ପ୍ରବାସୀ ଶ୍ରମିକଙ୍କ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ସମ୍ପର୍କରେ ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ସମସ୍ତ ପ୍ରବାସୀଙ୍କୁ ୧୫ ଦିନ ଭିତରେ ଘରେ ପହଁଞ୍ଚା ଯାଉ । କୋର୍ଟ କହିଛନ୍ତି, ସମସ୍ତ ରାଜ୍ୟକୁ ରେକର୍ଡ ରଖିବା ଦରକାର । ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଓ ଅନ୍ୟ ପ୍ରକାର ଆଶ୍ବସ୍ତି ପ୍ରଦାନ ତାହା କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ । ଏହା ସହ ପ୍ରବାସୀଙ୍କ ରେଜିଷ୍ଟେ୍ରସନ୍ ହେବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ଏମ ଆର ଶାହଙ୍କ ଖଣ୍ଡପୀଠ ଏହି ପ୍ରବାସୀଙ୍କ କାମକୁ ଦୟନୀୟ ସ୍ଥିତି ବିଷୟରେ ଜାଣିବା ପାଇଁ ମାମଲାର ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବେଳେ ନିଜର ଇଚ୍ଛା ପ୍ରକାଶ କରିଥିଲେ।

ଏହା ଭିତରେ, କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଖଣ୍ଡପୀଠକୁ ସୂଚିତ କରିଛନ୍ତି ଯେ, ଏହି ପ୍ରବାସୀ ଶ୍ରମିକଙ୍କୁ ତାଙ୍କର ପୈତୃକ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚାଇ ୩ ଜୁନ୍ ପର୍ଯ୍ୟନ୍ତ ୪,୨୦୦ ରୁ ଅଧିକ ‘ସ୍ବତନ୍ତ୍ର ଶ୍ରମିକ ଟ୍ରେନ’ ଚଳାଯାଇଛି । ସରକାରଙ୍କ ପକ୍ଷରୁ ତୁଷାର ମେହେତା କହିଛନ୍ତି, ଆଜି ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଶ୍ରମିକଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପହଁଞ୍ଚାଇ ଦିଆଯାଇଛି । ରାଜ୍ୟ ସରକାର କହିପାରିବେ ଏବେ କେତେ ପ୍ରବାସୀଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି ଓ ଏଥିପାଇଁ କେତେ ଟ୍ରେନର ଆବଶ୍ୟକତା ରହିଛି । ଏହି ମାମଲାରେ ଏବେ ଶୁଣାଣି ଜାରି ରହିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।