ସୁନୀଲ ଗାଭାସ୍କର ବିସିସିଆଇକୁ ଟାର୍ଗେଟ କରି କହିଛନ୍ତି ବାପା ହେବେ ବୋଲି ବିରାଟ କୋହଲିଙ୍କୁ ଭାରତ ପଠାଯାଇ ବାପା ହୋଇଥିବା ନଟରାଜନଙ୍କୁ ଅଷ୍ଟ୍ରେଲିଆ ଅଣାଗଲା।

ବିରାଟ କୋହଲିଙ୍କୁ ବିସିସିଆଇ ପିତୃତ୍ୱ ଅବକାସ କଣ ଦେଇଦେଲା ସେଥିରେ ହଙ୍ଗାମା ହୋଇଯାଇଛି ? ପୂର୍ବ ଅଧିନାୟକ ଓ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିସିସିଆଇ ଉପରେ ଲକ୍ଷ ସାଧିଛନ୍ତି । ସୁନୀଲ ଗାଭାସ୍କର କଡା ଶବ୍ଦରେ କହିଛନ୍ତି ଗୋଟେ ପଟ ବିସିସିଆଇ ଟି ନଟରାଜନଙ୍କୁ ନିଜ ନବଜାତ ପିଲାକୁ ଦେଖିବାକୁ ନଦେଇ ତାଙ୍କୁ ନେଟ ଵୋଲିଙ୍ଗ ପାଇଁ ଅଷ୍ଟ୍ରେଲିଆ ନେଇଗଲେ। ଅପର ପକ୍ଷରେ ଟିମ ଇଣ୍ଡିଆର ଅଧିନାୟକଙ୍କୁ ମଝି ସିରିଜରେ ଛୁଟି ଦିଆଯାଇଛି। ସୁନୀଲ ଗାଭାସ୍କର ସେତିକିରେ ନଅଟକି ଏହା ମଧ୍ୟ କହିଛନ୍ତି ନଟରାଜନଙ୍କ ଭଳି ଚମ୍ପିୟାନ ବୋଲରଙ୍କୁ କେବଳ ନେଟରେ ଵୋଲିଙ୍ଗ କରାଯାଉଛି ଏହା ବହୁତ ଅଦ୍ଭୁତ।
ଗାଭାସ୍କର କହିଛନ୍ତି ମ୍ୟାଚ ବିଜେତା ବୋଲରଙ୍କୁ ନେଟ ବୋଲର କରାଯାଇଛି:
ସୁନୀଲ ଗାଭାସ୍କର ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ନଟରାଜନ ଜଣେ ଷ୍ଟାର ଖେଳାଳୀ ଅଟନ୍ତି। ସେ ଟି-୨୦ ଫର୍ମାଟରେ ନିଜକୁ ସାବ୍ୟସ୍ତ କରିଛନ୍ତି। ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ମଧ୍ୟ ଟିମ ଇଣ୍ଡିଆ ତାଙ୍କୁ ଟେଷ୍ଟ ମ୍ୟାଚ ପାଇଁ ନେଟ ବୋଲର କରିଛି।ଗାଭାସ୍କର କହିଛନ୍ତି ନଟରାଜନ ଆଇପିଏଲ ପ୍ଲେଅଫ ସମୟରେ ବାପା ହୋଇଥିଲେ କିନ୍ତୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପର୍ଯ୍ୟନ୍ତ ରଖାଗଲା। ସେ ବି ଟିମରେ ନୁହେଁ ଏକ ନେଟ ବୋଲର ହିସାବରେ। ଟିକେ ଭାବନ୍ତି ଜଣେ ମ୍ୟାଚ ବିଜେତା ବୋଲର ଅନ୍ୟ ଫର୍ମାଟରେ ନେଟ ବୋଲର। ନଟରାଜନ ସିରିଜ ଶେଷ ହେବା ପରେ ଜାନୁଆରୀର ତୃତୀୟ ସପ୍ତାହରେ ଭାରତ ଫେରିବେ। ସେବେ ଯାଇ ସେ ନିଜ ଝିଅକି ପ୍ରଥମେ ଦେଖିବାକୁ ପାଇବେ। ଆଉ ଅନ୍ୟ ପଟେ ଅଧିନାୟକ ବିରାଟ କୋହଲି ଯିଏକି ଗୋଟିଏ ମ୍ୟାଚ ପରେ ବାପା ହେବାକୁ ଥିବାରୁ ଫେରିଯାଉଛନ୍ତି”।

ଟି ନଟରାଜନଙ୍କର ସୁନ୍ଦର ପ୍ରଦର୍ଶନ:
କହିରଖିବୁ ଟି ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାନବରାରେ ଏକଦିବସିୟ ମ୍ୟାଚ ଡେଭ୍ୟୁ କରିଥିଲେ।ସେଠାରେ ସେ ଦୁଇଟି ୱିକେଟ ନେଇଥିଲେ। ଏହା ପରେ ବାମହାତୀ ଏହି ଦ୍ରୁତ ବୋଲର ୩ଟି ମ୍ୟାଚରେ ୬ ୱିକେଟ ନେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ଏହା କି ତାଙ୍କ ଇକୋନୋମି ରେଟ ୭ ରନ ପ୍ରତି ଓଭରରୁ କମ ଥିଲା ।ମହମ୍ମଦ ସାମୀ ଆଘତ ହେବାପରେ ସେ ଟେଷ୍ଟ ଟିମରେ ସାମିଲ ହେବାର ଆଶା ଥିଲା ହେଲେ ଏହିପରି ହେଲାନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।