ବ୍ୟୁରୋ ରିପୋର୍ଟ: ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ ସରିଯାଇଛି। ଏବେ ସୁପର ୪ ମ୍ୟାଚରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟିମ ସାମ୍ନା ସାମ୍ନି ହେବେ। ଏହି ଚାରି ଟିମ ଟ୍ରଫି ଜିତିବା ପାଇଁ ପୁରା ଜୋର ଲଗାଇବେ। ପାକିସ୍ତାନ ଶେଷ ଲିଗ ମ୍ୟାଚରେ ହଙ୍କକଂଙ୍ଗକୁ ବଡ଼ ଅନ୍ତରରେ ହରାଇ ସୁପର ୪ରେ ପହଁଚିଛି। ୮ ଦିନ ମଧ୍ୟରେ ପୁଣି ଭାରତ ଓ ପାକିସ୍ତାନ ସୁପର ୪ରେ ସାମ୍ନା ସାମ୍ନି ହେବେ। ଏହା ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଲିଗ ମ୍ୟାଚ ୨୮ ଅଗଷ୍ଟକୁ ହେଇଥିଲା ଯେଉଁ ମ୍ୟାଚକୁ ଭାରତ ଜିତିଥିଲା।

ଟିମ ଇଣ୍ଡିଆ ପାକିସ୍ତାନକୁ ଏସିଆ କପରେ ଚତ୍ରୁର୍ଥ ଥର ଲିଗ ମ୍ୟାଚରେ ହରାଇଥିଲା। ଦୁଇ ଟିମ ୪ ସେପ୍ଟେମ୍ବର ରବିବାରକୁ ପୁଣି ସାମ୍ନାସାମ୍ନି ହେବାର ଅଛି। ଭାରତୀୟ ଟିମ ପାକିସ୍ତାନକୁ ଏସିଆ କପରେ ଲଗାତର ୫ ଥର ହରାଇବା ଲକ୍ଷ୍ୟରେ ଓହ୍ଲାଇବ। ତେଣୁ ଦୁହିଁଙ୍କ ମ୍ୟାଚରେ ଏକ ବଡ଼ ମ୍ୟାଚ ଦେଖିବାକୁ ମିଳିବ।
ଭାରତୀୟ ଟିମ ୩ଟି ମ୍ୟାଚ ଖେଳିବାର ଅଛି:
ସୁପର ୪ରେ ଭାରତୀୟ ଟିମ ତିନୋଟି ମ୍ୟାଚ ଖେଳିବାର ଅଛି। ପାକିସ୍ତାନ ସହ ଆଲୋଚନା ଖେଳିବା ପରେ ଭାରତୀୟ ଟିମ ୬ ସେପ୍ଟେମ୍ବରକୁ ଶ୍ରୀଲଙ୍କା ଓ ୮ ସେପ୍ଟେମ୍ବରକୁ ଆଫଗାନିସ୍ତାନ ବିରୁଦ୍ଧରେ ମ୍ୟାଚ ଖେଳିବାର ଅଛି। ସେହିପରି ପାକିସ୍ତାନ ଭାରତ ସହ ମ୍ୟାଚ ପରେ ୭ ସେପ୍ଟେମ୍ବରକୁ ଆଫଗାନିସ୍ତାନ ଓ ୯ ସେପ୍ଟେମ୍ବରକୁ ଶ୍ରୀଲଙ୍କା ସହ ଖେଳିବଲବାର ଅଛି। ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବରକୁ ଖେଳାଯିବାର ଅଛି। ସବୁ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଖେଳାଯିବାର ଅଛି।

ସୁପର ୪ରେ ୬ ମ୍ୟାଚ ଖେଳାଯିବାର ଅଛି:
ସୁପର ୪ରେ ମୋଟ ୬ ମ୍ୟାଚ ଖେଳାଯିବାର ଅଛି ଓ ଟପ ୨ ରେ ରହିବା ଟିମଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ହେବାର ଅଛି। ଭାରତୀୟ ଟିମ ଗ୍ରୁପ ଏ ରେ ଦୁଇଟି ଯାକ ମ୍ୟାଚ ଜିତି ସୁପର ୪ରେ ପହଁଚିଥିଲା। ଟିମ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇଥିଲା ଓ ଦ୍ୱିତୀୟ ମ୍ୟାଚରେ ହଙ୍କକଂଙ୍ଗକୁ ୪୦ ରନରେ ହରାଇଥିଲା। ପାକିସ୍ତାନ ଟିମ ଗୋଟେ ପରାଜୟ ଓ ଗୋଟେ ବିଜୟ ସହ ସୁପର ୪ରେ ପହଁଚିଥିଲା। ଗ୍ରୁପ ବି ରେ ଆଫଗାନିସ୍ତାନ ଦୁଇଟି ମ୍ୟାଚ ଜିତି ସୁପର ୪ରେ ପହଁଚିଥିଲା ସେହିପରି ଶ୍ରୀଲଙ୍କା ଟିମ ବଙ୍ଗଳାଦେଶକୁ ହରାଇ ସୁପର ୪ରେ ପହଁଚିଛି।