ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ କେତକ ଦେଶରେ ପହଞ୍ଚି ଗଲାଣି।ଏଥର ଶ୍ରୀଲଙ୍କାରୁ କିଛି ଫୋଟୋ ଆସିଛି ଯେଉଁଥିରେ ଅଭିନେତାଙ୍କୁ ଟ୍ରିବ୍ୟୁଟ ଦିଆଯାଇଛି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ସୋସିଆଲ ମିଡିଆରେ କିଛି ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ରାସ୍ତାରେ ବଡ ବଡ ବ୍ୟାନର ଲାଗିଛି ଓ ସେଥିରେ ଲେଖା ହୋଇଛି ପୁରା ଶ୍ରୀଲଙ୍କା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏକଜୁଟ ଅଛି। ଶ୍ୱେତା ଫୋଟୋ ସେୟାର କରିବା ସହ ଶ୍ରୀଲଙ୍କାକୁ ଧନ୍ୟବାଦ ଦେଇଛନ୍ତି।

ସିବିଆଇଙ୍କୁ ନୂଆ ଫରେନସିକ ଟିମ ପ୍ରସ୍ତୁତ କରିବାପାଇଁ ଅନୁରୋଧ:
କିଛିଦିନ ତଳେ ସୁଶାନ୍ତଙ୍କ କେସରେ ଏକ ନୂଆ ମୋଡ ଆସିଲା,ଯେବେ ଏମ୍ସର ଫରେନିସିକ ପ୍ୟାନେଲର ମୁଖ ଡ଼ଃ ସୁଧୀର ଗୁପ୍ତା କଥିତ ଓ ଅନୌପଚାରିକ ଲିକ କରିଦେଇଛନ୍ତି ଯେଉଁଥିରେ ଦାବି ଅଛି କି ସିବିଆଇର ସୁପାରିଶରେ ଗଠିତ ପ୍ୟାନେଲ୍ ରେ ନିଷ୍କର୍ଷ ବାହାର କରିଛି କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।
ଏହି ରିପୋର୍ଟ ଲିକ ହେବା ପରେ ସୁଶାନ୍ତଙ୍କ ପାରିବାରିକ ଓକିଲ ବିକାଶ ସିଂ କହିଛନ୍ତି କି ଡାକ୍ତର ସୁଧୀର ଗୁପ୍ତା ମିଛ କହୁଛନ୍ତି। ସେ ବିକାଶଙ୍କୁ ନିଜେ କହିଥିଲେ କି ଅଭିନେତାଙ୍କ ମୃତ୍ୟୁ ତଣ୍ଟି ଚିପି ହୋଇଛି ଏହା ୨୦୦% ସତ। ସୁଶାନ୍ତଙ୍କ ପରିବାର ନୂଆ ଫରେନସିକ ଟିମ ତିଆରି ପାଇଁ ସିବିଆଇଙ୍କୁ ନିବେଦନ କରିଛନ୍ତି।
Thank you Sri Lanka 🇱🇰🙏❤️🙏 pic.twitter.com/uX3vJK9BVl
— Shweta Singh Kirti (@shwetasinghkirt) October 9, 2020
ବିକାଶ ଶୁକ୍ରବାର ରିପବ୍ଲିକ ମିଡିଆରେ ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ଵାମୀଙ୍କ ସହ କଥା ହୋଇଥିଲେ ଓ କହିଥିଲେ କି ତାଙ୍କୁ ଡାକ୍ତର ଗୁପ୍ତା ଙ୍କ କଥା ରେକର୍ଡ କରି ନେବାର ଥିଲା।
ତାଙ୍କ ମୁତାବକ- “ଆମେ ଯେତେବଳେ ସୁଶାନ୍ତଙ୍କ କେସରେ ଏଫଆଇଆର ଦେଲୁ,ସେତେବେଳେ ଡ଼ଃ ଗୁପ୍ତା ହିଁ ମତେ କଲ କରିଥିଲେ। ମୁଁ କହିଲି କି ମତେ କିଛି ବି ସାହାଯ୍ୟର ଆବଶ୍ୟକ ନାହିଁ। ମତେ କେବଳ ସତକଥା ଜାଣିବାର ଅଛି।ତ ମୁଁ ସୁଶାନ୍ତଙ୍କ ଭଉଣୀ ମିନୁ ଦ୍ୱାରା ନିଆଯାଇଥିବା ଶବର ଫୋଟୋକୁ ପଠାଇଥିଲି। ଦୁଇଟି ଫୋଟୋ ଭାଇରାଲ ହୋଇଥିଲା ଗୋଟିଏ ମୋଫର୍ଡ ଆଉ ଏକ ଯାହା ମିନୁ ଉଠାଇଥିଲେ। ମୁଁ ତାଙ୍କୁ ମିନୁଙ୍କ ଫୋଟୋ ପଠାଇଲା ପରେ ସେ ତୁରନ୍ତ ପ୍ରତିକ୍ରିୟା ଦେଇ କହିଥିଲେ କି ଯଦି ଏହି ଫୋଟୋ ସତ ତେବେ ସୁଶାନ୍ତଙ୍କ ବେକରେ ଥିବା ସେ ଚିହ୍ନରୁ ସ୍ପଷ୍ଟ ଜଣାପଡୁଛି ତାଙ୍କର ହତ୍ୟା କରାଯାଇଛି ଓ ଏହା ୨୦୦%ସତ ଯେ ତଣ୍ଟି ଚିପି ତାଙ୍କ ହତ୍ୟା ହୋଇଛି। ଯେବେ ମୁଁ ତାଙ୍କୁ କହିଲି ଅନ୍ୟ ରିପୋର୍ଟ ଦେଖିବା ପାଇଁ ସେ କହିଲେ କି ଫୋଟୋ ସତ ହୋଇଥିଲେ ଏହା ତଣ୍ଟି ଚିପି ହତ୍ୟା ହୋଇଛି। ଏହି ପ୍ରକାରର ଚିହ୍ନ ସେ କପଡ଼ାର ନୁହେଁ ଯେଉଁଥିରେ ସେ ଫାଶୀ ଦେଇଥିଲେ ବୋଲି କୁହାଯାଇଛି।”

ଓକିଲ କହିଛନ୍ତି କି ମୁମ୍ବାଇ ପୋଲିସ ଏହି ମାମଲାରେ ଯାହାକିଛି କରିଛି,ତାକୁ ସତ୍ୟ ପ୍ରମାଣିତ କରିବା ପାଇଁ ଚେଷ୍ଟା ଚାଲିଛି ଓ ସେହି ରାସ୍ତାରେ ଯାଉଛି।ବିକାଶ କହିଛନ୍ତି କି -“ଏଥିପାଇଁ ମୁଁ ସିବିଆଇଙ୍କୁ କହିଛି କି ଗୁପ୍ତାଙ୍କ ଭୂମିକାକୁ ଯାଞ୍ଚ କରିବା ପାଇଁ ଓ ସେ କାହା ସହ କଥା ହୋଇଛନ୍ତି। ମୁଁ ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆକୁ ମଧ୍ୟ ପତ୍ର ଲେଖିବି ଯଦି ସିବିଆଇ କିଛି କରୁନାହିଁ ତେବେ ମୁଁ କୋର୍ଟର ଦ୍ୱାରସ୍ଥ ହେବି।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।