କୋଚ୍ ରବି ଶାସ୍ତ୍ରୀଙ୍କ ଡ୍ରେସିଂ ରୁମରେ ଦିଆଯାଇଥିବା ଦୃଢ଼ତା ଓ ପ୍ରତିବନ୍ଧତା ଯୁବ ଖେଳାଳି ୱାଶିଂଟନ ସୁନ୍ଦରଙ୍କ ପାଇଁ ଟନିକ ଫଳି କାମ ଦେଇଛି ଯିଏ କୌଣସି ପ୍ରକାରର କାମ ପାଇଁ ପ୍ରସ୍ତୁତ ଅଛନ୍ତି। ଯେଉଁଥିରେ ଟେଷ୍ଟରେ ଓପନିଂ କରିବା ମଧ୍ୟ ସାମିଲ ଅଛି। ୨୧ ବର୍ଷୀୟ ୱାଶିଂଟନ ସୁନ୍ଦର ଅଣ୍ଡର ୧୯ ରେ ଓପନିଂ କରୁଥିଲେ। ହେଲେ ସେ ତାଙ୍କର ଅଫସ୍ପିନରେ ଅଧିକ ଧ୍ୟାନ ଦେଇ ଇଣ୍ଡିଆ ଟିମରେ ସାମିଲ ହେଲେ। ବ୍ରିସବେନ ଟେଷ୍ଟ ବିଜୟରେ ମୁଖ୍ୟ ଭୂମିକା ଲିଭେଇଥିବା ୱାଶିଂଟନ କହିଲେ କି,”ଯଦି ମତେ କେବେ ଟେଷ୍ଟରେ ଭାରତ ପାଇଁ ଓପନିଂ କରିବାର ମୌକା ମିଳେ ତ ଏହା ମୋ ପାଇଁ ଭାଗ୍ୟବାନ କଥା ହେବ। ଏହାକୁ ମୁଁ ଏକ ଚୂନୌତି ରୂପରେ ସ୍ୱୀକାର କରିବି ଓ ଆମ କୋଚ୍ ରବି ଶାସ୍ତ୍ରୀ ଆମ ଖେଳ ଦିନରେ କହିଥିଲେ।”

ରବି ଶାସ୍ତ୍ରୀଙ୍କ କଥା କାମ ଦେଲା ୱାଶିଂଟନ ସୁନ୍ଦରଙ୍କ ଉପରେ:
ୱାଶିଂଟନ ଗାବାରେ ୬୨ ରନ କରି ମ୍ୟାଚ ବଞ୍ଚେଇ ରଖିଲେ ଓ ଦ୍ଵିତୀୟ ପାରିରେ ୨୨ ରନ କରି ପ୍ୟାଟ କମିନ୍ସଙ୍କୁ ଛକା ମାରିଥିଲେ। ଏହାଛଡା ସେ ୪ ୱିକେଟ ମଧ୍ୟ ଅକ୍ତିଆର କରିଥିଲେ। ସେ କହିଲେ ,”ରବି ସାର ଆମକୁ ଖେଳର ଦୁଇ ପ୍ରେରଣାଦାୟୀ କଥା କହିଥିଲେ। ସେ ବିଶେଷଜ୍ଞ ସ୍ପିନର ଭାବରେ ପଦାର୍ପଣ କରିଥିଲେ ୪ ୱିକେଟ ନିଜ ନାମରେ ନାମିତ କରିଥିଲେ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦ ନଂରେ ବ୍ୟାଟିଂ କରିଥିଲେ।” ତା ପରେ କହିଲେ,” ତା ପରେ ସେ କିପରି ଓପନିଂ ବ୍ୟାଟ୍ସମ୍ୟାନ ହେଲେ ଓ ସେ କେମିତି ତାଙ୍କ ସମୟର ଶୀର୍ଷ ଦ୍ରୁତ ବୋଲରଙ୍କ ସାମ୍ନା କରିଥିଲେ। ମୁଁ ମଧ୍ୟ ତାଙ୍କ ପରି ଟେଷ୍ଟରେ ଓପନିଂ କରିବାକୁ ଇଚ୍ଛୁକ।”
ସେ ମାନନ୍ତି କି ଟେଷ୍ଟ ଟିମରେ ଆସିଥିବା କିଛି ଯୁବ ଖେଳାଳିଙ୍କ ପାଇଁ କେଉଁ ବାହାରି ଖେଳାଳିଙ୍କ ଠାରୁ ପ୍ରେର ଣା ବନେବା ଉଚିତ ନୁହେଁ। କାହିଁକିନା ଭାରତୀୟ ଡ୍ରେସିଂ ରୁମରେ ବହୁତ ଆଦର୍ଶ ଖେଳାଳି ଅଛନ୍ତି। ୱାଶିଂଟନ କହିଲେ,”ଜଣେ ଯୁବ ଖେଳାଳି ଭାବରେ ମୁଁ ଯଦି କାହା ଠାରୁ ପ୍ରେରଣା ନେବାକୁ ଚାହିଁବି ମତେ ଡ୍ରେସିଂ ରୁମରେ ହିଁ ବହୁତ ଆଦର୍ଶ ଖେଳାଳି ମିଳିଯିବେ। ବିରାଟ କୋହଲି,ରୋହିତ ଶର୍ମା,ଆଜିଙ୍କ୍ୟ ରାହାଣେ ଓ ଆର ଅଶ୍ୱିନଙ୍କ ଭଳି ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଉପଲବ୍ଧ ଅଛନ୍ତି। ଏହି ଖେଳାଳି ସର୍ବଦା ସହଯୋଗ ପାଇଁ ଆଗେଇ ଆସନ୍ତି।”

ନେଟ ପ୍ରାକ୍ଟିସରୁ ବହୁତ ସାହାଯ୍ୟ ମିଳିଲା: ସୁନ୍ଦର:
ୱାଶିଂଟନଙ୍କୁ ୱାଣ୍ଡେ ଓ ଟି ୨୦ ସିରିଜ ସରିବା ପରେ ଟେଷ୍ଟ ପାଇଁ ନେଟ ବୋଲର ହିସାବରେ ରହିବାକୁ କୁହାଗଲା।ଏହାଦ୍ୱାରା ନାଲି ବଲରେ ସେ ବହୁତ ବୋଲିଂ କରି ଅଭ୍ୟାସ କଲେ। ଭାରତ ତରଫରୁ ଗୋଟିଏ ଟେଷ୍ଟ ,୨୬ ଟି ୨୦ ଓ ଗୋଟିଏ ୱାଣ୍ଡେ ଖେଳିଥିବା ସୁନ୍ଦର କହିଲେ,”ଏଥିରୁ ନିଶ୍ଚିତ ମତେ ସାହାଯ୍ୟ ମିଳିଛି ମତେ ଟେଷ୍ଟ ସିରିଜ ପାଇଁ ଦଳରେ ରହିବାକୁ କୁହାଯାଇଥିଲା। ହେଲେ ତାହା ଆମର ବୋଲିଂ କୋଚ୍ ଭରତ ଅରୁଣ ସାର ସହିତ ସବୁ କୋଚଙ୍କ ରଣନୀତି ଥିଲା ଯେଉଁଥିରୁ ସାହାଯ୍ୟ ମିଳିଲା।”ସେ କହିଲେ,” ବ୍ରିସବେନରେ ପ୍ରଥମ ଦିନ ପିଚରୁ ସାହାଯ୍ୟ ମିଳିଲା ନାହିଁ। ହେଲେ ପ୍ରଥମ ଟେଷ୍ଟ ମ୍ୟାଚରେ ଷ୍ଟିଭ ସ୍ମିଥଙ୍କ ୱିକେଟ ନେବା ସ୍ବପ୍ନ ପୁରା ହେବା ପରେ କିଛି ଥିଲା।”
ୱାଶିଂଟନଙ୍କ ବଡ଼ ଭଉଣୀ ସୌଲଜା ମଧ୍ୟ କ୍ରିକେଟର:
ୱାଶିଂଟନଙ୍କ ବଡ଼ ଭଉଣୀ ଶୌଲଜା ମଧ୍ୟ ପେସାରେ କ୍ରିକେଟର ଓ ଏହି ଭାଇ ଭଉଣୀ ବହୁତ ଥର ନିଜ କଥା ସେୟାର ମଧ୍ୟ କରନ୍ତି। ୱାଶିଂଟନ କହିଲେ,”ଯଦି ତାକୁ ଲାଗେ ଏହି କଥା ମତେ ସେୟାର କରିବାକୁ ପଡିବ ତାହାଲେ ସେ ଏମିତି କରେ। ତାର ବୁଝା ସବୁବେଳେ କାମ ଦିଏ।ହେଲେ ଘରେ ଆମେ କ୍ରିକେଟ ବିଷୟରେ ଚର୍ଚ୍ଚା କରୁନାହିଁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।