କିଏ ଜିତିବ ଟି-୨୦ ବିଶ୍ୱକପ? ଭାରତ, ଅଷ୍ଟ୍ରେଲିଆ ନା ଇଂଲଣ୍ଡ? ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ; ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ଆରମ୍ଭ ହେବାକୁଯାଉଥିବା ଟି-୨୦ ବିଶ୍ୱକପକୁ  ଆଉ ଅଳ୍ପ ବାକି ଅଛି। ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିଲା ଵାଲା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟିମ ଭାଗ ନେବେ। ୨୯ ଦିନର ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୫ ମ୍ୟାଚ ଖେଳାଯିବାର ଅଛି ଓ ଏହା ପରେ ଟି-୨୦ ବିଶ୍ୱକପ ନୂଆ ଚାମ୍ପିୟନ ମିଳିବ। ୧୬ ମଧ୍ୟରୁ ୧୫ ଦେଶ ନିଜ ଟିମ ଘୋଷଣା କରିସାରିଛନ୍ତି। ସୂଚନା ଅନୁସାରେ ଟପ-୮ ଦେଶରୁ ଅଷ୍ଟ୍ରେଲିଆକୁ ପ୍ରଥମ ଥରପସନ୍ଦ କୁହାଯାଉଛି।କୁହାଯାଉଛି ଅଷ୍ଟ୍ରେଲିଆ ନିଜ ଘରେ ଟି-୨୦ ବିଶ୍ୱକପ ଟ୍ରଫି ବଞ୍ଚାଇବା ପାଇଁ ସଫଳ ରହିବ।

ଏହା ଛଡା ଇଂଲଣ୍ଡ ମଧ୍ୟ ପ୍ରବଳ ଦାବେଦାର ମାନାଯାଉଛି। ୨୦୧୦ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ମଧ୍ୟ ଟି-୨୦ରେ ନିଜର ଖେଳିବାର ତରିକା ବଦଳାଇଛି ଓ ଇଂଲଣ୍ଡକୁ ମଧ୍ୟ କମ ଭାବିବା ଭୁଲ ହେବ। ଦୁଇ ଦେଶରେ ଅନେକ ଭଲ ଅଲରାଉଣ୍ଡର ରହିଛନ୍ତି ଯେଉଁଠି ପାଇଁ ଏହି ଦୁଇ ଦେଶ ଜିତିବା ପାଇଁ ପ୍ରଥମ ଓ ଦ୍ୱିତୀୟ ଦାବେଦାରର ଅଛନ୍ତି।

ଟି-୨୦ ର ସବୁ ଟିମରୁ ଅଷ୍ଟ୍ରେଲିଆ ଅଧିକ ଅନୁଭବୀ:

ଅଷ୍ଟ୍ରେଲିଆ ପାଖରେ ଡେଭିଡ ୱାନର, ଗ୍ଲେନ ମାସ୍କୱେଲଙ୍କ ପରି ଖେଳାଳି ଅଛନ୍ତି। ଏହା ସହିତ ମିଚେଲ ମାର୍ସ,ମାର୍କସ ଷ୍ଟୋଇନିକ୍ସ,ମ୍ୟାଥୟୁ ୱେଡଙ୍କ ଭଳି ଖେଳାଳି ଅଛନ୍ତି,ଯିଏକି ନିଜ ଦମରେ ଅଷ୍ଟ୍ରେଲିଆକୁ ଜିତାଇପାରନ୍ତି। ମିଡ଼ିଲ ଅର୍ଡରକୁ ଅଧିକ ମଜଭୂତ କରିବା ପାଇଁ ଟିମରେ ଟିମ ଡେଭିଡଙ୍କୁ ଟିମ ସାମିଲ କରିଛି।

ବୋଲିଙ୍ଗରେ ମିଚେଲ ଷ୍ଟାର୍କ,ଜୋସ ହେଜଲଉଡ଼ ଓ ପ୍ୟାଟ କମିନ୍ସ ରହିବା ଦ୍ଵାରା ଅଷ୍ଟ୍ରେଲିଆ ବାକି ଟିମ ଉପରେ ଭାରି। ଆଡ଼ମ ଜାମ୍ପାଙ୍କ ଲେଗ ସ୍ପିନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟିମ ପାଖରେ ଅନେକ ଭଲ ଅଲରାଉଣ୍ଡର ମଧ୍ୟ ଅଛନ୍ତି।ମାକ୍ସୱେଲ, ମିଚେଲ ମାର୍ସ,ଷ୍ଟୋଇନିକ୍ସ,ଟିମ ଡେଭିଡ, ଆଷ୍ଟନ ଆଗର,ଅଛନ୍ତି।

ଇଂଲଣ୍ଡ ପାଖରେ ଖେଳର ରୂପ ବଦଳାଇବା ଭଳି ଖେଳାଳି:

ଇଂଲଣ୍ଡ ପାଖରେ ଡେଭିଡ ମଲାନ ଓ ବେନ ଷ୍ଟୋକସଙ୍କ ପରି ଖେଳାଳି ଅଛନ୍ତି ଯିଏକି ଟିମକୁ ମଜଭୂତ ଦେଇଛନ୍ତି। ସବୁଠୁ ଅଧିକ ଚାର୍ଚ୍ଚ ଏହି ବର୍ଷ ଟିମକୁ ଫେରିଥିବା ଆଲେକ୍ସ ହେଲ୍ସଙ୍କର ହେଉଛି ଓ ସେ ଆକର୍ଷଣୀୟ ରୂପ ଆପଣାଇଛନ୍ତି। ସେ ୨୦୧୯ ବିଶ୍ୱକପ ପୂର୍ବରୁ ଟିମରୁ ବାହାର ହୋଇଯାଇଥିଲେ।

ମାର୍କ ଉଡ଼ ଓ କ୍ରିସ ଓକ୍ସ ବୋଲିଙ୍ଗ ସମ୍ଭାଳିବେ। କ୍ରିସ ଜୋର୍ଡନ ମଧ୍ୟ ବୋଲିଙ୍ଗକୁ ମଜଭୂତ କରିବେ। ସେହିପରି ଲିୟାମ ଲିଭିଙ୍ଗଷ୍ଟୋନ,ମୋଇନ ଅଲ୍ଲୀ, କ୍ରିସ ଓକ୍ସ ଓ ସାମ କରନଙ୍କ ପରି ଅଲରାଉଣ୍ଡର ଟି-୨୦ ବିଶ୍ୱକପରେ ମ୍ୟାଚର ରୂପ ବଦଳାଇପାରିବେ। ଜନି ବେୟରଷ୍ଟୋ ଟିମରୁ ବାହାର ହେବା ଟିମ ପାଇଁ ଭଲ ଖବର ନୁହେଁ। ଗୋଲ୍ଫ ଖେଳିବା ସମୟରେ ସେ ଆଘାତ ହୋଇଥିଲେ।

ଟିମ ଇଣ୍ଡିଆ ବିଶ୍ୱକପ ଜିତିବା ପାଇଁ ଅଟେ ଦାବିଦାର। ଦଳ ପାଖରେ ଅନେକ ଜବରଦସ୍ତ ଖେଳାଳି ଅଛନ୍ତି। ବିରାଟ କୋହଲି ନିଜ ପୁରୁଣା ଫର୍ମକୁ ଏସିଆ କପ ୨୦୨୨ରେ ଆସିଯାଇଥିଲେ। ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏସିଆ କପ ରେ ପାକିସ୍ତାନ ବିପକ୍ଷରେ ଦମଦାର ଖେଳର ପ୍ରଦର୍ଶନ କରିଥିଲେ । ସେ ବୋଲିଂ ଓ ବ୍ୟାଟିଂରେ କମାଲ କରିଥିଲେ।

Leave a Reply

Your email address will not be published.