ସଫଳ ରହିଲା ଶ୍ରେୟସ ଅୟରଙ୍କର କାନ୍ଧର ସର୍ଜରି, କ୍ରିକେଟ ଖେଳିବାକୁ ନେଇ ଦେଲେ ବଡ଼ ବୟାନ । ସମସ୍ତେ ଆଶ୍ଚର୍ଯ୍ୟ ।

ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଗୁରୁବାରକୁ କହିଲେ କି ତାଙ୍କର କାନ୍ଧର କ୍ଷତର ଅପରେସନ ସଫଳ ରହିଲା। ସେ ଜଲ୍ଦି ରୁ ଜଲ୍ଦି ମୈଦାନକୁ ଫେରିବାକୁ ଚେଷ୍ଟା କରିବେ। ଅୟର ଗତ ମାସରେ ଇଂଲଣ୍ଡ ବିରୁଦ୍ଧରେ ଏକଦିବସିୟ ଶୃଙ୍ଖଳା ସମୟରେ ଆଘାତ ହୋଇଥିଲେ। ତାଙ୍କ କାନ୍ଧ ନିଜ ଜାଗାରୁ ଖସି ଯାଇଥିଲା, ଏଥିପାଇଁ ସେ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୧ରୁ ବାହାର ହୋଇଗଲେ।

Google

ଶ୍ରେୟସ ଅୟର ନିଜ କାନ୍ଧର ସର୍ଜରି ସଫଳ ହେବାର ନ୍ୟୁଜ ସୋସିଆଲ ମିଡିଆ ଜରିଆରେ ଦେଲେ। ସେ ନିଜ ଛବି ପୋଷ୍ଟ କରି ଟ୍ୱିଟ କଲେ,’ଅପରେସନ ସଫଳ ରହିଛି। ମୁଁ ସମ୍ପୁର୍ଣ୍ଣ ପ୍ରତିବଦ୍ଧତା ସହ ଶୀଘ୍ର ଫେରିବି। ଆପଣଙ୍କର ଶୁଭକାମନା ପାଇଁ କୃତଜ୍ଞ।’୨୬ ବର୍ଷର ଶ୍ରେୟସ ଅୟର ପୁନେରେ ୨୩ ମାର୍ଚ୍ଚକୁ ପ୍ରଥମ ଦିନିକିଆ ସମୟରେ ଜନି ବେୟାରଷ୍ଟ୍ରୋଙ୍କ ଶଟ ଅଟକାଇବାର ପ୍ରୟାସ କରି ଆଘାତର ଶିଳାର ହେବାର ନଜର ଆସିଥିଲେ। ଆଘାତ ଏତେ ଗମ୍ଭୀର ଥିଲା କି ସେ କଷ୍ଟରେ ଚିତ୍କାର କରୁଥିଲେ। ତାଙ୍କୁ ଧରି ମୈଦାନରୁ ବହାରକୁ ନେଇ ଯିବାକୁ ପଡିଥିଲା। ଏହି କାରଣରୁ ସେ ଇଂଲଣ୍ଡ ବିରୁଦ୍ଧରେ ବାକି ଥିବା ମ୍ୟାଚରେ ମଧ୍ୟ ଅଂଶ ଗ୍ରହଣ କରିନଥିଲେ।

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ନିୟମିତ ଅଧିନାୟକ ଶ୍ରେୟସ ଅୟର ୪ମାସ ପର୍ଯ୍ୟନ୍ତ ବାହାରେ ରହିପାରନ୍ତି। ସେ ଲଙ୍କାଶର ସହିତ ମଧ୍ୟ ଚୁକ୍ତି କରିବାର ଜଣା ଯାଇଛନ୍ତି। ଯଦିଓ,୨୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଇଂଙ୍ଗଲିଶ କାଉଁଟିଙ୍ଗ ଦଳ ତରଫରୁ ଖେଳିବାର ଆଶା ନାହିଁ । ଅୟରଙ୍କ ଜାଗାରେ ଦିଲ୍ଲୀ କ୍ୟାପିଟାଲସ ରିଷବ ପନ୍ତଙ୍କୁ ନିଜ ଅଧିନାୟକ ଘୋଷଣା କରିଦେଇଛି।

Google

‘ଟି୨୦ ବିଶ୍ୱ କପରେ ଦେଶକୁ ଆପଣଙ୍କର ଆବଶ୍ୟକତା ଅଛି’: ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସର ସହ ମାଲିକ ପାର୍ଥ ଜିନ୍ଦଲ ଟ୍ୱିଟ କରି ଅୟରଙ୍କର ଆଇପିଏଲ ୨୦୨୧ରୁ ବାହାର ହେବାର ସୂଚନା ଦେଇଥିଲେ। ସେ ଅୟରଙ୍କ ଆଘାତକୁ ନେଇ ଦୁଃଖ ଜଣାଇଥିଲେ ଓ ଜଲ୍ଦି ସୁସ୍ଥ ହେବାର କାମନା କରିଥିଲେ। ସେ ଏହା ମଧ୍ୟ କହିଥିଲେ କି ଏହି ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱ କପରେ ଦେଶକୁ ଆପଣଙ୍କର ଦରକାର ଅଛି। ଖବର ମାନିବା ତେବେ ଆଇପିଏଲରେ ନ ଖେଳିବା ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲସ ଶ୍ରେୟସ ଅୟରଙ୍କୁ ପୁରା ପେମେଣ୍ଟ ଦେବ ବୋଲି ଜଣା ଯାଇଛି।

Google

ଆଇପିଏଲ ୨୦୨୦ରେ ମଧ୍ୟ ଲାଗିଥିଲା କାନ୍ଧରେ ଆଘାତ:ଖବର ଅନୁସାରେ,ଗତ ବର୍ଷ ଆଇପିଏଲ ସମୟରେ ମଧ୍ୟ ଶ୍ରେୟସ ଅୟରଙ୍କ କାନ୍ଧ ଆହତ ହୋଇଥିଲା। ଏତିକି ନୁହେଁ ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ତାଙ୍କୁ କାନ୍ଧରେ କଷ୍ଟର ସାମ୍ନା କରିବାକୁ ପଡିଥିଲା। ଶ୍ରେୟସ ଅୟର ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିବା ପରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନସିଏ)ରେ ସୁସ୍ଥ ହେବା ପାଇଁ କିଛି ସମୟ ବିତାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *