ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ମାନଙ୍କ ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ ନକରିବାରୁ ସେ ନିରାଶ ହେବା ସହିତ ଅନ୍ୟ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ନିରାଶ ହୋଇଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏହି ତାରକା ବ୍ୟାଟ୍ସମ୍ୟାନ ୟୁଏଇରେ ଆଇପିଏଲ ୨୦୨୦ ରେ ନିଜର ଶାନଦାର ପ୍ରଦର୍ଶନ ଦେଇ ନିଜର ଦବିଦାର ଦେଖାଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ବାହାର ରଖିବାପରେ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

୩୦ ବର୍ଷର ସୂର୍ଯ୍ୟକୁମାର ଯାଦବ ଆଇପିଏଲର ୧୩ ତମ ସିଜିନ ୪୦ ହାରରେ ୪ ଟି ଅର୍ଧଶତକ ସହିତ ୪୮୦ ରନ କରିଥିଲେ । ସେ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଇଶାନ କିଷାନଙ୍କ ୫୧୬ ଓ କ୍ୱିଣ୍ଟନ ଡ଼ି କକଙ୍କ ୫୦୩ ପରେ ତୃତୀୟ ନମ୍ବର୍ ସ୍ଥାନରେ ରହିଲେ । ଭାରତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କ ନାମ ଘୋଷଣା ହୋଇନଥିବା ବେଳେ ସୂର୍ଯ୍ୟକୁମାର ନିରାଶ ହେବା ସ୍ୱାଭାବିକ ଥିଲା । ତାଙ୍କର ଅଣ-ଚୟନକୁ ନେଇ ଏକ ବଡ ଆଲୋଡ଼ନ ଦେଖାଦେଇଥିଲା କିନ୍ତୁ ସୂର୍ଯ୍ୟ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବାକୁ ଦେଇନଥିଲେ । ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୪୩ ବଲ ୭୯ ରନ କରି ତାଙ୍କ ଦଳକୁ ୫ ୱିକେଟରେ ବିଜୟୀ କରାଇବା ପାଇଁ ସୁର୍ଯ୍ୟକୁମାର ଜୋର ଜବରଦସ୍ତ ପ୍ରତିକ୍ରିୟା ଦେଇଥିଲେ ।
ଟିମ ଇଣ୍ଡିଆରେ ସିଲେକ୍ସନ ନହେବାରେ ସୂର୍ଯ୍ୟକୁମାର ଯାଦବ କହିଥିଲେ କି, ସେ ବହୁତ ନିରାଶ ହୋଇଯାଇଥିଲେ ଓ ସେ କହିଥିଲେ, ସେ ବ୍ୟାଟିଂରେ ବିଗତ ଦୁଇବର୍ଷ ହେବ କେବଳ ଆଇପିଏଲ ନୁହେଁ ବରଂ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଆସୁଛନ୍ତି ।

ସୂର୍ଯ୍ୟକୁମାର ଯାଦବ ସ୍ପୋର୍ଟସ ତକ କୁ ସୂଚନା ଦେଇ କହିଥିଲେ, ଯେତେବେଳେ ଭାରତୀୟ ଦଳର ଚୟନ ହେଲା ସେତେବେଳେ ସେ ଜିମ ରେ ଥିଲେ ଓ ସେ ସିଲେକ୍ସନ ହୋଇନଥିବା ଦେଖି ବହୁତ ନିରାଶ ହୋଇଯାଇଥିଲେ ଏବଂ ଏହାଉପରେ ସେ ବେଶୀ ସମୟ ଭାବିନଥିଲେ । ସେ କହିଥିଲେ, ଚୟନ ସମୟରେ ଜିମରେ ଥିଲି କାରଣ ଆମ ପାଖରେ ଗୋଟିଏ ଦିନ ଛୁଟି ଥିଲା ଓ ମୁଁ ଚୟନ ଉପରେ ମନ ନଦେଇ ଅନ୍ୟ କାମରେ ମନ ଲଗାଇଥିଲି ଯେତେବେଳେ ସିଲେକ୍ସନ ରେଜଲ୍ଟ ଆସିଲା ସେତେବେଳେ ମୋର ନାମ ନଥିଲା ଓ ମୁଁ କହିସାରିଛି କି, ନିରାଶ ହୋଇଯାଇଥିଲି ।
ସୂର୍ଯ୍ୟକୁମାର ଯାଦବ କହିଥିଲେ, ମୁଁ ସେତେବେଳେ ଏହା ଭାବିଥିଲି କି, କଣ କୌଣସି ବିଶେଷ ସ୍ଥାନ ଅଛି ଯେଉଁଠି ମୁଁ ଭାରତୀୟ ଦଳପାଇଁ ଖେଳିପାରିବି । ମୋତେ ସେଦିନ ରାତିରେ ଖାଇବାକୁ ଇଛା ହେଉନଥିଲା ଓ ମୁଁ ସେଦିନ କାହା ସହିତ ବେଶୀ କଥାବାର୍ତ୍ତା କରିନଥିଲି ।
ତେବେ ମ୍ୟାଚ୍ ସମୟରେ ଏକ ମୁହୂର୍ତ୍ତ ଥିଲା ଯାହା ପ୍ରଶଂସକଙ୍କୁ ଆକର୍ଷିତ କରିଥିଲା । କୋହଲି ବିରୋଧୀ ଦଳର ପ୍ରବେଶ କରିବାକୁ କୌଣସି ସୁଯୋଗ ଦେଇନାହାଁନ୍ତି ଏବଂ କୋହଲି ସୂର୍ଯ୍ୟକୁମାର ଯାଦବଙ୍କୁ ଅଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ।

ଯାଦବ ନିକଟରେ ଘଟଣାକୁ ଖୋଲି କହିଥିଲେ ଯେ ଖେଳ ଶେଷ ହେବା ପରେ ଜିନିଷଗୁଡିକ ସମ୍ପୂର୍ଣ୍ଣ ଠିକ୍ ଅଛି ।
“ଏହା ସବୁ ପ୍ରବୃତ୍ତ ଥିଲା । ବିରାଟ କୋହଲି ଜଣେ ବିରାଟ କ୍ରିକେଟ୍ ବ୍ୟକ୍ତିତ୍ୱ ଏବଂ ସେ ଏହି ଖେଳକୁ ଅତ୍ୟନ୍ତ ଆକ୍ରମଣାତ୍ମକ ଭାବରେ ଖେଳନ୍ତି । ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖେଳ ଥିଲା ଏବଂ ଯାହା ଘଟିଲା, ଖେଳ ସମୟରେ ଏହା କରିଥିଲା ବୋଲି ସୂର୍ଯ୍ୟ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ।
“ଖେଳ ପରେ ଆମେ ଏହା ବିଷୟରେ ହସିଥିଲୁ ଏବଂ ସେ ମୋ ବ୍ୟାଟିଂ ପାଇଁ ମୋତେ ଅଭିନନ୍ଦନ ଜଣାଇଥିଲେ । ବିରାଟଙ୍କ ବ୍ରାଣ୍ଡ କ୍ରିକେଟ୍ ହେଉଛି ଶ୍ରେଷ୍ଠ ଶ୍ରେଣୀ ଏବଂ ସେ ବିଶ୍ୱ କ୍ରିକେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିବା କେବଳ ଆଶ୍ଚର୍ଯ୍ୟଜନକ । ଶେଷରେ ମୁଁ ମଧ୍ୟ ତାଙ୍କ ଆଡକୁ ଚାହିଁଥିଲି ଏବଂ ଖେଳ ଜିତିବା ବହୁତ ମଜା ଥିଲା । ”

ଡ଼ି କକ, ଇଶାନଙ୍କ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଟ୍ରଫି ଜିତିପାରିଥିଲା । ଟିମ ଲଗାତାର ଦ୍ଵିତୀୟ ଥର ଚମ୍ପିୟାନ ହେଲା ଓ ସମୁଦାୟ ପଞ୍ଚମ ଥର ଚମ୍ପିୟାନ ହୋଇପାରିଥିଲା ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।