କ୍ରିକେଟ ମୈଦାନରେ ଘଟିଲା ଆଶ୍ଚର୍ଯ୍ୟଜନକ କାରନାମା । ମାତ୍ର ୪ଟି ବଲରେ ହିଁ ଘଟିଲା ଚମତ୍କାର। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

କ୍ରିକେଟ ମୈଦାନ ଉପରେ ସର୍ବଦା କିଛି ନା କିଛି ଅଲଗା ଅଲଗା ପ୍ରକାରର ଆଶ୍ଚର୍ଯ୍ୟଜନକ କାରନାମା ଦେଖିବାକୁ ମିଳି ଥାଏ। କେତେବେଳେ କେଉଁ ଟିମ ପାହାଡ଼ ଭଳି ସ୍କୋର ବନେଇକି ରେକର୍ଡ ବନାଇ ଥାଏ ତ କେତେବେଳେ କେଉଁ ଟିମ ଏକ ପାରିରେ ତାସ ପତ୍ର ଭଳି ଝଡି ଯାଇଥାଏ। କିଛି ଏପରି ହିଁ ହେଇଛି ୱମେନ୍ସ ସିରିଆର ଦିନିକିଆ ଟ୍ରଫିରେ । ଏଠାରେ ହେଇଥିବା ମୁକାବିଲାରେ ମୁମ୍ବାଇ ନାଗାଲାଂଡଙ୍କୁ ୧୦ ୱିକେଟରେ ହରେଇଲା ଆଉ ସବୁଠୁ ବଡ଼ କଥା ହେଉଛି କି ମୁମ୍ବାଇ ଏହି ଟାର୍ଗେଟକୁ ମାତ୍ର ୪ଟି ବଲରେ ନିଜ ହାତକୁ ନେଇଗଲା।

Google

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ମୁମ୍ବାଇ ଆଉ ନାଗାଲାଣ୍ଡ ଭିତରର ମ୍ୟାଚରେ ନାଗାଲାଂଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୭ ରନ ହିଁ ବନାଇ ପାରିଲେ। ମୁମ୍ବାଇର ମଜବୁତ ଟିମ ଏହି ଟାର୍ଗେଟକୁ ମାତ୍ର ୪ଟି ବଲରେ ହିଁ ହାସିଲ କରିଦେଲା। ଆପଣଙ୍କୁ କହି ରଖୁଛୁ କି ନାଗାଲାଂଡ ଟିମ ଏକ ଦିନିକିଆ ମ୍ୟାଚରେ ମାତ୍ର ୧୭.୪ ଓଭରରେ ହିଁ ଅଲ ଆଉଟ ହେଇଗଲେ।

ନାଗାଲାଂଡର ଲଜ୍ଜାଜନକ ଖେଳ:

ନାଗାଲାଂଡ ବହୁତ ଲଜ୍ଜାଜନକ ପ୍ରଦର୍ଶନ କଲା। ତାଙ୍କର କେହି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ରନ ପାରିଲେ ନାହିଁ। ତାଙ୍କର ପ୍ରଥମ ୬ ଜଣ ବ୍ୟାଟ୍ସମ୍ୟାନ ଶୁନ୍ୟରେ ହିଁ ଆଉଟ ହେଇ ଗଲେ। ନାଗାଲାଂଡଙ୍କ ପାଇଁ ସରିବା ସର୍ବାଧିକ ୯ ରନ କଲେ। ଏହାପରେ ଦ୍ୱିତୀୟ ସବୁଠୁ ଅଧିକ ରନ ଏକ୍ସଟ୍ରା ରନରୁ ଆସିଲା। ନାଗାଲଣ୍ଡକୁ ୩ରନ ଉଆଇଇଡ଼ରୁ ମିଳିଲା।

Google
ମୁମ୍ବାଇର ବିଜୟ:

ମାତ୍ର ୧୮ ରନର ଟାର୍ଗେଟକୁ ପୀଛା କରୁଥିବା ମୁମ୍ବାଇ ଏହି ଟାର୍ଗେଟକୁ ୪ଟି ବଲରେ ହାସିଲ କରିନେଲେ। ମୁମ୍ବାଇ ଓପନର ମାନେ ଏହି ଲକ୍ଷ୍ୟକୁ ବହୁତ ଜଲଦି ହାସିଲ କଲେ। ଓପନର ଇଶା ଓଝା ୪ଟି ବଲରେ ୧୩ ରନ କଲେ ଆଉ ଆର ଓପନର ବାରୁଶାଳୀ ୧ଟି ବଲରେ ଛକା ମାରି ଜିତ ଦର୍ଜ କଲେ। ଗୋଟେ ବଲ ନୋ ବଲ ଥିଲା ଯାହା ଦ୍ୱାରା କି ମୁମ୍ବାଇ ଏହି ମୁକାବିଲାକୁ ମାତ୍ର ୪ଟି ହିଁ ବଲରେ ବିଜୟ ଲାଭ କରିନେଲା। କହି ରଖୁଛୁ କି ଏହି ଟୁର୍ଣ୍ଣାମେଣ୍ଟରେ ଏହା ନାଗାଲାଂଡର ତୃତୀୟ ହାର ଥିଲା। ଏହା ଆଗରୁ ମଧ୍ୟପ୍ରଦେଶ ବିପକ୍ଷରେ ବି ନାଗାଲାଂଡ ଟିମ ମାତ୍ର ୨୭ ରନରେ ଅଲ ଆଉଟ ହେଇ ଯାଇଥିଲା। ପଞ୍ଜାବ ବିରୁଦ୍ଧରେ ବି ଟିମ ୫୫ ରନରେ ଅଲ ଆଉଟ ହେଇ ଯାଇଥିଲେ। ନାଗାଲାଂଡ ତିନୋଟି ଯାକ ମ୍ୟାଚ ୧୦ ୱିକେଟରେ ହାରିଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *