ବଲିଉଡର ଆକ୍ଟର ଶେଖର ସୁମନ ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସିବିଆଇର ଯାଞ୍ଚ ଉପରେ ଭରସା କରିଛନ୍ତି । ସେ କହିଛନ୍ତି ଯେ ସିବିଆଇକୁ ବହୁତ ଡେରିରେ କେସ ଦିଆଗଲା। ସିବିଆଇ ପ୍ରମାଣ ଖୋଜିବାକୁ ବହୁତ ଚେଷ୍ଟା କରିଛି।
ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଆଙ୍ଗଲରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧ ମାସ ପରେ ଜାମିନ ମିଳିଛି। ଏଥିରେ କେତେକ ବଲିଉଡ ଲୋକମାନେ ଖୁସି ହୋଇ ମିଡିଆରେ ଉପରେ ବୟାନ ଦେଇଛନ୍ତି। ସେହିପରି ସୁଶାନ୍ତଙ୍କ ପରିବାର,ତାଙ୍କ ଓକିଲ ସମେତ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି। ବଲିଉଡର ଆକ୍ଟର, ଆଙ୍କର ଓ ହୋଷ୍ଟ୍ ଶେଖର ସୁମନ ରିୟାଙ୍କ ଜାମିନରେ ଖୁସି ନାହାନ୍ତି। ଏହାପରେ ମଧ୍ୟ ସେ ସିବିଆଇ ଉପରେ ଭରସା ରଖିଛନ୍ତି।

ଶେଖର ସୁମନ ଟ୍ୱିଟ କରି କହିଛନ୍ତି ଯେ- “ଆମେ ସିବିଆଇ ଉପରେ ବହୁତ ଭରସା କରୁ। ମତେ ଲାଗୁଛି ସିବିଆଇ ସବୁକିଛି ପ୍ରୟାସ କରିଛି। ହେଲେ କେସ ବହୁତ ଡେରିରେ ସିବିଆଇକୁ ହସ୍ତାନ୍ତର କରାଗଲା।ଯାହା ଫଳରେ ସେ କିଛି କରିପାରିଲେ ନାହିଁ। ସେ ପ୍ରମାଣ ଖୋଜିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଛନ୍ତି।ହେଲେ ମତେ ଲଗୁଛି ବହୁତ ଡେରି ହୋଇଗଲାଣି।”
ସବୁ ଶେଷ ,ଘରକୁ ଚାଲ:-
ଶେଖର ସୁମନ ଟ୍ୱିଟରେ ଲେଖିଲେ:- “ରିୟାଙ୍କୁ ଜାମିନ ମିଳିଯାଇଛି।ସିବିଆଇ ଓ ଏମ୍ସ ରୋପର୍ଟରେ କିଛି ବିରୋଧାଭାଷା ଦେଖାଗଲା ନାହିଁ। ମିରଣ୍ଡା ଓ ଦିପେଶଙ୍କୁ ମଧ୍ୟ ଜାମିନ ମିଳିଗଲା।ନୂଆ ଫରେନସିକ ଟିମର ମଧ୍ୟ ଗଠନ ହେଲା ନାହିଁ। ସବୁ ଶେଷ,ଘରକୁ ଯିବା?”ସେହିପରି ଅନ୍ୟ ଏକ ଟ୍ୱିଟ ଜରିଆରେ ସେ ଖୁବ ନିରାଶା ପ୍ରକାଶ କରିଛନ୍ତି।ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ଯତେଇଛନ୍ତି। ଏହା ସହ ସେ ଚମତ୍କାର ହେବାର ଆଶା ରଖିଛନ୍ତି।

ଚମତ୍କାର ହେବାର ଆଶା:-
ଶେଖର ସୁମନ ଟ୍ୱିଟ କରି ଲେଖିଛନ୍ତି:-“ମୁଁ ବହୁତ ନିରାଶ,ରାଗିଯାଇଛି ଓ ଦୁଃଖ ପ୍ରକାଶ କରୁଛି। ହେଲେ କିଛି କଥା ନାହିଁ। ଭଗବାନ ଉପରେ ଅଛନ୍ତି। ଆମେ ତାଙ୍କ ଉପରେ ଛାଡିଦବା।ଚମତ୍କାର ହେବ।”କହିଦେବୁ ଯେ ୭ ଅକ୍ଟୋବରରେ ହାଇକୋର୍ଟରେ ରିୟାଙ୍କ ଜାମିନ ଶୁଣାଣି ହୋଇଥିଲା। ସେହିପରି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ,ଅବଦୁଲ ବାସୀମ ପରିହାର,ଦିପେଶ ସାୱନ୍ତ ଓ ସାମୁଏଲ ମିରଣ୍ଡାଙ୍କ ଜାମିନ ଚର୍ଚିକା ଖାରଜ କରିଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।