ଏସିଆ କପ ସୁପର-୪ ର ପ୍ରଥମ ମୁକାବିଲା ଏଥିମଧ୍ୟରେ ଶେଷ ହୋଇ ସାରିଛି। ଏହା ଦୁବାଇର ସାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ଶ୍ରୀଲଙ୍କା ୪ ୱିକେଟ ଜିତି ନେଇଛି।

ଶ୍ରୀଲଙ୍କା ଅଧିନାୟକ ଦଶନୁ ଶନକା ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ଓପନର ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ହଜରତୁଲା ଜଯାଇ ୧୬ ରନ ଆଉଟ ହୋଇଥିଲେ। ଏହାପରେ ରହମନୁଲା ଗୁର୍ବାଜ ଏବଂ ଇବ୍ରାହିମ ଜରଦାନ ଦ୍ଵିତୀୟ ୱିକେଟ ଯୋଡିରେ ୯୩ ରନ ଯୋଗ କରିଥିଲେ।
ନିର୍ଦ୍ଧାରିତ ୨୦ ଓଭର ଶେଷ ସୁଦ୍ଧା ଦଳ ୬ ଟି ୱିକେଟ ହରାଇ ୧୭୫ ରନ ସଂଗ୍ରହ କରି ପାରିଥିଲା। ଦଳ ପକ୍ଷରୁ ରହମନୁଲା ଗୁର୍ବାଜ ୪ଟି ଚୌକା ଏବଂ ୬ଟି ଛକା ସହିତ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଇବ୍ରାହିମ ଜରଦାନ ୨ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୮ ବଲରେ ୪୦ ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନଜିବୁଲା ୧୭ ରନ ମହମ୍ମଦ ନବି ୧ ରନ ଏବଂ ରସିଦ ଖାଁ ୯ ରନ କରି ଆଉଟ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ଦୁଇଟି ୱିକେଟ ନେଇଥିଲେ।

ଏହାର ଜବାବରେ ଶ୍ରୀଲଙ୍କା ଦଳର ଓପନର ପଥୁମ ନୀଶଙ୍କା ଏବଂ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ। ପଥୁମ ୩ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୮ ବଲରେ ୩୫ ରନ କରି ଆଉଟ ହେବା ପରେ କୁଶଲ ମେଣ୍ଡିସ ୨ଟି ଚୌକା ଏବଂ ୩ଟି ଛକା ସହିତ ୧୯ ବଲରେ ୩୬ କରି ଆଉଟ ହୋଇଥିଲେ। ଖେଳର ଅନ୍ତିମ ଭାଗରେ ଦନୁଷ୍କା ଗୁଣତିଲକାଙ୍କ ଜବରଦସ୍ତ ବ୍ୟାଟିଂର ପ୍ରଦର୍ଶନ କରିବାରେ ସକ୍ଷମ ରହିଥିଲେ।
ସେ ୨ ଟି ଚୌକା ଏବଂ ୨ ଟି ଛକା ସହିତ ୨୦ ବଲରେ ୩୩ ରାମ ସଂଗ୍ରହ କରିଥିଲେ। ଭାନୁକା ରାଜପକ୍ଷଙ୍କ ୧୪ ବଲରେ ୩୧ ରନ ଏବଂ ୱାନିନ୍ଦୁ ହସରଙ୍ଗାଙ୍କ ୯ ବଲରେ ୧୬ ରନ ଯୋଗୁଁ ଦଳ ୪ ଟି ୱିକେଟ ଏବଂ ୫ ଟି ବଲ ଥାଇ ମ୍ୟାଚ ଜିତି ନେଇଥିଲା। ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହେମାନ ଏବଂ ନବୀନ-ଉଲ-ହକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ରହମନୁଲା ଗୁର୍ବାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବଛା ଯାଇଥିଲା।