ସୁଶାନ୍ତ ସିଂହ ରାଜପୁତଙ୍କ ପାରିବାରିକ ଓକିଲ ବିକାଶ ସିଂହ ପ୍ରଥମେ ଦାବି କରିଥିଲେ କି ଏଆଇଆଇଏମସ ର ଫୋରସିକ ଟିମ ର ହେଡ ଡ଼ଃ ସୁଧୀର ଗୁପ୍ତା ତାଙ୍କୁ କହିଥିଲେ କି ‘ଅଭିନେତା ଙ୍କ ୨୦୦ ଶତକଡା ତଣ୍ଟି ଚିପିକି ହତ୍ୟା କରାଯାଇଛି। ‘ନିଜର ଏହି ଦାବି ଉପରେ ବିସ୍ତାରରେ କହୁଥିବା ବେଳେ ,ବିକାଶ ଶୁକ୍ରବାର କୁ ରିପବ୍ଲିକ ମିଡ଼ିଆ ନେଟୱର୍କ ର ଏଡିଟର-ଇନ-ଚିଫ ଅନର୍ବ ଗୋସ୍ୱାମୀ ଙ୍କ ସହ କଥା ହେଲେ ଏବଂ କହିଲେ କି ତାଙ୍କୁ ଡ଼ଃ ଗୁପ୍ତାଙ୍କ କଥାକୁ ରେକର୍ଡ କରିବାର ଥିଲା।

ତାଙ୍କ ଅନୁସାରେ,’ଯେବେ ମୁଁ ସୁଶାନ୍ତ ଙ୍କ ମାମଲାରେ ଏଫଆଇଆର ଦାଖଲ କରିଥିଲି,ତ ଡଃ ଗୁପ୍ତା ମତେ ଫୋନ କରିଥିଲେ। ମୁଁ କହିଥିଲି କି ମତେ କାହା ଠାରୁ ସାହାଯ୍ୟ ର ଅବଶ୍ୟକତା ନାହିଁ, ମତେ କେବଳ ସତ କଥା ଜାଣିବାର ଅଛି।ତ ମୁଁ ସୁଶାନ୍ତଙ୍କ ଭଉଣୀ ମିନୁ ଦ୍ଵାରା ନିଆଯାଇଥିବା ତାଙ୍କ ଶବର କିଛି ଫୋଟୋ ରଖିଛି।ଦୁଇଟି ଫୋଟୋ ଭାଇରାଲ ହେଉଛି । ଗୋଟିଏ ମଫର୍ଡ ଥିଲା ଓ ଦ୍ଵିତୀୟ ମିନୁ ନେଇଥିଲେ। ଏଥିପାଇଁ ମୁଁ ମିନୁଙ୍କ ଦ୍ଵାରା ନିଆ ଯାଇଥିବା ଫୋଟୋକୁ ପଠାଇଥିଲି ଯଦି ଏହି ଫୋଟୋ ସତ୍ୟ ଅଟେ ତ ସୁଶାନ୍ତଙ୍କ ଗଳାରେ ଥିବା ଏହି ଚିହ୍ନ ଦେଖିକରି ଲାଗୁଛି ଏହା ୨୦୦ % ହତ୍ୟା ବୋଲି। ଯେବେ ମୁଁ ତାଙ୍କୁ କହିଲି କି ଅନ୍ୟ ରିପୋର୍ଟ ଦେଖିବା ପାଇଁ ତ ସେ କହିଲେ ଯଦି ଏହି ଫୋଟୋ ସତ୍ୟ ତ ତଣ୍ଟି ଚିପି ତାଙ୍କ ହତ୍ୟା ହୋଇଛି। ଏହି ପ୍ରକାରର ଚିହ୍ନ ସେହି କପଡ଼ାରୁ ଆସିବ ନାହିଁ କେଉଁଥିରେ ସେ ଫାଶୀ ଲାଗେଇଥିବାର କୁହାଯାଇଛି’।
ଏହା ଛଡା ,ଓକିଲ କହିଲେ କି ଡ଼ଃ ସୁଧୀର ଗୁପ୍ତା ତାଙ୍କ ସହ ହ୍ଵାଟ୍ସଆପ କଲରେ କଥା ହୋଇଥିଲେ। ବିକାଶ ଦୁଃଖର ସହକାରେ ଏହା କହିଛନ୍ତି କି ସେ ଏହାକୁ ରେକର୍ଡ କରିପାରିଲେ ନାହିଁ। ସେ କହିଲେ କି ‘ଯେତେବେଳେ ଏହି କଲ ଆଗକୁ ଯାଞ୍ଚ ପାଇଁ ଯାଇଥାନ୍ତା ତେବେ ତାଙ୍କର ମିଛ କଥା ଧରା ପଡିଯାଇଥାନ୍ତା।’

ସେ ଆଗକୁ କହଲେ-“ସୁଧୀର ଗୁପ୍ତାଙ୍କ ପାଖରେ ଏହା କହିବାର ଅଧିକାର ନାହିଁ କି ଏହା ଆତ୍ମହତ୍ୟା ଅଟେ। ସେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ଫାଶୀରେ ମୃତ୍ୟୁ ହୋଇଥିଲେ ବି ଏହା ଠିକ ନୁହେଁ ଯେ କେବଳ ଆତ୍ମହତ୍ୟା ଦ୍ଵାରା ଫାଶୀ ଲାଗିପାରିବ। ଯଦି କେହି ସୁଶାନ୍ତଙ୍କୁ ଔଷଧ ଦେଇ ବେହୋସ କରିଦେଇ ଫାଶୀରେ ଲାଗେଇଦେଇଥାଇପାରେ। ଏଥିପାଇଁ ଏହା ଆତ୍ମହତ୍ୟା ବୋଲି କୁହାଯାଇପାରିବ ନାହିଁ।”
ବିକାଶ ସିଂ କହିଛନ୍ତି କି ସେ ଅନ୍ୟ ଦେଶର ସର୍ବଶ୍ରେଷ୍ଠ ଫରେନସିକ ଡାକ୍ତରଙ୍କ ସମ୍ବନ୍ଧରେ ଅଛନ୍ତି ଓ ତାଙ୍କର ରାୟ ନେଉଛନ୍ତି । ହେଲେ ସେ ଭରଷା ରଖିଛନ୍ତି କି ସିବିଆଇ ସୁଶାନ୍ତଙ୍କ ପରିବାରର ଚିଠିର ମୂଲ୍ୟ ରଖିବ।

ଓକିଲ କହିଛନ୍ତି କି ମୁମ୍ବାଇ ପୁଲିସ ଏହି ମାମଲାରେ ଯାହା ବି କରିଛି ,ତାକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚାହୁଁଛି ଓ ଏହାକୁ ସେହି ରାସ୍ତାରେ ନିଆଯାଉଛି। ସେ କହିଛନ୍ତି- “ଏଥିପାଇଁ ମୁଁ ସିବିଆଇଙ୍କୁ କହିଛି ଗୁପ୍ତାଙ୍କ ଭୂମିକାକୁ ଯାଞ୍ଚ କରିବା ଦରକାର ଓ ଜାଣିବା ଦରକାର କି ସେ କାହା ସହ କଥା ହୋଇଛନ୍ତି। ମୁଁ ମେଡ଼ିକାଲ ଇଣ୍ଡିଆନ କାଉନ୍ସିଲକୁ ମଧ୍ୟ ଚିଠି ଲେଖିବି ଓ ଯଦି ସିବିଆଇ କିଛି କରିବ ନାହିଁ ତ ମୁଁ କୋର୍ଟର ଦ୍ୱାରସ୍ଥ ହେବି।”
କହିରଖୁଛୁ କି ରିପବ୍ଲିକ ଭାରତ ପ୍ରଥମେ ଡ଼ଃ ସୁଧୀର ଗୁପ୍ତାଙ୍କୁ ଏକ୍ସପୋଜ କରିଥିଲା ଓ ୨୨ ଅଗଷ୍ଟରେ ତାଙ୍କ ଚ୍ୟାନେଲକୁ ଦିଆଯାଇଥିବା ଇଣ୍ଟରଭିଉକୁ ସାମ୍ନାକୁ ଆଣିଥିଲା,ଯେଉଁଥିରେ ସେ କୁପର ହସ୍ପିଟାଲର ‘ଆଟୋପସି ରିପୋର୍ଟରେ ବହୁତ ଭୁଲ’କୁ ନେଇ ପ୍ରଶ୍ନ ଉଠାଇଥିଲେ।ହେଲେ ଏବେ ସୁଶାନ୍ତଙ୍କ ମାମଲାରେ ‘କୁହାଯାଉଥିବା ସ୍ୱିସାଇଡ଼ ଥିଓରୀ’ସାମ୍ନାକୁ ଆସିବାପରେ ଲୋକ ତାଙ୍କ ଉପରେ ହିଁ ପ୍ରଶ୍ନ ଉଠାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।