ସୁପ୍ରିମକୋର୍ଟ ଦେଲେ ଅର୍ଡର: ଥାନାରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଦେଲେ ନିର୍ଦେଶ, ମାନିବାକୁ ପଡିବ ଏହି ଗାଇଡ୍ଲାଇନ । ଜାଣନ୍ତୁ ସମ୍ପୂର୍ଣ ଖବର ।

ସୁପ୍ରିମକୋର୍ଟ ଦେଶସାରାର ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତିକି ସମ୍ବିଧାନର ଅନଛେଦ ୨୧ ଅନୁସାରେ ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା କୁ ରକ୍ଷାକରିବା ପାଇଁ ଏପରି କରାଯାଇଛି।

No more 'policegiri' as SC wants all police stations to be under CCTV watch | India News | Zee News
Google

ସୁପ୍ରିମକୋର୍ଟ ଦେଶସାରାର ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଳୟ ରାଜ୍ୟର ସବୁ ଥାନାରେ ଅଡ଼ିଓ ରେକଡ଼ିଙ୍ଗ ସହିତ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ସିବିଆଇ, ଏନଆଇଏ, ଇଡି, ଏନସିବି, ଡ଼ାଇରେକ୍ଟେଟ ଅଫ ରେଭ୍ୟୁ ଇଣ୍ଟେଲଜେନ୍ସ ଓ ଶିରୀୟସ ଫ୍ରଡ଼ ଇନଭେଷ୍ଟିଗେସନ ଅଫିସରେ ବି ଅଡ଼ିଓ ରେକଡ଼ିଙ୍ଗ ସହିତ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି କି, ଥାନାରେ ପ୍ରବେଶ ଓ ବାହାର ,ଲକଅଫ, କୋରିଡ଼ର , ଲୋବି, ରିସେପସନ ଏରିଆ, ସବ ଇନ୍ସପେକ୍ଟର ଓ ଇନ୍ସପେକ୍ଟରଙ୍କ ରୁମ, ଥାନା ବାହାରେ ,ବାଥରୁମ ବାହାରେ ସିସିଟିଭ ଲଗାଯିବ।ସୁପ୍ରିମକୋର୍ଟ କହିଛନ୍ତି ସିସିଟିଭି ରେକଡ଼ିଙ୍ଗକୁ ୧୮ ମାସ ପର୍ଯ୍ୟନ୍ତ ରଖାଯିବ। ଏହା ସହିତ ସୁପ୍ରିମକୋର୍ଟ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର ନ୍ୟାୟାଳୟର ସ୍ଥାପନା ପାଇଁ ଆଦେଶ ଦେଇଛନ୍ତି। କୋର୍ଟ କହିଛି କି ଛୋଟ ଛୋଟ କୌଣସିବି ଅଭିଯୋଗ ସେଠାରେ ଶୁଣାଯିବ।

Supreme Court directs installation of CCTV cameras in police stations across the country - पूछताछ के सभी कमरों और लॉकअप में ऑडियो रिकॉर्डिंग के साथ सीसीटीवी लगाए जाएं: सुप्रीम ...
Google

ସୁପ୍ରିମକୋର୍ଟ ରାଜ୍ୟ ମାନଙ୍କୁ ଏହି ନିର୍ଦେଶ ପାଳନ କରିବା ପାଇଁ ଅଧିକତମ ୬ ମାସର ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହା ଦ୍ଵାରା ନାଗରିକଙ୍କ ମୌଳିକ ଅଧିକାରର ରକ୍ଷା ହେବ। ଭାରତର ସମ୍ବିଧାନ ଦେଶର ନାଗରିକ ମାନଙ୍କୁ ଅନୁଛେଦ ୨୧ ଅନୁସାରେ ଜୀବନର ସୁରକ୍ଷା ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଦେଇଥାଏ। ସର୍ବୋଚ୍ଚ ଅଦାଳ ୟ କହିଛନ୍ତି କି ସିସିଟିଭିର କାର୍ଯ୍ୟକୁ ଦେଖିବା ପାଇଁ ଦୁଇ ପ୍ରକାର ପ୍ୟାନେଲ ଗଠନ କରିବାର ବ୍ୟବସ୍ଥା ହେବ । ରାଜ୍ୟ ସ୍ତରୀୟ ପ୍ୟାନେଲ ରେ ଗୃହ ସଚିବ, ଡିଜିପି ,ରାଜ୍ୟ ମହିଳା ଆୟୋଗ ହେବେ, ଜିଲ୍ଲା ମାଜିଷ୍ଟ୍ରେଟ ଏସପି, ଆଦି ଜିଲ୍ଲା ସ୍ତରୀୟ ପ୍ୟାନେଲରେ ରହିବେ। ଏହି ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *