ଆଇପିଏଲ ୨୦୨୦: ମୁମ୍ବାଇର ହିରୋ ସୂର୍ଯ୍ୟକୁମାର ଯାଦବଙ୍କୁ ଇଣ୍ଡିଆ ଟିମରେ ସିଲେକ୍ସନକୁ ନେଇ ରବି ଶାସ୍ତ୍ରୀ ଦେଲେ ବଡ ବୟାନ । ତେନ୍ଦୁଲକର ମଧ୍ୟ କଲେ ପ୍ରଶଂସା ।

ଆଇପିଏଲ ୨୦୨୦ରେ ସୂର୍ଯ୍ୟକୁମାର ଯାଦବ ବହୁତ ସୁନ୍ଦର ଫୋର୍ମରେ ଅଛନ୍ତି। ଏହି ବର୍ଷ ସେ ୧୨ ମ୍ୟାଚରେ ୪୦.୨୨ ଅସତରେ ୧୫୫.୩୬ ଷ୍ଟ୍ରାଇକରେଟ ସହ ୩୫୬ ରନ କରିସାରିଲେଣି । ଘରୋଇ ମ୍ୟାଚରେ ଲଗାତର ଭଲ ପ୍ରଦର୍ଶନ କରୁଥିବା ଯାଦବଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ବଛାଯିବ ବୋଲି ଲାଗୁଥିଲା କିନ୍ତୁ ତାଙ୍କୁ ବଛାଯାଇନି।

Google

ଆଇପିଏଲ ୨୦୨୦ର ୩୮ ତମ ମ୍ୟାଚରେ ମୁମ୍ବାଇ ଇଂଣ୍ଡିଆନ୍ସ ସୁନ୍ଦର ପ୍ରଦର୍ଶନ କରି ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୫ଟି ୱିକେଟରେ ହରାଇଛି । ମୁମ୍ବାଇର ବିଜୟର ହିରୋ ରହିଲେ ସୂର୍ଯ୍ୟକୁମାର ଯାଦବ,ଯିଏକି ୪୩ ବଲରେ ସୁନ୍ଦର ୭୯ ରନର ପାରି ଖେଳିଥିଲେ ଓ ନଟ ଆଉଟ ରହିଥିଲେ । ସେହି ମ୍ୟାଚରେ ସେ ୧୦ ଟି ଚୌକା ଓ ୩ଟି ଛକା ମାରିଥିଲେ। ଟିମ ଇଣ୍ଡିଆର ହେର୍ଡ କୋଚ ରବି ଶାସ୍ତ୍ରୀ ବି ତାଙ୍କ ପ୍ରଶଂସକ ହୋଇଗଲେ ଓ ସେହି ବ୍ୟାଟ୍ସମ୍ୟାଙ୍କୁ ନମସ୍କାର କଲେ ।

ଆଇପିଏଲ ୨୦୨୦ରେ ସୂର୍ଯ୍ୟକୁମାର ଯାଦବ ବହୁତ ସୁନ୍ଦର ଫର୍ମରେ ଅଛନ୍ତି । ଏହି ବର୍ଷ ସେ ୧୨ ମ୍ୟାଚରେ ୪୦.୨୨ ଆଭରେଜରେ ୧୫୫.୩୬ ଷ୍ଟ୍ରାଇକରେଟ ସହ ୩୫୬ ରନ କରିସାରିଲେଣି। ଏହା ସହ ସେ ଏବେ ପର୍ଯ୍ୟନ୍ତ ଏହି ଆଇପିଏଲ ୪୮ ଚୌକା ଓ ୮ ଟି ଛକା ମାରିସାରିଲେଣି। ଘରୋଇ ମ୍ୟାଚରେ ଲଗାତର ଭଲ ପ୍ରଦର୍ଶନ କରୁଥିବା ଯାଦବଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ବଛାଯିବ ବୋଲି ଲାଗୁଥିଲା କିନ୍ତୁ ତାଙ୍କୁ ବଛାଯାଇନି।

Google

ଟିମ ଇଣ୍ଡିଆର ହେର୍ଡ କୋଚ ରବି ଶାସ୍ତ୍ରୀ ବି ସୂର୍ଯ୍ୟକୁମାର ଯାଦବଙ୍କ ଦ୍ଵାରା ପ୍ରଭାବିତ ହୋଇଛନ୍ତି । ବାଙ୍ଗାଲୋର ବିପକ୍ଷରେ ୭୯ ରନର ପାରି ଖେଳିବା ପରେ ରବି ଶାସ୍ତ୍ରୀ ଯାଦବଙ୍କୁ ପ୍ରଶଂସା କରି ରବି ଶାସ୍ତ୍ରୀ ଟ୍ୱିର୍ଟରରେ ଯାଦବଙ୍କ ଫଟୋ ସହିତ ଲେଖିଛନ୍ତି, “ସୂର୍ଯ୍ୟ ନମସ୍କାର, ମଝବୁତ ରୁହନ୍ତୁ ଓ ଧର୍ଯ୍ୟ ରଖନ୍ତୁ ସୂର୍ଯ୍ୟକୁମାର ଯାଦବ”

ସେହୱାଗଙ୍କ ସହ ଅନେକ ପୂର୍ବତନ ତାରକାଙ୍କ ପ୍ରଶଂସା:

ବିଜୟ ପରେ ସୁର୍ଯ୍ୟକୁମାର ତାଙ୍କ ହେଲମେଟ ଉଠାଇ ଡ୍ରେସିଂ ରୁମକୁ ସଙ୍କେତ ଦେଇ କହିଥିଲେ ଯେ ସେ କାର୍ଯ୍ୟ ସମାପ୍ତ କରିବେ ତାଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

ତାଙ୍କର ଇନିଂସରେ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର ସେହୱାଗଙ୍କ ସହ ଅନେକ ପୂର୍ବତନ ତାରକାଙ୍କ ପ୍ରଶଂସା କରି କହିଛନ୍ତି ଯେ ଯାଦବ ଭାରତୀୟ ଜର୍ସି ଡନ୍ କରିବା ପୂର୍ବରୁ ଏହା ଅଧିକ ହେବ ନାହିଁ ।

“ବାଣ୍ଡେ ମେନ୍ ହେ ଡମ୍ । ଜାଲଡି ନମ୍ବର ଆଏଗା ଏଥିରେ କୌଣସି ସନ୍ଦେହ ନାହିଁ । ଲଗାତାର ବ୍ଲକବଷ୍ଟର ଇନିଂସ । ସୁର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ଏବଂ ମୁମ୍ବାଇ ପାଇଁ ଏକ ଚମତ୍କାର ବିଜୟ । #MIvsRCB” ସେହୱାଗ ଟ୍ୱିଟ୍ କରିଛନ୍ତି ।

ତେନ୍ଦୁଲକର କହିଛନ୍ତି, “@ ମିପାଲଟାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜୟ । @ ସୂର୍ଯ୍ୟ_14 କୁମାରଙ୍କ ଦ୍ୱାରା ଚମତ୍କାର ଇନିଂସ । ଶାନ୍ତ ଏବଂ ପୂର୍ବପରି ରଚନା କରାଯାଇଥିଲା । ଯିବାର ପଥ!”

ପୋଲାଡ଼ କହିଛନ୍ତି, ଭିତରୁ ନିରାଶ ଅଛନ୍ତି ସୂର୍ଯ୍ୟ:

ମୁମ୍ବାଇ ଇଂଣ୍ଡିଆନ୍ସର କାମଚଳା ଅଧିନାୟକ କିରନ ପୋଲାଡ଼ କହିଛନ୍ତି ଟିମ ଇଣ୍ଡିଆରେ ବଛାନଯିବାରୁ ଭିତରୁ ବହୁତ ନିରାଶ ଅଛିନ୍ତି ସୂର୍ଯ୍ୟ କୁମାର ଯାଦବ।କିନ୍ତୁ କଠିନ ପରିଶ୍ରମ ଦ୍ଵାରା ତାଙ୍କୁ ସଫଳତା ନିଶ୍ଚୟ ମିଳିବ। ପୋଲାଡ଼ କହିଛନ୍ତି, “ଭାବନ୍ତୁ ଦୁଇଟି ୱିକେଟ ଜଲ୍ଦି ଆଉଟ ହେବ ପରେ ମଧ୍ୟ କିଏ ଏପରି ଷ୍ଟ୍ରାଇକରେଟରେ ବ୍ୟାଟିଙ୍ଗ କରୁଛି। ଏବେ ପର୍ଯ୍ୟନ୍ତ ସୂର୍ଯ୍ୟ କୁମାର ଯାଦବଙ୍କୁ ଇଣ୍ଡିଆ ଟିମ ତରଫରୁ ଖେଳାଯାଇନଥିବାରୁ ସେ ଭିତରୁ ବହୁତ ନିରାଶ ଅଛନ୍ତି।ସେ ଲଗାତର ଭଲ ପ୍ରଦର୍ଶନ କରିଛନ୍ତି। ଯଦି ଆପଣ ଲଗାତର ଭଲ ପ୍ରଦର୍ଶନ କରିଛନ୍ତି ତ ଏହାର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ।ସମୟ ପୂର୍ବରୁ କାହାକୁ କିଛି ମିଳିନଥାଏ”।

Ravi Shastri sends a message to Suryakumar Yadav after Australia snub |  Sports News,The Indian Express
Google
ଲକଡାଉନରେ ଖେଳ ଉପରେ ଦେଲେ ଧ୍ୟାନ-ଯାଦବ:

ମ୍ୟାଚ ବିଜୟ ପାରି ଖେଳିବା ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ,”ମୁଁ ମ୍ୟାଚକୁ ଶେଷ କରିବାକୁ ଚାହୁଁଥିଲି। ମୁଁ ଦେଖିବାକୁ ଚାହୁଁଥିଲି କି ମୋର ଖେଳ କିପରି। ମ୍ୟାଚକୁ ଶେଷ କରିଥିବାରୁ ବହୁତ ଖୁସି ଅଛି । ଚହଲଙ୍କୁ ଓଭର କଭର ଷ୍ଟେନଙ୍କୁ ବ୍ୟାକ ଫୁଟ ପଞ୍ଚ ମୋର ପସନ୍ଦିତ ଥିଲା। ମୁଁ ଲକଡାଉନ ସମୟରେ ନିଜ ଖେଳ ଉପରେ କାମ କରିଛି”।ସେ ଆଗକୁ କହିଛନ୍ତି ମତେ ପ୍ରଥମେ ଅନ ସାଇଡ଼ ଖେଳିବା ପସନ୍ଦ ଥିଲା । ମ୍ୟାଚ ଜିତିବା ଯୋଗୁଁ ବହୁତ ଖୁସି ଅଛି । ଟିମ ମ୍ୟାନେଜମେଣ୍ଟ ଓ ରୋହିତ ଶର୍ମା ଏହି ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମତେ କହିଥିଲେ କି ଆପଣଙ୍କ ପାଖରେ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଯିବାର ସାମର୍ଥ୍ୟ ଅଛି । ମୁଁ ଖୁସି ଅଛି କି ମୁଁ ତାହା କରିପାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *