ଭାରତୀୟ କ୍ରିକେଟର ୱାସିଂଟନ ସୁନ୍ଦର ୧୭ ଜାନୁଆରୀ ୨୦୨୧ କୁ ୧୧୦ ବର୍ଷ ତଳର ପୁରୁଣା ରେକର୍ଡ଼କୁ ଭାଙ୍ଗିଦେଇଛନ୍ତି। ସେ ଅଷ୍ଟ୍ରେଲିଆରେ ବ୍ୟାଟିଂ କରି ୭ ନଂରେ ବ୍ୟାଟିଂ କରି ବିଦେଶରେ ଅଧିକ ରନ କରିବାର ରେକର୍ଡ଼ ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ ଡେବ୍ୟୁ ୫୦ ରୁ ଅଧିକ ରନ ଓ ୩ ଟି ୱିକେଟ ନେବାରେ ସେ ୫ମ ଭାରତୀୟ ହୋଇଗଲେ। ଏହି ଉପଲବ୍ଧି ଆଗରୁ ହନୁମା ବିହାରୀ,ସୌରଭ ଗାଙ୍ଗୁଲି,ଦନୁ ପଦକର,ଅମର ସିଂ ହାସିଲ କରିଛନ୍ତି।

ଖାସ କଥା ଏହା ଯେ ୫ ଜଣ ଖେଳାଳି ବିଦେଶରେ ଡେବ୍ୟୁ କରିଛନ୍ତି। ଡେବ୍ୟୁ ଟେଷ୍ଟରେ ଏକ ପାରିରେ ୫୦ ରୁ ଅଧିକ ରନ କରିବା ଓ ୩ ଟି ୱିକେଟ ନେବାରେ କେବଳ ତିନି ଭାରତୀୟ(ହନୁମାନ ବିହାରୀ,ୱାସିଂଟନ ସୁନ୍ଦର ଓ ଦନୁ ପାଡିକର) ନାମରେ ଅଛି। ହନୁମା ବିହାରୀ ସେପ୍ଟେମ୍ବର ୨୦୧୮,ସୌରଭ ଗାଙ୍ଗୁଲି ଜୁନ ୧୯୯୬,ଦତୁ ପଡ଼କର ଡିସେମ୍ବର ୧୯୪୭,ଆମର ସିଂ ଜୁନ ୧୯୩୨ ରେ ଡେବ୍ୟୁ କରିଥିଲେ। ଅମର ସିଂ ଇଂଲଣ୍ଡ ବିପକ୍ଷରେ ୧୯୩୨ ରେ ଲଡସରେ ଡେବ୍ୟୁ କରି ୯ ନଂରେ ବ୍ୟାଟିଂ କରି ୫୧ ରନ କରିଥିଲେ। ସେ ପ୍ରଥମ ଓ ଦ୍ଵିତୀୟ ପାଳିରେ ୨-୨ ୱିକେଟ ଅକ୍ତିଆର କରିଥିଲେ। ଦତୁ ପଡ଼କର ଅଷ୍ଟ୍ରେଲିଆ ବିପକ୍ଷରେ ୮ ନଂରେ ବ୍ୟାଟିଂ କରି ୫୧ ରନ କରିଥିଲେ।
ସେ ପ୍ରଥମ ପାରିରେ ୧୪ ରନ କରି ୩ ୱିକେଟ ଅକ୍ତିଆର କରିଥିଲେ। ସୌରଭ ଗାଙ୍ଗୁଲି ଲଣ୍ଡନରେ ଇଂଲଣ୍ଡ ବିପକ୍ଷରେ ୩ ନଂରେ ବ୍ୟାଟିଂ କରି ୧୩୧ ରନ କରିଥିଲେ। ସେ ପ୍ରଥମ ପାରିରେ ୨ ଓ ଦ୍ଵିତୀୟ ପାରିରେ ୧ ୱିକେଟ ନେଇଥିଲେ। ହନୁମା ବିହାରୀ ଇଂଲଣ୍ଡ ବିରୁଦ୍ଧରେ ଦ ଓଭାଲରେ ୬ ନଂରେ ବ୍ୟାଟିଂ କରିବାକୁ ଆସି ୫୬ ରନ କରିଥିଲେ। ଦ୍ଵିତୀୟ ପାରିରେ ସେ ୩୭ ରନ କରି ୩ ଟି ୱିକେଟ ଅକ୍ତିଆର କରିଥିଲେ।

ୱାସିଂଟନ ସୁନ୍ଦର ୭ନଂରେ ବ୍ୟାଟିଂ କରି ୧୪୪ ବଲରେ ୬୨ ରନ କଲେ। ସେ ଡେବ୍ୟୁ ପାରିରେ ୭ ନଂରେ ବ୍ୟାଟିଂ କରି ଅଧିକ ରନ କରିବାରେ ୪ର୍ଥ ଭାରତୀୟ ହୋଇଗଲେ। ସେ ୬୨ ରନ କରି ଦିଲାବାର ହୁସେନଙ୍କ ୮୭ ବର୍ଷ ରେକର୍ଡ଼ ଭାଙ୍ଗିଲେ। ସେ ୧୯୩୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ୭ ନଂରେ ବ୍ୟାଟିଂ କରି ୫୭ ରନ ନିଜ ନାମରେ ନାମିତ କରିଥିଲେ। ଏହି ମାମଲାରେ ଶୀର୍ଷରେ ରାହୁଲ ଦ୍ରାଭିଡ ଅଟନ୍ତି । ସେ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ଏହି କ୍ରମରେ ଖେଳି ୯୫ ରନ କରିଥିଲେ।
ଅଷ୍ଟ୍ରେଲିଆରେ ୭ ନଂରେ ବ୍ୟାଟିଂ କରି ୱାସିଂଟନ ସୁନ୍ଦର ସବୁଠାରୁ ଅଧିକ ରନ କରିବାର ବ୍ୟାଟ୍ସମ୍ୟାନ ମଧ୍ୟ ହୋଇଗଲେ। ୱାସିଂଟନ ସୁନ୍ଦରଙ୍କ ପୂର୍ବରୁ ୧୯୧୧ ରେ ଇଂଲଣ୍ଡର ଫ୍ରାଙ୍କ ପୋଷ୍ଟର ସିଡନୀରେ ୫୬ ରନ କରିଥିଲେ।କହିରଖିଛୁ କି ୱାସିଂଟନ ସୁନ୍ଦର ଓ ସାର୍ଦ୍ହୁଲ ଠାକୁର କପିଳ ଦେବ ଓ ମନୋଜ ପ୍ରଭକରଙ୍କ ୩୦ ବର୍ଷର ରେକର୍ଡ଼ ମଧ୍ୟ ଭାଙ୍ଗିଦେଲେ। କପିଲ ଦେବ ଓ ମନୋଜ ପ୍ରଭାକର ୧୯୯୧ ରେ ୭ମ ୱିକେଟ ପାଇଁ ୫୮ ରନ ଯୋଡିଥିଲେ। ହେଲେ ସୁନ୍ଦର ଓ ସାର୍ଦ୍ହୁଲ ଶତକୀୟ ଭାଗିଦାରୀ କରି ଏହି ରେକର୍ଡ଼ ଭାଙ୍ଗିଛନ୍ତି।

ଭାରତର ୭ ଓ ୮ ନଂ ବ୍ୟାଟ୍ସମ୍ୟାନ ୩୮ ବର୍ଷ ପରେ ଏକ ପାଳିରେ ପଚାଶ ରନ କରିଛନ୍ତି। ସାର୍ଦ୍ହୁଲ ଠାକୁର ମଧ୍ୟ ୬୭ ରନ କରିଥିଲେ। ଏହା ପୂର୍ବରୁ ସନ୍ଦୀପ ପାଟିଲ ୧୯୮୨ ରେ ଅପରାଜିତ ୧୨୯ ରନ ଓ କପିଳ ଦେବ(୬୫) ରନ ମାନଚେଷ୍ଟରରେ ଏକ ପାରିରେ ୫୦ ରୁ ଅଧିକ ରନ ବନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।