ସୁନୀଲ ଗାଭାସ୍କର କପିଲ ଶର୍ମା ଶୋ ରେ ଜାଭେଦ ମିଆଦାଦଙ୍କୁ ନେଇ ଦେଲେ ବଡ଼ ବୟାନ। ଶୁଣେଇଲେ ଏପରି କଥା ଯେ ସବୁ ଆଶ୍ଚର୍ଯ୍ୟ।

ସୁନୀଲ ଗାଭାସ୍କର କପିଲ ଶର୍ମା ଶୋ ରେ କହିଥିଲେ କି ଥରେ ପାକିସ୍ତାନର ପୂର୍ବ ଅଧିନାୟକ ଜାବେଦ ମିଆଦାଦ ଫର୍ମରେ ଥିବା ଭାରତୀୟ ଵୋଲରଙ୍କୁ ନର୍ଭସ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଜାବେଦ ଜାଣିଥିଲେ କି ଯଦି ଏହି ବୋଲର ଭଲ ଫର୍ମକୁ ଫେରିଆସିଲା ତେବେ ଏହା ତାଙ୍କ ଟିମ ପାଇଁ ଅଶୁବିଧା ସୃଷ୍ଟି କରିପାରିବ।

Google

ସୁନୀଲ ଗାଭାସ୍କର ନବଜିତ ସିଂହ ସିଧୁଙ୍କ କହିବା ଅନୁସାରେ ସେହି ବାଙ୍ଗାଲୋରରେ ହୋଇଥିବା ମଜେଦାର କାହାଣୀ ଶୁଣାଇଥିଲେ। ସେ ପୁଣି ଜାବେଦ ମିଆଦାଦଙ୍କ ପରି ତୋତଲି ସ୍ୱରରେ। ଶୋ ରେ ଉପସ୍ଥିତ ନବଜିତ ସିଂହ ସିଧୁ କହିଥିଲେ ,”ଶନି ଭାଇ ମତେ ଆଜିବି ମନେ ଅଛି ସେହି କଥା ଯାହା ଆପଣ ମତେ ଶୁଣାଇଥିଲେ। ଆଜି ମୁଁ ଚାହୁଁଛି ପୁରା ଦୁନିଆ ଶୁଣୁ ସେହି ଯାବେଦ ମିଆଦାଦ ଥିବା ଯେଉଁ କାହାଣୀ..”। ସିଧୁ କହିଥିଲେ ଓ ଭାଇ ବ୍ୟାଟ ଅଛି ବ୍ୟାଟ।ହଁ ବ୍ୟାଟ ଆଣ। ଏଠାରେ ସବୁକିଛି ଉପସ୍ଥିତ ହୋଇଯାଇଥାଏ।ଚିୟର ଗାର୍ଲ ଉପସ୍ଥିତ ହୋଇଯାଇଛନ୍ତି ତ ବ୍ୟାଟ ମଧ୍ୟ ଉପସ୍ଥିତ ହୋଇପାରିବ। ଏହା ପରେ ସେ ସୁନୀଲ ଗାଭାସ୍କରଙ୍କୁ ବ୍ୟାଟ ଧରାଇ ଦେଲେ।

ସୁନୀଲ ଗାଭାସ୍କର ହାତରେ ବ୍ୟାଟ ଧରିଲେ ଓ କହିଲେ ଆମ ବେଙ୍ଗଲୁରୁରେ ହୋଇଥିଲା ମ୍ୟାଚ। ଜଣେ ଭାରତୀୟ ବୋଲର ଥିଲା ଯିଏକି ପୁନଃ ଫର୍ମକୁ ଫେରୁଥିଲା। ବହୁତ ଭଲ ବୋଲର ଥିଲା କିନ୍ତୁ ପ୍ରଥମ ଟୁରରେ ତାଙ୍କୁ ଡ୍ରପ କରାଯାଇଥିଲା। ଜାବେଦ ଜାଣିଥିଲେ ଏହା ଖତରନାକ ସାବ୍ୟସ୍ତ ହୋଇପାରନ୍ତି ଏହି ପିଚରେ। ସେହି ପିଚରେ ବଲ ବହୁତ ଟର୍ନ ହେଉଥିଲା। ଯାବେଦ ସାଇକୋଲୋଜିକାଲ ବହୁତ ଷ୍ଟ୍ରଙ୍ଗ ଥିଲା। ସେ ଭାବିଲା ଯଦି ବୋଲରକୁ ନର୍ଭସ କରିବ ଏହା ତା ପାଇଁ ଓ ଟିମ ପାଇଁ ଫାଇଦା ଆଣିବ।

Google

ଏହା ପରେ ଗାଭାସ୍କର ନିଜ ଜାଗାରୁ ଉଠିଲେ ଓ ବ୍ୟାଟ୍ସମ୍ୟାନ ଆକ୍ଟିଙ୍ଗ କରି କହିଲେ,”ଯେବେ ସେହି ସ୍ପିନର ଜାବେଦଙ୍କୁ ବଲ ପକାଉଥିଲା ଜାବେଦ ତା ପାଖୁ ଆସି କହୁଥିଲେ ୟେ ତେଲା ଲୁମ ନମ୍ବର କେତେ,ଲୁମ ନମ୍ବର?ଯାବେଦ ପ୍ରତି ଦୁଇଟି ବଲ ପରେ ତାକୁ ଆସି ପଚାରୁଥିଲା ୟେ ତେଲା ଲୁମ ନମ୍ବର କେତେ,ଲୁମ ନମ୍ବର?।

ଗାଭାସ୍କର କହିଲେ ,”ସୈୟଦ କିରମାନି ୱିକେଟକିପର ଥିଲେ। ସେ ପୁରା ଷ୍ଟମ୍ପ ପାଖରେ ଥିଲେ। ଜାବେଦ ଯାହା କହୁଥିଲା ସେ ବି ଶୁଣୁଥିଲେ। ମୁଁ ସ୍ଲିପରେ ଥିଲି। ସୈୟଦ କିରମାନି ମୁହଁରେ ହାତ ଲଗାଇ ମତେ ପଚାରିଲେ ଏହା କଣ ହେଉଛି? ମୁଁ ତାଙ୍କୁ କହିଲି ଏହା ଜାବେଦ ଆରମ୍ଭ କରିଛି ଜାବେଦ ହିଁ ଶେଷ କରିବ”।

Google

ଗାଭାସ୍କର କହିଛନ୍ତି ଏହିପରି ଚାଲିଲା ପ୍ରତି ଦୁଇଟି ବଲ ପରେ ସେ ଆସି ପଚାରୁଥିଲା ଏ କହ ନା କହ। ଶେଷରେ ସେ ବୋଲର ରାଗିଗଲା କାରଣ ସେ ଯେତେ ବୋଲିଙ୍ଗ ଉପରେ ଫୋକସ କରୁଥିଲା କିନ୍ତୁ ପ୍ରତି ଦୁଇଟି ବଲ ପରେ ଜାବେଦ ଆସି ତାକୁ ନର୍ଭସ କରୁଥିଲା। ସେ ରାଗି ଯାଇ ପଚାରିଲା କଣ ପାଇଁ ରୁମ ନମ୍ବର ଦରକାର। ଜାବେଦ କହିଲା ତେଲା ରୁମକୁ ଗୋଟେ ସିକ୍ସ ମାରିବି। ସୁନୀଲ ଗାଭାକ୍ସରଙ୍କ କଥା ଶୁଣି ଶୋ ରେ ବସିଥିବା ସମସ୍ତ ଲୋକ ହସିବାକୁ ଆରମ୍ଭ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *