ଆତ୍ମହତ୍ୟା ପାଇଁ ଉସକାଇବାର ଦୁଇ ବର୍ଷ ପୁରୁଣା ମାମଲାରେ ଗିରଫ ରିପବ୍ଲିକ ଟିଭିର ଏଡ଼ିଟର-ଇନ-ଚିଫ ଅର୍ଣ୍ଣବ ଗୋସ୍ୱାମୀ ଙ୍କ ଜାମିନ ୟାଚିକା ଉପରେ ସୁପ୍ରିମକୋର୍ଟ ଆଜି ବୁଧବାର ଦିନ ଶୁଣାଣି କରୁଛି। ଜଜ ଧନଞ୍ଜୟ ବାଇ ଚନ୍ଦ୍ରଚୁଡ଼ ଓ ଜଜ ଇନ୍ଦିରା ବାନାର୍ଜୀ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଉପରେ ଶୁଣାଣି କରିବେ। ରିପବ୍ଲିକ ଟିଭିର ପ୍ରଧାନ ସମ୍ପାଦକଙ୍କୁ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହେବାପରେ ସୁପ୍ରିମକୋର୍ଟ ଆଜି ବା ୧୧ ନଭେମ୍ବରକୁ ଶୁଣାଣି ପାଇଁ କହିଛି। ଅଧିବକ୍ତା ନିର୍ଣ୍ଣିମେଶ ଦୁବେଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଅପିଲରେ ସୁପ୍ରିମକୋର୍ଟ ସକାଳ ସାଢେ ୧୦ ରୁ ଶୁଣାଣି କରୁଛି।

-ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଦ୍ଵାରା ବିଚାରଧାରା, ମତଭେଦ ଆଧାରରେ ଲୋକଙ୍କୁ ନିରାଶକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଆମେ ଲଗାତର ଦେଖୁଛୁ ଉଚ୍ଚତମ ନ୍ୟାୟାଳୟ ଲୋକଙ୍କୁ ଜାମିନ ପ୍ରଦାନ କରିପାରୁନାହିଁ ଓ ତାଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ରତା ରକ୍ଷା କରିବାରେ ଅସଫଳ ହେଉଛି।
-ସୁପ୍ରିମକୋର୍ଟ କହିଛି କି ରାଜ୍ୟ ସରକାର ଯଦି କୌଣସି ବ୍ୟକ୍ତିକୁ ନିରାଶ କରିବ ତ ତାକୁ ଜାଣିବା ଉଚିତ କି ନାଗରିକଙ୍କ ସ୍ୱତନ୍ତ୍ରତା ରକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ରହିଛି।
-ଉଚ୍ଚତମ ନ୍ୟାୟାଳୟ କହିଛି କି ଯଦି ସଂବୈଧାନିକ ନ୍ୟାୟାଳୟ ହସ୍ତକ୍ଷେପ କରିନଥାନ୍ତା ତ ଆମେ ନିଶ୍ଚୟ ବିନାଶ ରାସ୍ତାରେ ଚାଲୁଛୁ।
-ଉଚ୍ଚତମ ନ୍ୟାୟାଳୟ କହିଛି ଆମ ଲୋକତନ୍ତ୍ର ଅସାଧାରଣ ରୂପରେ ଚାଲିଛି। ମହାରାଷ୍ଟ୍ର ସରକାର ଏହି ସବୁ (ଟିଭିରେ ଅର୍ଣ୍ଣଵଙ୍କ ଚର୍ଚ୍ଚା) କୁ ଅଣଦେଖା କରିବା ଉଚିତ।
-ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସକାଇବା ମାମଲା:- ଉଚ୍ଚତମ ନ୍ୟାୟାଳୟ କହିଲା ଯଦି କାହାର ନିଜ ସ୍ୱତନ୍ତ୍ରତା ମରିଯାଇଛି ତ ଯାହା ନ୍ୟାୟ ଉପରେ ଆଘାତ ହେବ।
