙ୍କ ମା ଙ୍କର ପରିଶ୍ରମବି ସଫଳ ହେଲା ଓ ରାଜେନ୍ଦ୍ର ଆଜି ପୁରା ଦେଶ ପାଇଁ ଏକ ଉଦାହରଣ ହୋଇଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *