ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବର୍ଷ ୨୦୨୧ ଭଲ ରହିଛି କାରଣ ତାଙ୍କୁ ଏହି ବର୍ଷ ଇଣ୍ଟରନେସନାଲରେ ଡେବ୍ୟୁର ମୌକା ମିଳିଥିଲା। ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୧ରେ ଖେଳିବର ମୌକା ମଧ୍ୟ ମିଳିଥିଲା। ଏହା ମଧ୍ୟରେ ସେ ଏକ ଘରୋଇ ମ୍ୟାଚରେ ୨୪୯ ରନର ପାରି ଖେଳି ଆଗାମୀ ବର୍ଷ ପାଇଁ ନିଜ ଜାଗା ମଜବୁତ କରିଛନ୍ତି। ଟିମ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛି। ୨୬ ଡିସେମ୍ବରରୁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଏହା ପରେ ଟିମ ଇଣ୍ଡିଆ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବାର ଅଛି। ଏହି ଏକଦିବସିୟ ସିରିଜ ପାଇଁ ଟିମ ଘୋଷଣା ହେବା ବାକି ଅଛି। ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ଟିମରେ ଜାଗା ମିଳିପାରେ।
ସୂର୍ଯ୍ୟକୁମାର ଯାଦବ ୭୪ ତମ ପୋଲିସ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ତିନିଦିବସିୟ ମ୍ୟାଚର ପ୍ରଥମଦିନ ପାରିସ ଜିମଖାନା ତରଫରୁ ଖେଳି ଡ଼ବଲ ଶତକ ମାରିଛନ୍ତି। ମୁମ୍ବାଇ କ୍ରିକେଟ ଏସୋସିଏସନ ତରଫରୁ ଆୟୋଜନ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ସ୍ପୋର୍ଟ କ୍ଳବ ବିପକ୍ଷରେ ୧୫୨ ବଲରେ ୨୪୯ ରନ କରିଛନ୍ତି। ଏହି ପାରିରେ ସେ ୩୭ ଟି ଚୌକା ଓ ୫ ଟି ଛକା ମାରିଥିଲେ। ମାନେ ସେ ୧୭୮ ରନ ବାଉଣ୍ଡରିରେ ମାତ୍ର ୪୨ ବଲରେ କରିଦେଇଛନ୍ତି।
ପ୍ରଥମ ଦିନ ଟିମ କରିଥିଲା ୫୨୪ ରନ:
ତିନି ଦିବସିୟ ଏହି ମ୍ୟାଚରେ ପ୍ରଥମ ଦିନ ସୂର୍ଯ୍ୟକୁମାରଙ୍କ ଡ଼ବଲ ଶତକ ଦ୍ଵାରା ଟିମ ୯୦ ଓଭରରେ ୯ ୱିକେଟ ହରାଇ ୫୨୪ ରନ କରିଦେଇଥିଲା। ସୂର୍ଯ୍ୟକୁମାରଙ୍କ ଛଡା ଆଦିତ୍ୟ ଟାରେ ୭୩, ସଚିନ ଯାଦବ ୬୩,ଓ ବିକ୍ରାନ୍ତ ୫୨ ରନର ପାରି ଖେଳିଥିଲେ। ଅନ୍ୟ ପଟେ ସିଦେସ ଲାଡେ ସୁନ୍ଦର ବୋଲିଙ୍ଗ କରି ୪୦ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଏମସିଏ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପ୍ରତି ବର୍ଷ କରିଥାଏ।ଏଥିରେ ସବୁ ବଡ଼ ଖେଳାଳି ଓହ୍ଲାଇଥାନ୍ତି।
Outstanding Innings by @surya_14kumar 249 off 152 Balls with 37 fours & 5 sixes (SR 163.82) against Payyade Sports Club in Police Invitation Shield Cricket Tournament 2021-2022 FINAL #Cricket #suryakumaryadav @mipaltan pic.twitter.com/KyGeGLwFwN
— Mayank Pandey 🇮🇳 (@MayankP44023549) December 24, 2021
୯ ପାରିରେ ମାରିଲେ ୩ ଟି ଅର୍ଦ୍ଧଶତକ:
ସୂର୍ଯ୍ୟକୁମାର ଯାଦବଙ୍କୁ ବର୍ଷ ୨୦୨୧ରେ ଟିମ ଇଣ୍ଡିଆ ପକ୍ଷରୁ ଡେଭ୍ୟୁ କରିବାର ମୌକା ମିଳିଥିଲା। ସେ ଏକଦିବସିୟରେ ୩ ଟି ପାରିରେ ୬୨ ର ଔସତରେ ୧୨୪ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୫୩ ରହିଛି। ସେହିପରି ସେ ୯ ଟି ଟି-୨୦ ମ୍ୟାଚରେ ୩୫ ର ଔସତରେ ୨୪୪ ରନ କରିଛନ୍ତି। ଏଥିରେ ତାଙ୍କ ବ୍ୟାଟରୁ ତିନୋଟି ଅର୍ଦ୍ଧଶତଓ ମଧ୍ୟ ଆସିଛି। ତାଙ୍କର ସର୍ବମୋଟ ଟି-୨୦ କଥା କହିବାତ ସେ ୧୭୩ ମ୍ୟାଚରେ ୩୧ର ଔସତରେ ୪୧୨୬ ରନ କରିଛନ୍ତି ଯେଉଁଥିରେ ତାଙ୍କ ନାମରେ ୨୪ ଅର୍ଦ୍ଧଶତକ ଅଛି। ଆଇପିଏଲ ୨୦୨୨।ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୮ କୋଟିରେ ରିଟନ କରିଛି।
୩୧ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଫାଷ୍ଟକ୍ଳାସ କ୍ରିକେଟରେ ୫ ହଜାରରୁ ଅଧିକ ରନ କରିଛନ୍ତି। ଏହା ଛଡା ଲିଷ୍ଟ ଏ କ୍ରିକେଟରେ ମଧ୍ୟ ପାଖାପାଖି ତିନି ହଜାର ରନ କରିଛନ୍ତି। ତାଙ୍କ ବଡ଼ ଅନୁଭବକୁ ଦେଖି ଦକ୍ଷିଣ ଆଫ୍ରିକା ଯିବା ନିଶ୍ଚିନ୍ତ ଲାଗୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।