ବ୍ୟୁରୋ ରିପୋର୍ଟ: ନେଦରଲ୍ୟାଣ୍ଡ ଓ ଜିମ୍ବାୱେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ କ୍ୟାଲିଫାୟର ବି ରେ ନିଜର ସେମିଫାଇନାଲରେ କ୍ରମଶଃ ଆମେରିକା ଓ ପପୁଆ ନ୍ୟୁ ଗେନିକୁ ହରାଇ ଆଇସିସି ଟି-୨୦ ବିଶ୍ୱକପରେ ଜାଗା ସ୍ଥିର କରିଛି। ନେଦରଲ୍ୟାଣ୍ଡ ଆମେରିକାକୁ ସେମିଫାଇନାଲରେ ୭ ୱିକେଟରେ ହରାଇଲା। ସେ ଆମେରିକାକୁ ୧୯.୪ ଓଭରରେ ୧୪୮ ରନରେ ଅଲଆଉଟ କରିଦେଇଥିଲା।ଜିମ୍ବାୱେ ପପୁଆ ନ୍ୟୁ ଗେନିକୁ ୨୭ ରନରେ ହରାଇଛି। ଟୁର୍ଣ୍ଣାମେଣ୍ଟରେ ଜିମ୍ବାୱେର ପ୍ରଥମ ବ୍ୟାଟିଙ୍ଗ ଫଇସଲା ସଫଳ ସାବ୍ୟସ୍ତ ହେଲା। ରୋଗୀସ ଚାକାବ୍ବା ଓ ଅଧିନାୟକ କ୍ରେଗ ଇର୍ବୀନର ଅନୁଭବୀ ଯୋଡି ଭଲ ଆରମ୍ଭ କରିଥିଲେ।

ଚାକାବ୍ବା ଆକ୍ରାମକ ଶୈଳୀରେ ବ୍ୟାଟିଙ୍ଗ କରି ମ୍ୟାଚର ପ୍ରଥମ ଚୌକା ପ୍ରଥମ ଓଭରରେ ହିଁ ଲଗାଇଥିଲେ ଓ ଯାହା ପରେ ସେ ସେମା କାମୀବାଙ୍କ ଓଭରରେ ଲଗାତର ତିନୋଟି ଚୌକା ଲଗାଇଥିଲେ।ଗୋଟେ ଓଭର ପରେ ସେ ଛକା ଲଗାଇଲେ ଯାହା ପରେ ସେ ଜବରଦସ୍ତ ଲାଗୁଥିଲେ। ୱିକେଟ ଗଳିବା ପରେ ମଧ୍ୟ ଜିମ୍ବାୱେର ରନ ଗତିରେ କମି ଆସିନଥିଲା। ଇର୍ବୀନ ଓ ବେସଲେ ମାଧହେବେରେ ଲଗାତର ବାଉଣ୍ଡରି ମାରିଥିଲେ। ୧୦ମ ଓଭରର ଅନ୍ତରେ ଜିମ୍ବାୱେ ଗୋଟେ ୱିକେଟ ହରାଇ ୯୦ ରନ କରିଥିଲା।
ଆଗାମୀ ୫ ଓଭରରେ ଜିମ୍ବାୱେ ଇର୍ବୀନ(୩୮) ଓ ମାଧହେବେରେ (୨୯ ବଲରେ ୪୨)ଙ୍କ ୱିକେଟ ହରାଇଦେଇଥିଲା। ମଧ୍ୟକ୍ରମ ଉପଯୋଗୀ ରନ କରି ଟିମର ସ୍କୋର ୨୦ ଓଭରରେ ୫ ୱିକେଟରେ ୧୯୯ ରନ କରିଥିଲେ। ଜିମ୍ବାୱେ ପ୍ରଥମ ଥର ହିଁ ବଲରେ ପପୁଆ ନ୍ୟୁ ଗେନିର ପ୍ରଥମ ୱିକେଟ ନେଇଥିଲା।ଏହା ପରେ ପୁଣି ଦୁଇଟି ୱିକେଟ ଗଳିଥିଲା ଯାହା ଦ୍ୱାରା ପାୱାର ପ୍ଲେରେ ସ୍କୋର ୩ ୱିକେଟରେ ୪୫ ରନ ଥିଲା। ରନରେଟ ବଢିଚାଲୁଥିଲା ଯେଯାହା ପରେ ଟୋନି ଉରାନେ ବ୍ୟାଟିଙ୍ଗରେ ଜବରଦସ୍ତ ଆରମ୍ଭ କରି ସିକନ୍ଦର ରାଜାଙ୍କ ଓଭରରେ ଦୁଇଟି ଛକା ଲଗାଇଥିଲେ। ଉରା ଆଉଟ ହେବା ପର୍ଯ୍ୟନ୍ତ ସ୍କୋର ୫ ୱିକେଟରେ ୧୩୯ ରନ ଥିଲା। ୨୦ ଓଭରରେ ଟିମ ୮ ୱିକେଟ ହରାଇ ୧୭୨ ରନ ହିଁ କରିପାରିଲା।

ଟି-୨୦ ବିଶ୍ୱକପରେ ୧୬ ଟିମ କରିବେ ଅଂଶଗ୍ରହଣ:
ସୁପର ୧୨ରେ ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ, ପାକିସ୍ତାନ ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା, ଭାରତଜ଼ ବଙ୍ଗଳାଦେଶ,ଟିମ କ୍ୟାଲିଫାଇ କରିସାରିଛି।ସେହିପରି ରାଉଣ୍ଡ ୱାନରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଜିମ୍ବାୱେ,ସ୍କର୍ୟାଣ୍ଡ, ନାମୀବିୟା,ୟୁଏସଏ,ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଟିମ ଅଛି। ଟି-୨୦ବିଶ୍ୱକପ ମେନ ରାଉଣ୍ଡ ପୂର୍ବରୁ କ୍ୟାଲିଫାଇଙ୍ଗ ମ୍ୟାଚ ହେବ।ଏଥିରେ ରାଉଣ୍ଡ ୱାନର ୮ ଟିମକୁ ୨ ଟି ଗ୍ରୁପରେ ବଣ୍ଟାଯାଇଛି। ପ୍ରତିଗ୍ରୁପର ଟପ ୨ ମେନ ରାଉଣ୍ଡରେ ପହଁଚିବେ। ଏହିପରି ମେନ ରାଉଣ୍ଡରେ ମୋଟ ୧୨ ଟିମ ଖେଳିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।