-ଉଚ୍ଚତମ ନ୍ୟାୟାଳୟ ମହାରାଷ୍ଟ୍ର ସରକାରଙ୍କୁ ପଚାରିଲେ କି ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ ରିମାଣ୍ଡରେ ନେଇ ପଚରାଉଚୁରା କରିବାର ଆବଶ୍ୟକତା ଅଛି? କୋର୍ଟ ଆଗକୁ କହିଛି, ଆମେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ମାମଲା ସମାଧାନ କରୁଛୁ।
-ଅର୍ଣ୍ଣବଙ୍କ ୟାଚିକା ଉପରେ ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୁଡ଼ କହିଲେ “ଯଦି ଆମେ ଏକ ସଂବିଧାନିକ ନ୍ୟାୟାଳୟ ରୂପରେ ସ୍ୱତନ୍ତ୍ରତାର ରକ୍ଷା ନକରିବୁ ,ତ କିଏ କରିବ?ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିକୁ ଟାର୍ଗେଟ କରିବ ତ ଆମକୁ ଏକ ମଝବୁତ ସଂଦେଶ ଦେବାର ଆବଶ୍ୟକତା ଅଛି। ଆମ ଲୋକତନ୍ତ୍ର ଅସାଧାରଣ ରୂପରେ ଚାଲୁଛି।
-ଅର୍ଣ୍ଣବ ଗୋସ୍ୱାମୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଉପସ୍ଥିତ ସିନିୟର ଓକିଲ ହରିସ ସାଲବେ ଏହି ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି।
-ଅର୍ଣ୍ଣବ ଗୋସ୍ୱାମୀଙ୍କ ୟାଚିକାକୁ ନେଇ ଝଗଡା ଉପରେ ହରିସ ସାଲବେ କହିଛନ୍ତି ତଥ୍ୟକୁ ଅଣଦେଖା କରାଯାଇ ରାଜ୍ୟର ଶକ୍ତି ସହିତ ଦୁରୂପଯୋଗ କରାଯାଉଛି। ଆମେ ଏଫଆଇଆର ଚରଣରୁ ଆଗକୁ ଆସିଗଲୁଣି। ଏହି ମାମଲାରେ ୨୦୧୮ରେ ଏଫଆଇଆର ଦାଖଲ କରାଯାଇଥିଲା। ପୁନଃ ଯାଞ୍ଚ ପାଇଁ ଶକ୍ତିର ଦୁରୂପଯୋଗ କରାଯାଉଛି।
-ଅର୍ଣ୍ଣବ ଗୋସ୍ୱାମୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଉପସ୍ଥିତ ଓକିଲ ହରିସ ସାଲବେ ସୁପ୍ରିମକୋର୍ଟରେ ନିଜ ଦଲିଲ ଦାଖଲ କରି ସେ ଅର୍ଣ୍ଣବଙ୍କ ବିରୁଦ୍ଧରେ ହୋଇଥିବା ଏଫଆଇଆରକୁ ବିରୋଧ କରିବା ସହିତ ଏହାକୁ ଭଲ ବୋଲି କହିଛନ୍ତି।
-ସୁପ୍ରିମକୋର୍ଟର ଜଷ୍ଟିସ ଧନଞ୍ଜୟ ବାଇ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଉପରେ ଶୁଣାଣି କରୁଛନ୍ତି।
-ସୁପ୍ରିମକୋର୍ଟରେ ଅର୍ଣ୍ଣବଙ୍କ ୟାଚିକା ଉପରେ ଶୁଣାଣି ଆରମ୍ଭ।
ବମ୍ବେ ଉଚ୍ଚ ନ୍ୟାୟାଳୟ ୨ ନଭେମ୍ବରକୁ ଅର୍ଣ୍ଣବ ଓ ଅନ୍ୟ ଦୁଇଜଣଙ୍କ ଜାମିନ କୁ ଖାରଜ କରିଥିଲା ଓ କହିଥିଲା କି ତାକୁ ନିଚିଲି ଅଦାଲତ ଯିବା ଆବଶ୍ୟକ। ସୁପ୍ରିମକୋର୍ଟ ଭି କହିଥିଲା କି ଯଦି ଅଭିଯୁକ୍ତକାରୀ “ବେଆଇନ ଗିରଫଦାରୀ” କୁ ବିରୋଧ କରୁଛି ଓ ପତ୍ର ଦାଖଲ କେରେ ତ ନିଚିଲ ଅଦାଲତ ୪ ଦିନ ଭିତରେ ଏହା ଉପରେ ନିର୍ଣ୍ଣୟ କରିବ।ଅର୍ଣ୍ଣବ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଅପିଲରେ ମହାରାଷ୍ଟ୍ର ସରକାରଙ୍କ ସହିତ ମୁମ୍ବାଇ ପୋଲିସ ଆୟୁକ୍ତ ପରମବୀର ସିଂ ଙ୍କୁ ବି ଦୋଷ ଦେଇଛନ୍ତି।
ଏହା ଉପରେ ମହାରଷ୍ଟ୍ର ସରକାରବି ନିଜ ଅଧୀନ ସଚିନ ପାଟେଲଙ୍କ ମାଧ୍ୟମରେ ଅପିଲ ଦାଖଲ କରିଛନ୍ତି।ଯାହା ଦ୍ୱାରା ତାଙ୍କ ପକ୍ଷ ନଶୁଣି ଯେପରି ସୁପ୍ରିମକୋର୍ଟ କୌଣସି ରାୟ ନଦିଅନ୍ତୁ। ମହାରଷ୍ଟ୍ରର ରାଜଗଡ଼ ଜିଲ୍ଲାର ଅଲିବାଗ ଥାନାର ପୋଲିସ ୪ ନଭେମ୍ବରକୁ ,ଏଣ୍ଟିରିୟର ଡ଼ିଯାଇନର କମ୍ପାନୀକୁ ବାକି ପଇସା ନଦେବା କାରଣରୁ ଅନବୟ ନାୟକ ଓ ତାଙ୍କ ମାକୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଥିଲା।
ଉଚ୍ଚ ନ୍ୟାୟାଳୟରେ ଶୁଣାଣି ପୂର୍ବରୁ ନିଜ ନିଜମିତ ଜାମିନ ପାଇଁ ଅର୍ଣ୍ଣବ ଅଲିବାଗ କୋର୍ଟରେ ପତ୍ର ଦାଖଲ କରିଥିଲେ।କିନ୍ତୁ ଉଚ୍ଚ ନ୍ୟାୟାଳୟ ଅର୍ଣ୍ଣବ ଓ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ ଓ ଜିତିସ ସାରଦାଙ୍କ ଜାମିନ କୁ ଖାରଜ କରିବା ସହିତ କହିଥିଲା କି ଅସାଧାରଣ କ୍ଷେତ୍ରର ବ୍ୟବହାରର କୌଣସି ମାମଲା ହୋଇନଥାଏ। ଏହି ପ୍ରାର୍ଥମିକତା ପାଇଁ ଦାଖଲ ଉପରେ ଉଚ୍ଚ ନ୍ୟାୟାଳୟ ୧୦ନଭେମ୍ବରକୁ ଶୁଣାଣି କରିବ।
ଅର୍ଣ୍ଣବଙ୍କ ସହିତ ତିନି ଅଭିଯୁକ୍ତଙ୍କୁ ୪ ନଭେମ୍ବରକୁ ମାଜିଷ୍ଟ୍ରେଟ ଅଦାଲତରେ ଉପସ୍ଥିତ କରାଯାଇଥିଲା। ସେଠାରେ ତାଙ୍କୁ ପୋଲିସ କଣ୍ଟ୍ରୋଲକୁ ନପଠାଇ ୧୮ ନଭେମ୍ବର ପାଇଁ ନ୍ୟାୟିକ ବ୍ୟବସ୍ଥାକୁ ପଠାଇଥିଲେ। ଅର୍ଣ୍ଣବଙ୍କୁ ପ୍ରଥମେ ଅଲିବାଗ ଜେଲପାଇଁ ହୋଇଥିବା କୋଭିଡ଼-୧୯ ସେଣ୍ଟରରେ ରଖାଗଲା। ସେଠାରେ ସେ ମୋବାଇଲ ବ୍ୟବହାର କରିବା କାରଣରୁ ସେଠାରୁ ତାଙ୍କୁ ରାଜଗଡ଼ର ତଲୋଜା ଜେଲ ପଠାଗଲା।

ଏହା ମଧ୍ୟରେ ରିପବ୍ଲିକ ଟିଭିର କଂସଲଟିଙ୍ଗ ସମ୍ପାଦକ ପ୍ରଦୀପ ଭଣ୍ଡାରି ରବିବାରକୁ ପ୍ରଧାନ ନ୍ୟାୟାଧିସ ଏସ ଏ ବୋବଡେଙ୍କୁ ଏକ ପତ୍ର ଲେଖି ଗୋସ୍ଵାମିଙ୍କୁ ତଲୋଜା ଜେଲ ସ୍ଥାନାନ୍ତରକରିବା ଓ ଖତରନାକ ଅପରାଧିମାନଙ୍କ ସହ ରଖାଯିବା କାରଣରୁ ତାଙ୍କୁ ସୁରକ୍ଷା ଦେବାପାଇଁ କହିଛନ୍ତି। ସେ କହିଛନ୍ତି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜୀବନକୁ ବିପଦ ଅଛି ଓ ତାଙ୍କୁ ରବିବାରଦିନ ପିଟା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।