ବ୍ୟୁରୋ ରିପୋର୍ଟ: କେ ଏଲ ରାହୁଲ ପୂର୍ବ ବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ସହ ମିଳିଥିବା ପରାଜୟର ପ୍ରତିଶୋଧ। ନେବା ପାଇଁ ଏସିଆ କପରେ ଆରମ୍ଭ ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ ବ୍ୟାଟ୍ସମ୍ୟାନ ରୂପରେ ନିଜକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ରାହୁଲ ୨୦୨୨ରେ ଗୋଟେ ମଧ୍ୟ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିନାହାଁନ୍ତି। ତାଙ୍କୁ ଓପନର ରୂପରେ ଜବରଦସ୍ତ ମାନସିକତା ସହ ଓହ୍ଲାଇବା ପାଇଁ ହେବ ଯାହା ଏବେ ଟିମ ଆପଣେଇପାରେ।

୨୬ ଅଗଷ୍ଟକୁ ଟିମ ଇଣ୍ଡିଆର ଉପଅଧିନାୟକ ରାହୁଲ ପ୍ରେସ କନ୍ଫରେନ୍ସରେ କହିଛନ୍ତି,”ପ୍ରତ୍ୟେକ ଟିମ ବିଶ୍ୱକପ ଭଲି ଟୁର୍ଣ୍ଣାମେଣ୍ଟରେ ବିଜୟ ସହିତ ଆରମ୍ଭ କରିବାକୁ ଚାହିଁଥାନ୍ତି।ଦୃଭାଗ୍ୟରୁ ଆମ ସାଥିରେ ପୂର୍ଵ ବର୍ଷ ଏପରି ହେଲା ନାହିଁ। ତେଣୁ ଏସିଆକପରେ ଆମ ପାଖରେ ପ୍ରତିଶୋଧ ନେବାର ମୌକା ଅଛି। ଆମ ଏହି ମ୍ୟାଚ ପାଇଁ ଉତ୍ସାହିତ ଅଛୁ”। ରାହୁଲସର୍ଜରି ଓ କୋଭିଡ-୧୯ କାରଣରୁ ଖେଳରୁ ବାହାର ଥିଲେ। ଏହି ବ୍ୟାଟ୍ସମ୍ୟାନ ଜିମ୍ବାୱେ ବିରୁଦ୍ଧରେ ଅଧିନାୟକ କରି ତିନୋଟି ମ୍ୟାଚ ବିଶିଷ୍ଟଏକଦିବସିୟ ସିରିଜ କ୍ଲିନ ସୁଇପ କରିଥିଲେ।
ଆଇପିଏଲରେ ପୂର୍ଵ ୪-୫ ବର୍ଷରେ ଅନେକ ରନ କରିଥିବା ରାହୁଲ କହିଛନ୍ତି,”ମୁଁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପୂର୍ବରୁ ଆତ୍ମବିଶ୍ୱାସ ଅଛି ଓ ମୁଁ ନିଜ କୌଶଳ ଉପରେ ଧ୍ୟାନ ଲଗାଇପାରିବି। ଏହା ଜରୁରୀ ନୁହେଁକି ମୁଁ ନେଟରେ ଭଲ ଅଭ୍ୟାସ କରୁଛି ମୁଁ ପିଚରେ ନିଜକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି”।
'As players and as a team we always look forward to an India vs Pakistan clash,' says #TeamIndia vice-captain @klrahul ahead of #INDvPAK on Sunday.#AsiaCup2022 pic.twitter.com/7mRf1zxjaS
— BCCI (@BCCI) August 26, 2022
ସେ ଆଗକୁ କହିଛନ୍ତି,”ମୋ ପାଇଁ ଆଘାତ ପରେ ଫେରିବା ପରେ ଜିମ୍ବାୱେ ଗ୍ରସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।ସେହି ସିରିଜରେ ମତେ ଏହା ଜଣାପଡିଲକି ମୁଁ କେତେ ଆତ୍ମବିଶ୍ୱାସ ଭରା ଅଛି। ଏହି ଆତ୍ମବିଶ୍ୱାସକୁ ଆପଣ ପିଚରେ ଅନୁଭବ କରିପାରିବେ ଓ ଶରୀରରେ ଆପଣ ଏହାକୁ ଅନୁଭବ କରିପାରିବେ”
ଏସିଆକପରେ ଭାରତ ଓ ପାକିସ୍ତାନ ୧୪ ଥର ଆମ୍ନା ସାମ୍ନା ହୋଇଛନ୍ତି ଯେଉଁଥିରେ ଭାରତ ୮ ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ୫ ମ୍ୟାଚ ଜିତିଛି। ରାହୁଲ କହିଛନ୍ତି ଖେଳାଳି ରୂପରେ ବଡ଼ ଟୁର୍ଣ୍ଣାମେଣ୍ଟରେ ଆମେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ପାଇଁ ଉତ୍ସାହିତ ରହିଥାଉ। ସେ ଆଗକୁ କହିଛନ୍ତି,”ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ବହୁତ ରୋମାଞ୍ଚକର ହୋଇଥାଏ। ଦର୍ଶକଙ୍କ ପରି ଆମେ ମଧ୍ୟ ଭାବନାକୁ ଦୂର କରିପାରିନାହୁଁ ଏହି ମ୍ୟାଚ ପାଇଁ। ଆମେ ଯେବେ ଯୁବ ଖେଳାଳି ଥିଲୁ ଏପରି ମ୍ୟାଚ ଖେଳିବାକୁ ଚାହୁଁଥିଲୁ। ଯେବେବି ଖେଳ ଆରମ୍ଭ ହୁଏ ଆମ ଧ୍ୟାନ ଆଗାମୀ ବଲ ଉପରେ ଚାଲିଯାଇଥାଏ”।
ସେ କହିଛନ୍ତି ,”ମୁଁ ୨୦୧୯ ରେ ଏହିପରି ମ୍ୟାଚର ଅଂଶରହିସାରିଛି। ଥରେ ଯେବେ ଆପଣ ଗ୍ରାଉଣ୍ଡକୁ ଓହ୍ଲାଇଯିବେ ଏହା ବ୍ୟାଟ ଓ ବଲର ଖେଳ ହୋଇଥାଏ। ଆପଣ ବିରୋଧ ଟିମକୁ ସେହିପରି ଦେଖିଥାନ୍ତି ଓ ନିଜର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଥାନ୍ତି”।
ରାହୁଲ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଓପନ କରି ସୁନ୍ଦର ବ୍ୟାଟିଂ କରିବା ସହ ମଧ୍ୟକ୍ରମରେ ଜବରଦସ୍ତ ବ୍ୟାଟିଂ କରିଥାନ୍ତି।