ସୁଶାନ୍ତ ସିଂ ରାଜପୁତଙ୍କ ଏକ ମାମଲାକୁ ନେଇ ବମ୍ବେ ହାଇକୋର୍ଟ ଆଜି ଶୁଣାଣି କରିବ। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂ ଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ଏହାକୁ ନେଇ ଦୁଇ ଭଉଣୀ ବମ୍ବେ ହାଇକୋର୍ଟରେ ନୋଟିସ ଦାଖଲ କରିଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଆସିଥିବା ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଅଳ୍ପ ଦିନ ତଳେ ବେଲ ମିଳିଛି। ବମ୍ବେ ହାଇକୋର୍ଟ ଆଜି ସ୍ୱର୍ଗତ ସୁଶାନ୍ତ ସିଂ ଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂ ଙ୍କ ନୋଟିସର ଶୁଣାଣି କରିବ ଯେଉଁଥିରେ ସେ ମୁମ୍ୱାଇ ପୋଲିସରେ ତାଙ୍କ ବିରୋଧରେ ଦାଖଲ ଏଫଆଇଆର ରଦ୍ଦ କରିବାକୁ ଦାବି କରିଛନ୍ତି।
ମୁମ୍ବାଇ ପୋଲିସ ଜାଲସାଜି ଓ ନିଜ ସ୍ବର୍ଗତ ଭାଇ ପାଇଁ ଡାକ୍ତରଙ୍କ ମିଛ (ପ୍ରେସ୍କିସନ) କିଣିଥିବା ଅଭିଯୋଗ ଆଣି ଦୁହିଁଙ୍କ ଉପରେ ଏଫଆଇଆର ଜାରିକରିଛି। ବାନ୍ଦ୍ରା ପୋଲିସ ଅଭିନେତ୍ରୀ ଓ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରହିଥିବା ରିୟା ଚକ୍ରବର୍ତ୍ତୀ ଅଭିଯୋଗ ଆଧାରରେ ୭ ସେପ୍ଟେମ୍ବରକୁ ଦୁହିଁଙ୍କ ଉପରେ ଏଫଆଇଆର ଜାରିକରିଛି।
ଦୁଇପ୍ରହର ପରେ ହୋଇପାରେ ଶୁଣାଣି:-
ଜଷ୍ଟିସ ଏସ ଏସ ସିଂଦେ ଓ ଜଷ୍ଟିସ ଏମ ଏସ କାର୍ଣ୍ଣିକ ଦୁହେଁ ୬ ଅକ୍ଟୋବରକୁ ଏହି ନୋଟିସ ଉପରେ ବିଚାର କରିଥିଲେ ଓ ଆଜି ଏହାର ଶୁଣାଣି ପାଇଁ ସ୍ଥିର କରିଥିଲେ। ସେ କହିଥିଲେ କି ଏହା ପାଇଁ କୌଣସି ତତତ୍କାଳିନ ନାହିଁ। ଏବେ ପର୍ଯ୍ୟନ୍ତ ସମୟ ଜଣାପଡିନାହିଁ। ଦୁଇପ୍ରହର ପରେ ଶୁଣାଣି ହେବ ବୋଲି ଆଶା ଅଛି। କହିରଖିବୁ କି ରିୟା ୭ ସେପ୍ଟେମ୍ବରକୁ ସୁଶାନ୍ତଙ୍କ ଭଉଣୀ ଓ ଏକ ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ଅଭିଯୋଗ କରିବାର ୧୨ ଘଣ୍ଟା ଭିତରେ ଏଫଆଇଆର ଜାରିକରାଯାଇଛି।

ଆତ୍ମହତ୍ୟା ପାଇଁ ପ୍ରବତାଇବା ଓ ଯାଲସାଜିର ଅଭିଯୋଗ:-
ବାନ୍ଦ୍ରା ପୋଲିସ ଷ୍ଟେସନର ଇନସ୍ପେକ୍ଟର ପ୍ରମୋଦ କୁମାର ଦୁଇ ଭଉଣୀ ଓ ଏକ ଡାକ୍ତରଙ୍କ ବିରୋଧରେ ଏଫଆଇଆର ଜାରିକରିଛନ୍ତି। ଡାକ୍ତର ତରୁଣ କୁମାର ଦିଲ୍ଲୀର ଡ଼ାକ୍ତର ରାମ ମନୋହର ଲୋହିଆ ମେଡ଼ିକାଲର କାଡ଼ିଓଲୋଜି ପ୍ରଫେସର ଅଟନ୍ତି ଓ ତାଙ୍କ ଉପରେ ସୁଶାନ୍ତଙ୍କ ପାଇଁ ଔଷଧ ଉପଲବ୍ଧ କରିବାର ଅଭିଯୋଗ କରାଯାଇଛି। ଏହି ସମସ୍ତଙ୍କ ଉପରେ ଆତ୍ମହତ୍ୟା ପାଇଁ ମତାଇବା, ଧୋକାବାଜି, ଷଡଯନ୍ତ୍ର ର ଅଭିଯୋଗ କରାଯାଇଛି।

ଏହି ଧାରା ଆଧାରରେ ମାମଲା ରୁଜୁ କରାଯାଇଛି:-
ଏହି ସମସ୍ତଙ୍କ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୨୦ (ଧୋକା ଓ ବେଇମାନି ଦ୍ଵାରା ସମ୍ପତି ଡେଲିଭରି ଦେବା), ୪୬୪(ମିଛ କାଗଜ ପ୍ରସ୍ତୁତ କରିବା), ୪୬୫(ଜାଲସାଜି କରିବା), ୪୬୬(ଅଦାଲତର ରେକର୍ଡର ଯାଲସାଜି କରିବା ବା ପବ୍ଲିକ ରେଜିଷ୍ଟର ଆଦି), ୪୬୮( ଧୋକା ପାଇଁ ଯାଲସାଜି), ୪୭୪(ସମ୍ପତି ଉପରେ କବ୍ଜା), ୩୦୬(ଆତ୍ମହତ୍ୟା ପାଇଁ ମତାଇବା), ୧୨୦ ବି(ଅପରାଧୀଙ୍କ ଷଡ଼ଯନ୍ତ୍ର), ଦ୍ଵାରା ଏଫଆଇଆର ଦାଖଲ କରାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।