ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ବଡ ରହସ୍ୟ ସାମ୍ନାକୁ ଆସିଲା, ରିୟାଙ୍କ ଯୋଜନା ଧରାପଡିଲା ।

ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ବଡ ରହସ୍ୟ ସାମ୍ନାକୁ ଆସିଲା, ରିୟାଙ୍କ ଯୋଜନା ଧରାପଡିଲା ।, Sushant Singh Rajput's sister claim rhea chakraborty was planning to put sushant mental hospita, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Sushant Singh Rajput, Bollywood, CBI, Mumbai Police

ସୁଶାନ୍ତଙ୍କୁ ପାଗଳ ସଜାଇ ଡାକ୍ତରଖାନାକୁ ଭର୍ତ୍ତି କରିବାକୁ ଯୋଜନା କରିଥିଲେ ରିୟା । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ନୂଆ ନୂଆ ତଥ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ଆହୁରି ଜଟିଳ ହୋଇ ହୋଇ ଯାଉଛି । ସୁଶାନ୍ତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହୋଇଯାଇଛି । ଏବେ ସୁଦ୍ଧା ଜଣା ପଡ଼ିପାରୁ ନାହିଁ ଯେ ସୁଶାନ୍ତ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କରିଥିଲେ । ଏବେ ଏହି କେସର ଯାଞ୍ଚ CBI କରିବ ।

Sushant Singh Rajput, rumored girlfriend Rhea Chakraborty were to ...
Google

ଏହି ମାମଲାରେ ସମସ୍ତଙ୍କ ନଜର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି । ସୁଶାନ୍ତଙ୍କ ବାପା କେକେ ସିଂହ, ରିୟାଙ୍କ ବିରୋଧରେ ବିହାର ପୋଲିସରେ ମାମଲା ରୁଜୁ କରିଥିଲେ । ଏହା ପରେ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମନାକୁ ଆସିଛି । ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲର ମଧ୍ୟ ଖୁଲାସା ହୋଇଛି ।

ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲର ଖୁଲାସା

କଲ୍ ଡିଟେଲସ୍ ରୁ ଜଣା ପଡ଼ିଛି ଯେ ସୁଶାନ୍ତ ୨୦୨୦ ମସିହା ଜାନୁୟାରୀ ୨୦ ରୁ ୨୪ ମଧ୍ୟରେ ନିଜ ଭଉଣୀ ରାନୀଙ୍କୁ ଗାଡ଼ିରେ ଦେଖା​‌ କରିବାକୁ ଆସିଥିବାବେଳେ ରିୟା ତାଙ୍କୁ ୫ ଦିନରେ ପାଖାପାଖି ୨୫ ଥର କଲ୍ କରିଥିଲେ । ସୁଶାନ୍ତ ନଭେମ୍ବର ମାସରେ ନିଜ ଭଉଣୀକୁ ସାହାଯ୍ୟ ମାଗିବା ପାଇଁ କଲ୍ କରିଥିଲେ ଏବଂ ଚଣ୍ଡିଗଡ଼ ଯିବା ପାଇଁ ୩ ଭଉଣୀ ସହ ଟିକେଟ ମଧ୍ୟ ବୁକ୍ କରିଥିଲେ । କିନ୍ତୁ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ତାଙ୍କୁ ନଯିବାକୁ କହିଥିଲେ । ପୁଣି ଡିସେମ୍ବରରେ ସୁଶାନ୍ତ ନୂଆ ନମ୍ବରରେ କଲ୍ କରି ସାହାଯ୍ୟ କରିବାକୁ ଗୁହାରି କରିଥିଲେ । ସୁଶାନ୍ତ କହିଥିଲେ ଯେ ରିୟା ଏବଂ ତାଙ୍କ ପରିବାର ତାଙ୍କୁ ମେଣ୍ଟାଲ୍ ହସ୍ପିଟାଲ ପଠାଇବାକୁ ଉଦ୍ୟମ କରୁଛନ୍ତି । ସେ ମେଣ୍ଟାଲ୍ ହସ୍ପିଟାଲ୍ ଯିବାକୁ ଚାହୁଁ ନାହାନ୍ତି । ସେ ମୁମ୍ବାଇରେ ସବୁ କିଛି ଛାଡ଼ି ହିମାଚଳରେ ସେଟଲ୍ ହୋଇଯିବେ ।

SSR's death: Complaint filed against Rhea Chakraborty
Google

 

 

ଏହା ପରେ ସେ ନିଜେ ଗାଡ଼ି ଚଲାଇ ଚଣ୍ଡିଗଡ଼ ବାହାରି ଯାଇଥିଲେ । ସେ ନିଜେ ଏଥିପାଇଁ ଡ୍ରାଇଭ କରିଥିଲେ କାରଣ ଭୁଲ୍ ଔଷଧ ନେବା କାରଣରୁ ତାଙ୍କୁ କ୍ଲୋଷ୍ଟୋଫୋବିୟାର ସମସ୍ୟା ହୋଇଥିଲା । ସୁଶାନ୍ତ ନିଜେ ଡ୍ରାଇଭ କରି ଚଣ୍ଡିଗଡ଼ ପହଞ୍ଚିଥିଲେ ଏବଂ ସେଠାରେ ୨ଦିନ ରହିଥିଲେ । ଏହି ସମୟରେ ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ରିୟାଙ୍କୁ ତାଙ୍କ ଯିବା ବିଷୟରେ କହି ଦେଇଥିଲେ ଯାହା ପରେ ରିୟା ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ୩-୪ଦିନରେ ୨୫ଥର କଲ୍ କରିଥିଲେ ।

ସୁଶାନ୍ତ ମାମଲାରେ ED ରିୟାଙ୍କୁ ସମନ ପଠାଇଛି । ସେହିପରି ଖାରରେ ସ୍ଥିତ ଏକ ଫ୍ଲାଟ୍ ED ନିରୀକ୍ଷଣରେ ରହିଛି । ଏପରି କୁହାଯାଉଛି ଯେ ଏହି ଘର ରିୟାଙ୍କ ନାଁରେ ରହିଛି । ଏବେ ରିୟାଙ୍କୁ ନିଜ ଷ୍ଟେଟମେଣ୍ଟ ରେକର୍ଡ଼ କରିବା ପାଇଁ ଡକାଯାଇଛି ।

Sushant Singh Rajput Death Rumoured Girlfriend Rhea Chakraborty ...
Google

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *