ସୁଶାନ୍ତଙ୍କୁ ଏହି ଦୁନିଆକୁ ଛାଡିବାର ଆଜିକୁ ବହୁତ ଦିନ ହୋଇଗଲାଣି,କିନ୍ତୁ ସେ ଆମ ସମସ୍ତଙ୍କର ସ୍ମୃତିରେ ଏବେବି ବଞ୍ଚିଛନ୍ତି। ସୁଶାନ୍ତଙ୍କ କେଶର ଶୁଣାଣି ଚାଲିଛି,କିନ୍ତୁ ଏ ପର୍ଯ୍ୟନ୍ତ ଏହି କେଶରେ କିଛି ବି ସ୍ପଷ୍ଟତା ସାମ୍ନାକୁ ଆସିନାହିଁ। ଯଦିଓ ଏହି କେଶରେ ସିବିଆଇ ଓ ଏନସିବି ଯାଞ୍ଚ କରୁଅଛି, କିନ୍ତୁ ପରିବାର ସହ ସୁଶାନ୍ତଙ୍କ ବନ୍ଧୁ ଆଜିବି ନ୍ୟାୟର ଦାବି କରୁଛନ୍ତି। ସେହିପରି ଏହି କେଶରେ ଆଜି ମଧ୍ୟ କେତେକ କଥା ସାମ୍ନାକୁ ଆସୁଛି। ଏବେ ଏବେ ସୁଶାନ୍ତଙ୍କର ବନ୍ଧୁ ସିଦ୍ଧାର୍ଥ ଗୁପ୍ତାଙ୍କୁ ଆଜି ମଧ୍ୟ ଏହି କଥାକୁ ବିଶ୍ୱାସ ହେଉନାହିଁ କି ସୁଶାନ୍ତ ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କୁ ଆଜି ମଧ୍ୟ ଅଭିନେତାଙ୍କ ମୃତ୍ୟୁର ଗମ୍ଭିର ଆଘାତ ଲାଗିଛି।

ବନ୍ଧୁ କଲେ ସୁଶାନ୍ତଙ୍କ ମେସେଜର ଆଲୋଚନା:
ସୁଶାନ୍ତଙ୍କ ବନ୍ଧୁ ତାଙ୍କୁ ମନେପକାଇ ତାଙ୍କ ଦ୍ୱାରା ପଠା ଯାଇଥିବା ଏକ ମେସେଜର ଆଲୋଚନା କରିଛନ୍ତି,ଯାହା ସମସ୍ତଙ୍କୁ ଆର୍ଶ୍ଚଯ୍ୟ ଚକିତ କରିଦେଇଛି। ପ୍ରକୃତରେ ଏବେ ଏବେ ସିଦ୍ଧାର୍ଥ ସୁଶାନ୍ତଙ୍କର ଶେଷ ମେସେଜ ବିଷୟରେ କହିଲେ ଯାହାକୁ ଦେଖି ତାଙ୍କୁ ସନ୍ଦେହ ହେଲା କି କିଛି ତ ଗଡବଡ ଅଛି।
ଏବେ ଏବେ କଥାବାର୍ତ୍ତା ମଧ୍ୟରେ ସିଦ୍ଧାର୍ଥ କହିଲେ କି ସୁଶାନ୍ତ କୁସାଲ ଜାବେରୀଙ୍କୁ କହିଥିଲେ କି ସେ ଆଧ୍ୟାତ୍ମିକତା ଉପରେ କାମ କରୁଛନ୍ତି ଓ ଜଲ୍ଦି ହିଁ ଆମ ସହିତ ଦେଖା କରିବେ। ସେ କୁସାଲଙ୍କୁ କହିଥିଲେ କି ବିତିଯାଇଥିବା ଦିନଗୁଡିକୁ ବହୁତ ମନେପକାଉଛନ୍ତି,ଯାହା ଆମେ ସାଙ୍ଗ ହୋଇ ବିତାଇଥିଲେ।

ଇଣ୍ଟରଭିୟୁରେ କହିଥିବା କଥା:-
ସିଦ୍ଧାର୍ଥ ଆଗକୁ ଇଣ୍ଟରଭିଉରେ କହିଲେ,’ଯେବେ ମତେ ଏହି ମେସେଜ ମିଳିଲା ସେବେ ମୋର ମନେଅଛି କି ମୁଁ ସୁଶାନ୍ତଙ୍କୁ କହିଥିଲି କି ମତେ ଲାଗୁଛି କି ଏଠି କିଛି ଗଡବଡ ଅଛି କାରଣ ସେ ଏମିତି ନଥିଲା। ସୁଶାନ୍ତ ମେସେଜ କଲା ଓ କହିଲା ଆମେ ଜଲ୍ଦି ଭେଟ ହେବା ଓ ଆମେ ଯାହା କରୁଥିଲେ ସେଇଆ ହିଁ କରିବା। ମୋର ଉଦେଶ୍ୟ ତାର ଜୀବନରେ ଦଖଲ ଦେବା ନଥିଲା କିନ୍ତୁ ସେହି ମେସେଜ ପରେ ଆମେ ତା ସହ ଜଲ୍ଦି ଦେଖା ହେବାର ନିଷ୍ପତ୍ତି ନେଇଥିଲୁ। ମତେ ଜାଣିବାର ଥିଲା କି ପ୍ରକୃତରେ କଣ ହୋଇଛି। ମତେ କିଛି ଗଡବଡ ଲାଗୁଥିଲା କିନ୍ତୁ ମୋ ପାଖରେ ତାଙ୍କ ନମ୍ବର ନଥିଲା। କୁସାଲଙ୍କୁ ସେବେ ହିଁ ନମ୍ବର ମିଳିଥିଲା।’
ସିଦ୍ଧାର୍ଥ ଆଗକୁ କହିଲେ କି,’ଆପଣ ଘଟଣାକୁ ବଦଳାଇ ପାରିବେ ନାହିଁ କିନ୍ତୁ ଏହାର ପ୍ରଭାବ ପଡିଥାଏ। ଆପଣଙ୍କୁ ଖାଲି ଲାଗେ କି ଆପଣ କିଛି ଘଟଣାକୁ ବଦଳାଇ ପାରିଥାନ୍ତେ,ଯାହା ଉପରେ ମୋର ବିଶ୍ୱାସ ଅଛି। ସେ ଆମ ସମସ୍ତଙ୍କ ସହ ସବୁଠୁ ଖୁସିରେ ଥିଲା ସେଥିପାଇଁ ଯଦି ଆମେ ସେଠି ଥାଆନ୍ତୁ ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା’।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।