ସୁଶାନ୍ତ ସିଂ ରାଜପୁତ କେସରେ ଗିରଫ କରିବାକୁ ଯାଇଥିବା ଏନସିବି ଟିମ ଉପରେ ହେଲା ଆକ୍ରମଣ ।

Sushant Singh Rajput Case NCB team attacked when go to catch drug peddler

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ଅନେକ ଯାଞ୍ଚ ଏଜେନ୍ସି ଏହି ମାମଲାରେ କାମ କରୁଛି । ଏନସିବି ଯାଞ୍ଚ ସମୟରେ ଅନେକ ଡ୍ରଗ୍ସ ପେଡ଼ଲରଙ୍କ ନାମ ସାମ୍ନାକୁ ଆସିଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ବଲିଉଡ଼ ଅନେକ ପ୍ରସିଦ୍ଧ କଳାକାର ଏଥିରେ ଦୋଷୀ ବୋଲି ମିଳିଥିଲେ । ବଲିଉଡ଼ର ଅନେକ ପ୍ରସିଦ୍ଧ କଳାକାରଙ୍କ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିଛି । ସେବେଠୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଲଗାତର ବଲିଉଡ଼ ଉପରେ ନଜର ରଖିଛନ୍ତି । ଏନସିବିର ଟିମ ଲଗାତର ରେଡ଼ କରୁଛି । ରେଡ଼ ସମୟରେ ଜଣେ ଡ୍ରଗ୍ସ ପେଡ଼ଲରକୁ ଗିରଫ କରିବାକୁ ଯାଇଥିବା ଏନସିବି ଟିମ ଉପରେ ଅଚାନକ ଆକ୍ରମଣ ହୋଇଗଲା । ଯାହା ଦ୍ୱାରା ଅନେକ ଅଧିକାରୀ ଆଘାତ ପ୍ରାପ୍ତ ହୋଇଗଲେ ।

Google
ଜୋର୍ଣ୍ଣାଲ ଡାଇରେକ୍ଟ ସମିର ୱାନଖେଡେଙ୍କ ଟିମ ଉପରେ ହେଲା ଆକ୍ରମଣ:

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋର୍ଣ୍ଣାଲ ଡାଇରେକ୍ଟ ସମିର ୱାନଖେଡେଙ୍କ ଟିମ ଡ୍ରଗ୍ସ ପେଡ଼ଲରଙ୍କୁ ଗିରଫ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଟିମକୁ ମିଶାଇ ୫ ଜଣଙ୍କ ଉପରେ ମୁମ୍ବାଇ ଗୋରେଗ୍ରାମରେ ଡ୍ରଗ୍ସ ପେଡ଼ଲରର ଏକ ଗ୍ରୁପ ଆକ୍ରମଣ କରିଦେଲା। ଏହି ଆକ୍ରମଣ ସମୟରେ ପାଖାପାଖି ୬୦ ଲୋକଙ୍କ ଭିଡ଼ ହୋଇଥିଲା।ଅଚାନକ ହୋଇଥିବା ଆକ୍ରମଣରେ ଏନସିବିର ଦୁଇ ସିନିୟର ଅଧିକାରୀ ଆଘାତ ପ୍ରାପ୍ତ ହୋଇଗଲେ। ସୂଚନା ଅନୁସାରେ ଏହି ଅଧିକାରୀ ଯେଉଁ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିବାକୁ ଯାଇଥିଲେ ତାର ନାମ ଅଟେ କୈରି ମେଣ୍ଡିସ।ପରେ ମୁମ୍ବାଇ ପୋଲିସ ସହାୟତାରେ ସ୍ଥିତିକୁ କାବୁ କରାଯାଇଛି। ଆକ୍ରମଣ ପରେ ଅଭିଯୁକ୍ତ ଓ ତାର ତିନି ସାଥିଙ୍କୁ ଗିରଫ କରଯାଇଛି।

କିଏ ହେଇପାରେ ଏସିବି ଟିମ ଉପରେ ଆକ୍ରମଣ କରିଥିବା ସେହି ଅଭିଯୁକ୍ତ:

ରବିବାରକୁ ଏହି ମାମଲା ହୋଇଥିଲା। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋର୍ଣ୍ଣାଲ ଡାଇରେକ୍ଟ ସମିର ୱାନଖେଡେ ନିଜର ପାଞ୍ଚ ଜଣ ଟିମ ସହିତ ଡ୍ରଗ୍ସ ପେଡଲରକୁ ଗିରଫ କରିବାକୁ ଗୋରେଗ୍ରାମ ଯାଇଥିଲେ। ଯେଉଁଠି ଆକ୍ରମଣ ହୋଇଥିଲା। ଏବେ ସବୁଠୁ ବଡ଼ ପ୍ରଶ୍ନ ଅଟେ କି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି କିଏ ହୋଇପାରେ? ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିବା ପରେ ତାହା ବିରୁଦ୍ଧରେ ଆଇପିଏସର ଧାରା ୩୫୩ ଅନୁସାରେ ମାମଲା ଦାଖଲ କରିଦିଆଯାଇଛି ।

NCB team arrested for assault, 2 senior officers seriously injured
Google
କମେଡିଆନ ଭାରତି ସିଂ ଓ ହର୍ଷ ଲିମ୍ବଚିଆ ବି ପୋଲିସ କବ୍ଜାରେ:

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ବଲିଉଡ଼ରୁ ଯାଇ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପହଁଚିଗଲାଣି। କିଛିଦିନ ତଳେ ପ୍ରସିଦ୍ଧ କମେଡିଆନ ଭାରତୀ ସିଂ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା। ରେଡ଼ କରିବା ଦ୍ୱାରା ଦୁହିଁଙ୍କ ଘରୁ ଏନସିବି ଗଞ୍ଜେଇ ଜବତ କରିଥିଲା। ହର୍ଷ ଓ ଭାରତୀଙ୍କୁ ମୁମ୍ବାଇ କିଲା କୋର୍ଟକୁ ପଠାଯାଇଛି। ଏହା ପୂର୍ବରୁ କେତେକ ବଲିଉଡ଼ ଅଭିନେତ୍ରୀ ଯେମିତି ଦୀପିକା ପାଦୁକନ, ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ଏନସିବି ତାର କବଜାରେ ନେଇଥିଲା ଏବଂ ଡ୍ରଗ୍ସ ମାମଲାରେ ପଚରାଉଚରା କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *