ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହତ୍ୱପୂର୍ଣ୍ଣ ବିବରଣୀ ରଖିଥିବାର ଦାବି କରିଥିବା ଏକ ମହିଳା ଇନ୍ଦୋର ପହଞ୍ଚି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଛନ୍ତି। ପୁଲିସ ଉପ ମହାନିର୍ଦେଶକ(ଡିଜିଆଇ)ହରିନାରାୟଣଚାରି ମିଶ୍ର କହିଛନ୍ତି କି ମୁମ୍ବାଇରେ ରହିଥିବା ମହିଳା ନିକଟରେ ମୋ ସହ ଭେଟ ହୋଇଥିଲେ।

ତାଙ୍କ କହିବା ଅନୁସାରେ ସେ ରାଜପୁତଙ୍କୁ ବହୁତ ଦିନ ଧରି ଜାଣିଥିଲେ ଓ ୟାଙ୍କ ମୃତ୍ୟୁ ସମ୍ବନ୍ଧରେ ତାଙ୍କ ପାଖରେ ମହତ୍ୱପୂର୍ଣ୍ଣ ବିବରଣୀ ଅଛି। ସେ କହିଛନ୍ତି କି ତାଙ୍କୁ ସୁଯୋଗ ମିଲିଲେ ସେ ସମ୍ଭୋନ୍ଧିତ ମଞ୍ଚରେ ଏହି କଥାର ବ୍ୟାଖ୍ୟା କରିବେ। ଡିଜିଆଇ ମହିଳାଙ୍କ ପରିଚୟ ନ ଦେଇ କହିଛନ୍ତି କି ସେ ଏବେ ତାଙ୍କ ବନ୍ଧୁଙ୍କ ଘରେ ଇନ୍ଦୋରରେ ରହିଛନ୍ତି ଓ କିଛି ଦିନପାଇଁ ଏଠି ରହିବେ ବୋଲି ଇଛା କରିଛନ୍ତି।
ସେ କହିଛନ୍ତି କି ମହିଳା ଜଣକ ତାଙ୍କ ସୁରକ୍ଷା ପାଇଁ ଆମ ଆଗରେ ଉପସ୍ଥିତ ହୋଇଛନ୍ତି। ଆମେ ତାଙ୍କୁ ଆଶ୍ୱସ୍ଥ ଦେଇଛୁ ଓ ଆବଶ୍ୟକ ହେଲେ ଜରୁରୀକାଳୀନ ସୁରକ୍ଷା ପ୍ରଦାନ କରାଯିବ। ଡିଜିଆଇ କହିଛନ୍ତି କି ଆବଶ୍ୟକ ହେଲେ ମହିଳାଙ୍କୁ ସମ୍ବୋଧିତ ପୋଲିସ ଅଫିସରଙ୍କ ସୁରକ୍ଷା ଦିଆଯିବ। ତାଙ୍କ ବାସସ୍ଥାନ ନିକଟରେ ରହିଥିବା ପୋଲିସ ଷ୍ଟେସନ କର୍ମଚାରୀ ମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି।

ପୁଲିସର ଅନ୍ୟ ଏକ ଅଫିସର କହିଛନ୍ତି କି ସୁଶାନ୍ତଙ୍କ ମାମଲାରେ ସମାଚାର ଚ୍ୟାନେଲରେ ଝଗଡା କରୁଥିବା ମହିଳାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ଅଭିଯୋଗ ଦେଇଛନ୍ତି। ଅଫିସର କହିଛନ୍ତି କି ପୋଲିସର ସାଇବର ଲୋକେ ଏହା ଉପରେ ଯାଞ୍ଚ କରୁଛନ୍ତି।
“ଏମ ଏସ ଧୋନି:-ଦ ଅନଟୋଲଡ଼ ଷ୍ଟୋରୀ”,”ସୁବ୍ଧ ଦେଶୀ ରୋମାନ୍ସ”,”ରାଵତା”ଓ “ଛିଛୋରେ”ଭଳି ଫିଲ୍ମରେ ଅଭିନୟ କରିଥିବା ସୁଶାନ୍ତ(୩୪)ବାନ୍ଦ୍ରାର ନିଜ ଆପର୍ଟମେଣ୍ଟରେ ୧୪ ଜୁନରେ ମୃତ୍ୟୁ ବରଣ କରିଥିଲେ।ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ(ଏମ୍ସ)ର ଅପରାଧ ବିଜ୍ଞାନ ବିଭାଗର ପ୍ରମୁଖ ଡା:ସୁଧୀର ଗୁପ୍ତା ପୂର୍ଵ ସପ୍ତାହରେ କହିଥିଲେ କି ମେଡ଼ିକାଲ ବୋର୍ଡ ଅଭିନେତାଙ୍କ ମୃତ୍ୟୁ ବିଷୟରେ ହତ୍ୟାକୁ ମନାକରୁଛି ଓ ଏହାକୁ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବାର ମାମଲା କହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।