ସୁରେଶ ରାଇନା ଅଣସରକାରୀ ସଂଗଠନ ଗାର୍ସିୟା ରାଇନା ଫାଉଣ୍ଡେସନର ସହଯୋଗରେ ନିଜର ଏହି କାର୍ଯ୍ୟ ଆରମ୍ଭ କରିବେ। ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ଶୁକ୍ରବାରକୁ ୩୪ ବର୍ଷର ହୋଇଯିବେ। ରାଇନା ନିଜ ଜନ୍ମଦିନରେ ଉତ୍ତରପ୍ରଦେଶ,ଜାମ୍ମୁ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନସିଆର)ର ୩୪ଟି ବିଦ୍ୟାଳୟରେ ଶୌଚାଳୟ ଓ ପିଇବା ପାଣିର ସୁବିଧା ଉପଲବ୍ଧ କରେଇବାର ସଂକଳ୍ପ ନେଇଛନ୍ତି। ରାଇନା ଅଣସରକାରୀ ସଂଗଠନ ଗାର୍ସିୟା ରାଇନା ଫାଉଣ୍ଡେସନର ସହଯୋଗରେ ନିଜର ଏହି କାର୍ଯ୍ୟ ଆରମ୍ଭ କରିବେ।

ଏହି ଫାଉଣ୍ଡେସନର ଅମିତାଭ ଶାହଙ୍କ ସହଯୋଗରେ କାମ କରିବ। ଏହି ପଦପେକ୍ଷ ମାଧ୍ୟମରେ ଏହି ବିଦ୍ୟାଳୟମାନଙ୍କରେ ପଢୁଥିବା ୧୦,୦୦୦ ରୁ ଅଧିକ ପିଲାଙ୍କୁ ସ୍ୱାସ୍ଥ୍ୟ ଓ ସଫା ସୁତୁରାର ସୁବିଧା ମିଳିବ।
ରାଇନା କହିଲେ କି,”ଏହି ପଦକ୍ଷେପର ସହିତ ନିଜ ୩୪ତମ ଜନ୍ମଦିନ ପାଳନ କରିବାରେ ମତେ ବହୁତ ଖୁସି ମିଳିଲା। ସବୁ ପିଲା ଗୁଣବତ୍ତା ପୂର୍ଣ୍ଣ ଶିକ୍ଷାର ଅଧିକାରୀ ଅଟନ୍ତି।ବିଦ୍ୟାଳୟରେ ସ୍ୱଚ୍ଛ ପାନୀୟ ଜଳ ଓ ଶୌଚାଳୟର ସୁବିଧା ତାଙ୍କର ମୁଖ୍ୟ ଅଧିକାର ଅଟେ। ମୋର ଆଶା ଅଛି କି ଆମେ ଯୁବମାନଙ୍କର ସହଯୋଗ ସହିତ’ଗାର୍ସିୟା ରାଇନା ଫାଉଣ୍ଡେସନ’ ର ତରଫରୁ ଏଥିରେ ମୁଖ୍ୟ ଯୋଗଦାନ କରିପାରିବେ।”
କହିଦେଉଛୁ କି ଏହି ବର୍ଷ ୧୫ ଅଗଷ୍ଟରେ ସୁରେଶ ରାଇନା ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହି ଦିନ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ କ୍ରିକେଟକୁ ବିଦାୟ କହିଥିଲେ। ରାଇନା ଭାରତୀୟ ଦଳ ତରଫରୁ ୧୮ଟି ଟେଷ୍ଟ ମ୍ୟାଚରେ ୨୬.୪୮ର ହାରାହାରିରେ ୭୬୮ ରନ କରିଛନ୍ତି।ନିଜର ଏହି ପାଳିରେ ସେ ୧ ଶତକ ଓ ୭ ଅର୍ଦ୍ଧଶତକ କରିଥିଲେ।

ସେହିପରି,ସେ ୨୨୬ ଦିନିକିଆ ମୁକାବିଲାରେ ୩୫.୩୧ର ହାରାହାରିରେ ୫୬୧୫ ରନ କରିଛନ୍ତି। ଏଥିରେ ସେ ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ କରିଛନ୍ତି। ୭୮ଟି ଟି-୨୦ ମ୍ୟାଚରେ ସେ ୧୬୦୫ର ରନ କରିଛନ୍ତି, ଯେଉଁଥିରେ ୧ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଅଛି। ରାଇନା ବହୁତ ମୁଖ୍ୟ ପରିସ୍ଥିତିରେ ନିଜର ଭଲ ବ୍ୟାଟିଙ୍ଗ ଦ୍ୱାରା ଭାରତୀୟ ଦଳକୁ ଜିତାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।