T-20 ବିଶ୍ୱକପ ପୂର୍ବରୁ ବୁମରାଙ୍କୁ ନେଇ ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ବୟାନ, କହୁ କହୁ କହିଦେଲେ ଏପରି, ପଢନ୍ତୁ ପୁରା ଖବର

ଦୀର୍ଘ ସମୟ ପରେ ବୁମରା ଭାରତୀୟ ଦଳକୁ ଫେରିଛନ୍ତି। ବୁମରାଙ୍କ ବିନା ଭାରତୀୟ ଦଳର ଏସିଆ କପରେ ଭାରତୀୟ ଦଳର କିପରି ଅବସ୍ଥା ହୋଇଥିଲା ଏହା ଅନେକଙ୍କୁ ଜଣା। ବୁମରା ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଖେଳାଳି ଫିଞ୍ଚଙ୍କୁ ସିଧା ବୋଲ୍ଡ କରିଥିଲେ ଯାହା ଫଳରେ ଫିଞ୍ଚ ମଧ୍ୟ ନିଜକୁ ତାଳି ବଜାଇବାକୁ ରୋକିପାରି ନ ଥିଲେ।

ତାଙ୍କର ବୋଲିଂକୁ ନେଇ ପାକିସ୍ତାନର ପୂର୍ବ ଖେଳାଳି ଦାନିସ କାନେରିୟା ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କର କହିବା ଅନୁସାରେ ବୁମରା ବହୁତ ଭଲ ସ୍ଥିତିରେ ଅଛନ୍ତି। ଅନ୍ୟ ଦଳ ମାନଙ୍କୁ ସତର୍କ ରହିବାକୁ ବଡିବ କାରଣ ସେ ଏବେ ବହୁତ ଭଲ ବୋଲିଂ କରୁଛନ୍ତି।ସେ ପ୍ରଥମେ ଏକ ୱାଇଡରୁ ଆରମ୍ଭ କରିଥିଲେ। ମାତ୍ର ଏହା ପରେ ଏକ ଇଅରକର ପକାଇ ଫିଞ୍ଚଙ୍କୁ ଆଉଟ୍ କରିଥିଲେ। ସେ ନିଜର ଏକ ପ୍ରେସର ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

ତେଣୁ ବିଶ୍ଵକପରେ ତାଙ୍କ ଠାରୁ ଖେଳାଳି ମାନଙ୍କୁ ସତର୍କ ରହିବାକୁ ସେ ସୂଚନା ଦେଇଛନ୍ତି। ବିଶ୍ଵକପରେ ଭାରତୀୟ ଦଳର ପ୍ରମୁଖ ବୋଲର ହେଉଛନ୍ତି ବୁମରା। ବୁମରା ରହିଲେ ହିଁ ଭାରତୀୟ ଦଳର ବୋଲିଂ ସୁଧାରି ପାରିବ।

ସେ ଘାତ ଲାଗିଥିବାରୁ ଏସିଆ କପରେ ଭାଗ ନେଇପାରିନଥିଲେ। ଏନ.ସି.ଏ ରେ ଯାଇ ସେ ନିଜର ଫିଟନେସ ସୁଧାରି ଥିଲେ।ସେ ଭଲ ହୋଇ ଯାଇଥିବାରୁ ତାଙ୍କୁ ବିଶ୍ଵକପ ଦଳରେ ମଧ୍ୟ ସାମିଲ କରାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମଧ୍ୟ ସେ ଖେଳିପାରିନଥିଲେ। ଭାରତୀୟ ଦଳ ନିଜର ପ୍ରସ୍ତୁତି ପାଇଁ କେବଳ କିଛି ମ୍ୟାଚ୍ ରହିଛି।

Leave a Reply

Your email address will not be published. Required fields are marked *