ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଓ ଅନେକ ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଇଡି, ସିବିଆଇ ଓ ନାରକୋଟିକ୍ସ କଣ୍ଟ୍ରୋଲ ବିୟୁରୋ ତିନିଜଣ ଯାଞ୍ଚ ଏଜେନ୍ସି ତଥ୍ୟ ଖୋଜୁଛନ୍ତି । ସେହିପରି ଡ୍ରଗ୍ସ ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀ ସମେତ ଅନେକ ଲୋକଙ୍କୁ ଗିରଫ କରିଛି । ସୂତ୍ର ଅନୁସାରେ ରିୟା ରକୁଲ ପ୍ରୀତି, ସାରା ଅଲ୍ଲୀ ଖାନ ଓ କିଛି ଏପରି ଲୋକଙ୍କ ନାମ ନେଇଥିଲେ ଯିଏକି ସୁଶାନ୍ତଙ୍କ ସହିତ ଡ୍ରଗ୍ସ ନେଉଥିଲେ । ଏହି ମାମଲାରେ ସୁଶାନ୍ତଙ୍କ କିଛି ପାଖ ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ।

ସୁଶାନ୍ତଙ୍କ ଡ୍ରାଇଭର ଖୋଲିଲେ ରହସ୍ୟ:
ରିୟା ଚକ୍ରବର୍ତ୍ତୀ କହିଛନ୍ତି ଥାଇଲାଣ୍ଡ ଟ୍ରିପରେ ସୁଶାନ୍ତଙ୍କ ସହିତ ସାରା ଅଲ୍ଲୀ ଖାନ ବି ଯାଇଥିଲେ । ଯେବେବି ସେହି ଟ୍ରିପ କେବଳ ପୁରୁଷ ମାନଙ୍କର ଥିଲା । ଏହା ସହିତ ଏହି କଥା ମଧ୍ୟ ସାମ୍ନାକୁ ଆସିଛି କି ସୁଶାନ୍ତ ସେହି ଟ୍ରିପରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ସୁଶାନ୍ତଙ୍କ ଡ୍ରାଇଭର ଧୀରେନ୍ଦ୍ର ଯାଦବ ଡିସେମ୍ବର ୨୦୧୮ ବର୍ଷ ପରର କିଛି ରହସ୍ୟ ଖୋଲିଛନ୍ତି ।

ଏକ ନ୍ୟୁଜ ଚ୍ୟାନେଲ ସହିତ କଥା ହେଉଥିବା ସମୟରେ ଧୀରେନ୍ଦ୍ର ଯାଦବ କହିଥିଲେ ସୁଶାନ୍ତ ଓ ସାରା ବହୁତ ଭଲ ସାଙ୍ଗ ଥିଲେ କିନ୍ତୁ ଥାଇଲ୍ୟାଣ୍ଡରୁ ଆସିବା ପରେ ଦୁହିଁଙ୍କ ଭିତରେ ସମ୍ପର୍କ ଆଗପରି ନଥିଲା । ଯାଦବ କହିଛନ୍ତି ଟ୍ରିପରୁ ଆସିବା ପରେ ୧୦ ଦିନ ହୋଇଥିବ ଯେବେ “ସୋନଚିଡ଼ିଆ” ରିଲିଜ ହୋଇଥିଲା, ମୁଁ ଛୁଟିରେ ରହିଥିଲି। ଟ୍ରିପରୁ ଆସିବା ପରେ ମ୍ୟାଡାମ ଆଉ ସାଥିରେ ନଥିଲେ । ସୁଶାନ୍ତଙ୍କ ଘରକୁ ସାରା କେବଳ କେଦାରନାଥ ଓ ବିଗବସ ସମୟରେ ଆସିଥିଲେ ।
ଏକ ରିପୋର୍ଟ ଅନୁସାରେ ଏନସିବି ପାଖରର ଏପରି ୨୫ ଜଣକ ଲିଷ୍ଟ ଅଛି ଯାହା ମଧ୍ୟରେ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତି, ଡ଼ିଯାଇନର ସିମୋନ ଖଂବାଟାଙ୍କ ନାମ ମଧ୍ୟ ସାମିଲ ଅଛି । ଏବେ ଏହି ତିନିଜଣ ଏନସିବିର ନଜରକୁ ଆସିଯାଇଛି । ସୂତ୍ର ଅନୁସାରେ ଏନସିବି ଏହି ତିନି ଜଣଙ୍କୁ ନୋଟିସ ଦେବାର ପ୍ରସ୍ତୁତି କରୁଛି ।
କହିରଖିବୁ କି ସିମୋନଙ୍କ ନାମ ରିୟା ଚକ୍ରବର୍ତ୍ତୀଙ୍କ ୱାଟସପ ଚାଟରେ ସାମ୍ନାକୁ ଆସିଥିଲା । ଯେଉଁଥିରେ ଡ୍ରଗ୍ସକୁ ନେଇକି ଚାଟିଙ୍ଗ ହୋଇଥିଲା । ବହୁତ ଶୀଘ୍ର ଏନସିବି ଏମାନଙ୍କୁ ବି ନୋଟିସ ପଠାଇବ ।

ଏହି ମାମଲା ନୂଆ ନୂଆ ଦିଗ ଦେଇ ଗତି କରିବାରେ ଲାଗିଛି । ଜଣା ପଡୁନାହିଁ ଯେ ଏହି କେସରେ ଆଉ କଣ ସାମିଲ ଅଛି । ହେଲେ ଲୋକମାନେ ନିଜ ନିଜ କାର୍ଯ୍ୟ କରିବାରେ ଲାଗିଛନ୍ତି ଯାହା ଫଳରେ କେତେକ ଗୁମର ଫିଟିବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଭାରି ଦୁଃଖନୀୟ ଥିଲା । ଯାହା ସମସ୍ତଙ୍କୁ ଭାବ ବିହ୍ଵଳ କରିଦେଇଥିଲା ।
ତେବେ ଆଜିର ଏହି ଖବର କେମିତି ଲାଗିଲା ଆମକୁ ଜଣାନ୍ତୁ ଏବଂ ଏହି ଖବରକୁ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।