ସୁଶାନ୍ତ ମୃତ୍ୟୁ ଏକ ମାସରୁ ଅଧିକ ହୋଇସାରିଲାଣି ହେଲେ ଧୀରେ ଧୀରେ ସତ୍ୟ ସାମ୍ନା କୁ ଆସୁଛି । ଏବେ ସୂତ୍ରରୁ ଜଣା ପଢିଛି ସୁଶାନ୍ତ ସିଂହ ରାଜପୁତଙ୍କୁ କିଏ କିଏ ମିଶି ହତ୍ୟା କରିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ କିଏ କିଏ ସାମିଲ ଥିଲେ ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ହତ୍ୟାକାରୀ ରୂପରେ ପ୍ରଥମେ ସାମ୍ନାକୁ ଆସୁଛି ସୁଶାନ୍ତଙ୍କର ସାଙ୍ଗ ସନ୍ଦୀପ ସିଂହ । ଏହାପରେ ସୁଶାନ୍ତଙ୍କର ଭଉଣୀ ପ୍ରିୟଙ୍କା ସିଂହ । କାରଣ ଏହି ଦୁଇଜଣ ସୁଶାନ୍ତଙ୍କର ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କର ଫ୍ଲାଟ ପାଖରେ ରହୁଥିଲେ । ତୃତୀୟରେ ଯାହାର ନାମ ସାମ୍ନାକୁ ଆସିଛି, ସେ ହେଉଛନ୍ତି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଏହାପରେ ସୁରଜ ପଞ୍ଚଲି ଏବଂ ଶେଷରେ ସଲମାନ ଖାଁ ।
ସୁଶାନ୍ତଙ୍କୁ ଏହି ପଞ୍ଚଜଣ ମିଳିତ ଭାବରେ ମାରିଥିବା ନେଇ ଘଟଣା ସାମ୍ନାକୁ ଆସୁଛି । ଜଣାପଡୁଛି କି ସୁଶାନ୍ତଙ୍କର ହତ୍ୟାକୁ ଏମାନେ ଏକ ଯୋଜନାର ସହିତ କରିଛନ୍ତି ଏବଂ ଏହାକୁ ପରବର୍ତ୍ତୀ ସମୟରେ ସୁଇସାଇଡ଼ର ରୂପ ଦେଇଛନ୍ତି ।

ସୁଶାନ୍ତଙ୍କ ମ୍ୟାନେଜର ଦିଶା ଯିଏକି ସୁଶାନ୍ତଙ୍କର ମୃତ୍ୟୁର ଠିକ 8 ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ସେ ହେଉଛନ୍ତି ସୁରଜଙ୍କର ଗାର୍ଲଫ୍ରେଣ୍ଡ ଏବଂ ଉଭୟ ଉଭୟଙ୍କୁ ପସନ୍ଦ କରୁଥିଲେ । ଦିଶା ମରିବା ପୂର୍ବରୁ ପ୍ରେଗନେଟ ଥିଲେ ଓ ସେ ସୁରଜଙ୍କୁ ବିବାହ କରିବାପାଇଁ କହିଥିଲେ କିନ୍ତୁ ସୁରଜ ରାଜି ହୋଇନଥିଲେ । ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦିଶା ସୁଶାନ୍ତଙ୍କୁ କହିଥିଲେ ।
ସୁଶାନ୍ତଙ୍କ ପାଖରେ ସମସ୍ତ ତଥ୍ୟ ଥିବାର ନେଇ ସୁରଜଙ୍କୁ ସୂଚନା ମିଳିଥିଲା , ସୁଶାନ୍ତ ଏହିକଥାକୁ ଜନସାଧାରଣ ଓ ପୋଲିସ ଆଗରେ ସବୁକିଛି କହିଦେବେ ବୋଲି ଭାବି ସୁରଜ ଏହିକଥା ସଲମାନଙ୍କୁ ଜଣାଇଥିଲେ ଓ ପରେ ସଲମାନ ସୁଶାନ୍ତଙ୍କର ସାଙ୍ଗ ସନ୍ଦୀପକୁ ନିଜ ହାତ ମୁଠାକୁ ଆଣିଥିଲେ ।
