ରିୟା ଚକ୍ରବର୍ତ୍ତୀ ସିବିଆଇଙ୍କୁ ଚିଠି ଲେଖି ନିଜ ପଡୋଶୀ ଡ଼ିମ୍ପଲଙ୍କ ବିରୁଦ୍ଧରେ ଆଭିଯୋଗ ଦେଇଛନ୍ତି। ଡ଼ିମ୍ପଲ ଦାବି କରିଥିଲେ କି ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ୧୩ ଜୁନରେ ଦେଖାହୋଇଥିଲା।

ମୁମ୍ବାଇ:- ସୁଶାନ୍ତ ସିଂ ରାଜପୁତ ମାମଲାରେ ଆରୋପୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜ ପଡୋଶୀ ଡ଼ିମ୍ପଲ ଥବାଣୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ସିବିଆଇଙ୍କୁ ଚିଠି ଲେଖି ତାଙ୍କ ବିରୁଦ୍ଧରେ ଯାଞ୍ଚ କରିବା ପାଇଁ କହିଛନ୍ତି। ରିୟା କହିଛନ୍ତି ତାଙ୍କ ବିରୁଦ୍ଧରେ ମିଛ ଓ ମନ ଗଢ଼ା କାହାଣୀ କୁହାଯାଇଛି। ଏହି ଅଭିଯୋଗରେ ରିପବ୍ଲିକ ଟିଭିର ନାମ ମଧ୍ୟ ସାମିଲ ଅଛି।
ଅଭିନେତ୍ରୀ ତାଙ୍କ ଓକିଲ ସତୀଶ ମାନସିଧେଙ୍କ ଦ୍ଵାରା ପ୍ରସ୍ତୁତ ଚିଠିରେ କହିଛନ୍ତି- “ଡ଼ିମ୍ପଲ ଥବାଣୀ ମୋ ବିରୁଦ୍ଧରେ ମିଛ ଓ ସଙ୍ଗିନ ଅଭିଯୋଗ କରିଛନ୍ତି ଓ ଯାଞ୍ଚକୁ ଭଡକେଇଛନ୍ତି। ଏହା କି ସୁଶାନ୍ତ ମତେ ୧୩ ତାରିଖରେ କାରରେ ଘରେ ଛାଡିବାକୁ ଆସିଥିଲେ। ଏହା ମିଥ୍ୟା।”
ଡ଼ିମ୍ପଲ ଥବାଣୀ କହିଥିଲେ କି ୧୩ ତାରିଖରେ ସୁଶାନ୍ତ ରିୟାଙ୍କୁ ଛାଡିବା ପାଇଁ ତାଙ୍କ ବିଲ୍ଡିଂକୁ ଆସିଥିଲେ। କହିରଖୁଛୁ କି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ୧୪ ଜୁନ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ହୋଇଥିଲା।
ଏହି ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ କରୁଛି। କେତେକ ମିଡିଆ ରିପୋର୍ଟ ଦାବି କରିଛନ୍ତି କି ସିବିଆଇର ଯାଞ୍ଚ ବେଳେ ଡ଼ିମ୍ପଲ ଏହି ଆରୋପକୁ ପ୍ରମାଣିତ କରିପାରି ନଥିଲେ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ ଆଙ୍ଗଲରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ୭ ଅକ୍ଟୋବରରେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ସେତେବେଳେ କୋର୍ଟ କହିଥିଲେ କି “ରିୟା ଡ୍ରଗ୍ସ ଡ଼ିଲର ମଧ୍ୟରେ ନଥିଲେ। ସେ କଥିତ ରୂପରେ ନିଜେ କିଣିଥିବା ମାଦକ ପଦାର୍ଥକୁ ଧନ ବା କିଛି ଅନ୍ୟ ଲାଭ ପାଇଁ ଅନ୍ୟଙ୍କୁ ଦେଇ ନଥିଲେ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।