ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ପରେ କେବଳ ସାଧାରଣ ଲୋକ ହିଁ ନୁହେଁ ବରଂ ବଲିଉଡରେ ବି କେତେ ଲୋକମାନେ ବି ସୁଶାନ୍ତଙ୍କ ପାଇଁ ନ୍ୟାୟର ସ୍ୱର ଉଠାଇଛନ୍ତି । ଏହି ତାଲିକାରେ ସବୁଠାରୁ ପ୍ରଥମ ନାମ ବଲିଉଡର ଅଭିନେତ୍ରୀ କଙ୍ଗନା ରଣୱାତଙ୍କର ଅଛି,ସେ ପ୍ରଥମରୁ ହିଁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡର କେତେ ଲୋକଙ୍କ ଉପରେ ଦୋଷ ଲଗାଇଲେ ଏବଂ ଏହା ସହିତ ସୁଶାନ୍ତଙ୍କ ପାଇଁ ନ୍ୟାୟର ଭିକ ମାଗିଛନ୍ତି।

ନାମ ନ ନେଇ କଙ୍ଗନାଙ୍କୁ କଲେ ଲକ୍ଷ୍ୟ:-
ଅଭିନେତା ହିର୍ତିକ ରୋଶନଙ୍କର ମାଆ ପିଙ୍କିଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ସମସ୍ତେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ସବୁ ୟୁଜର ଏହା ବି କହୁଛନ୍ତି ସେ ନାମ ନ ନେଇ ଅଭିନେତ୍ରୀ କଙ୍ଗନା ରଣୱାତଙ୍କୁ ବି ଲକ୍ଷ୍ୟ କରିଛନ୍ତି। ବାସ୍ତବରେ,କଙ୍ଗନା ସୁଶାନ୍ତଙ୍କୁ ନେଇ କେତେ ପ୍ରକାରର ପୋଷ୍ଟ ବି କରିଥିଲେ।
ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ୧୪ ଜୁନକୁ ମୁମ୍ବାଇ ସ୍ଥିତ ତାଙ୍କର ବାନ୍ଦ୍ରା ଫ୍ଲାଟରେ ହୋଇଥିଲା।ସୁଶାନ୍ତଙ୍କର କେଶରେ ମୁମ୍ବାଇ ପୁଲିସ ଆରମ୍ଭରୁ ଯାଞ୍ଚ କରୁଥିଲେ,କିନ୍ତୁ ପଛରେ ସୁଶାନ୍ତଙ୍କ ବାପାଙ୍କ କହିବା ଦ୍ୱାରା ଏହି କେଶ ସିବିଆଇଙ୍କୁ ଦିଆଯାଇଥିଲା। ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ସହିତ ଏନସିବିର ଦଳ ବି ଏହି କେଶରେ ଲଗାତାର କାମ କରୁଛନ୍ତି।

ପିଙ୍କି ରୋଶନଙ୍କର କୋଭିଡ-୧୯ରେ ପଜିଟିଭ ଆସିଥିଲା:-
ଚଳଚ୍ଚିତ୍ରର ନିର୍ମାତା ରାକେଶ ରୋଶନଙ୍କ ସ୍ତ୍ରୀ ପିଙ୍କି ରୋଶନଙ୍କର ବୟସ ୬୭ ବର୍ଷ ଅଟେ। କୋରନା ମହାମାରୀର ସେ ବି ସଂକ୍ରମଣର ଜାଲରୁ ମୁକୁଳି ନଥିଲେ ସେ ମଧ୍ୟ ଏହାର ଜାଲରେ ଫସିଥିଲେ। ପିଙ୍କି ରୋଶନ ନିଜେ କହିଥିଲେ କି,”ତାଙ୍କର ଏବଂ ତାଙ୍କ ପୁରା ପରିବାରରେ ସବୁ ସପ୍ତାହରେ କୋରନା ପରୀକ୍ଷା କରନ୍ତି,ଏହା ସହିତ ତାଙ୍କ ଘରର ସବୁ କର୍ମଚାରୀବୃନ୍ଦ ବି କୋଭିଡ-୧୯ ପରୀକ୍ଷା କରାନ୍ତି। ଯେବେ ସେ ଡାକ୍ତରଙ୍କ ଦ୍ଵାରା ଯାଞ୍ଚ କଲେ ତେବେ ଡାକ୍ତର ତାଙ୍କୁ କହିଲେ ,ଗତ ୧୫ ଦିନରୁ ତାଙ୍କ ଭିତରେ କୋରନା ମହାମାରୀ ପ୍ରବେଶ କରିସାରିଲାଣି.”

କହିଦେଉଛୁ ,ପିଙ୍କି ରୋଶନଙ୍କର ସୁଶାନ୍ତଙ୍କୁ ନେଇ ଏହା ପ୍ରଥମ ପୋଷ୍ଟ ନୁହେଁ,ବରଂ ଏହା ଆଗରୁ ଅଗଷ୍ଟରେ ବି ସେ ସୁଶାନ୍ତଙ୍କୁ ନେଇ ଗୋଟିଏ ପୋଷ୍ଟ କରିସାରିଛନ୍ତି।ଅଗଷ୍ଟରେ କରିଥିବା ପୋଷ୍ଟରେ ସେ ଲେଖିଲେ,’ସୁଶାନ୍ତଙ୍କ ପାଇଁ ନ୍ୟାୟ’।କହିଦେଉଛୁ,ସୁଶାନ୍ତଙ୍କ ମୃତ୍ୟୁ ପରେ ସବୁଠୁ ବଡ଼ ପ୍ରଶ୍ନ ଏହା ହୋଇଥିଲା କି,ଦିବଙ୍ଗତ ଅଭିନେତା ଆତ୍ମହତ୍ୟା କରିଛନ୍ତି,ନା ତାଙ୍କର ମର୍ଡର କରାଯାଇଛି। ଯାହାକୁ ନେଇ କେତେ ଯାଞ୍ଚକାରୀମାନେ କାମ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।