ପରବର୍ତ୍ତୀ ସମୟରେ ସୁଶାନ୍ତ ସନ୍ଦୀପଙ୍କୁ ଦିଶାଙ୍କ କେସ ବିଷୟରେ ସବୁ କହିଥିଲେ ଓ ଏହାକୁ ପୋଲିସରେ ଦେବେ ବୋଲି ସେ କହିଥିଲେ । ଯାହାଫଳରେ ସନ୍ଦୀପ ସୁଶାନ୍ତଙ୍କୁ ଧୋକା ଦେଇ ରିୟା ଚକ୍ରବର୍ତ୍ତୀଙ୍କ ସହିତ ମିଶି ସଲମାନ ଖାଁଙ୍କୁ ଏହି ବିଷୟରେ କହିଥିଲେ । ସଲମାନ ଏହା ଜାଣିବାପରେ ସୁଶାନ୍ତଙ୍କୁ ମାରିବା ପାଇଁ ସମସ୍ତ ଯୋଜନା ଆରମ୍ଭ କରିଦେଇଥିଲେ ବୋଲି ସନ୍ଦେହ କରାଯାଉଛି ।

ଏହାମଧ୍ୟ ଦେଖାଗଲା ଯେ କାହିଁକି ସୁଶାନ୍ତଙ୍କ ମୃତ ଶରୀରକୁ ବାନ୍ଦ୍ରା ସ୍ଥିତ ହସ୍ପିଟାଲକୁ ନେବା ପରିବର୍ତ୍ତେ କୂପର ମେଡିକାଲ ନିଆଗଲା ଯାହାକି ବାନ୍ଦ୍ରା ଠାରୁ ପ୍ରାୟ 60 କିଲୋମିଟର ଦୂର । ତାଙ୍କର ମୃତ୍ୟୁ ଦିନ ପୋଲିସ କହୁଥିଲା ଲୀଳାବତୀ ହସ୍ପିଟାଲ କୁ ନେବା ପାଇଁ ହେଲେ ତାଙ୍କର ମୃତ୍ୟୁ ପରେ ତାଙ୍କୁ କୂପର ହସ୍ପିଟାଲ ନେଇ ଯାଇଥିଲେ । ବର୍ତ୍ତମାନ ଏହା ଏକ ଆଶ୍ଚର୍ଯ୍ୟର କଥା ହେଉଛି କି ସେ ତାଙ୍କ ଘର ପାଖରେ ଥିବା ଲୀଳାବତୀ ହସ୍ପିଟାଲକୁ ନନେଇ ତାଙ୍କୁ ବହୁଦୂର କୂପର ହସ୍ପିଟାଲକୁ କଣ ପାଇଁ ନେଲେ ।
ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ମୃତ୍ୟୁ ପୂର୍ବ ରାତିରେ ସୁଶାନ୍ତ ଉଦୟ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସହିତ ପାର୍ଟି କରୁଥିଲେ । ପାର୍ଟି ଆରମ୍ଭ ହେବାର ସମସ୍ତଙ୍କ ଆଗରୁ ଆଦିତ୍ୟ ସେଠାକୁ ଆସିଥିଲେ ଏହା ଜଣାପଡୁଛି କିନ୍ତୁ ପାର୍ଟି ଶେଷ ହେବାପରେ ସମସ୍ତେ ସୁଶାନ୍ତଙ୍କ ଫ୍ଲାଟରୁ ବାହାରିଥିଲେ କିନ୍ତୁ ଆଦିତ୍ୟ ବାହାରିବାର କୌଣସି ଫୋଟୋ ସାମ୍ନାକୁ ଆସିନଥିଲା ।
ଏକ ତଥ୍ୟରୁ ଏହାମଧ୍ୟ ଜଣାପଡୁଛି ଯେ ସୁଶାନ୍ତଙ୍କୁ ଯେଉଁ କୂପର ହସ୍ପିଟାଲ ନିଆଯାଇଥିଲା ,ସେ ହସ୍ପିଟାଲ ହେଉଛି ରାଜ୍ ଠାକରେଙ୍କର ଯାହାର ଅଧିକରୁ ଅଧିକ ସେୟାର ସେହି ହସ୍ପିଟାଲରେ ଲାଗିଛି ଏବଂ ରାଜ ଠାକରେ ହେଉଛନ୍ତି ଆଦିତ୍ୟଙ୍କର ପରିବାର ଲୋକ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସୁଶାନ୍ତଙ୍କର ମୃତ୍ୟୁ ବହୁତ ଯୋଜନା ଦ୍ୱାରା କରାଯାଇଛି । ଯାହାକି ଏକ ଆତ୍ମହତ୍ୟା ପରି ଲାଗୁଛି । ସିସବିଆଇ ଯାଞ୍ଚ ହେବାପରେ ଏହି ଘଟଣାର ସତ୍ୟା ସତ୍ୟ ଜଣାପଡିବ ଓ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରହିଛି । ହେଲେ ଏପର୍ଯ୍ୟନ୍ତ ସିସବିଆଇ ଯାଞ୍ଚ ପାଇଁ ଅନୁମତି ମିଳିନାହିଁ । ବର୍ତମାନ ସରକାର କଣ ପାଇଁ ସିସବିଆଇ ଯାଞ୍ଚ ପାଇଁ ଅନୁମତି ଦେଇ ନାଁହାନ୍ତି ପ୍ରଶ୍ନ ଉଠିଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।