ଓଲିଉଡ ସିଙ୍ଗର ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଲଢ଼ୁଛନ୍ତି ଜୀବନ ସଂଗ୍ରାମ

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଭୟା ବହସୃଷ୍ଟି କରିଛି। କାରଣ ଏହା ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂକ୍ରମଣ କରିବା ସହ ଅଧିକ ଲୋକଙ୍କ ଜୀବନ ନେଉଛି। ଏହି ମହାମାରି କରୋନା ଅନେକ ଲୋକଙ୍କ ସଂସାର ଭାଙ୍ଗି ଦେଇଛି, ଅନେକ ପିଲାଙ୍କୁ ଅନାଥ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ବେରୋଜଗାର କରିଦେଇଛି। ବର୍ତ୍ତମାନ ଓଲିଉଡ଼ର ଜଣେ ପ୍ରସିଦ୍ଧ ସିଙ୍ଗର ତପୁ ମିଶ୍ର ମଧ୍ୟ ଏବେ ଏହି ମହାମାରିର କବଳରେ। ଆପଣଙ୍କୁ କହିରଖିବୁ ବର୍ତ୍ତମାନ ତପୁଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ରହିଛି। ସେ ଓଲିଉଡ଼ର ଜଣେ ଆଗ ଧାଡିରେ ସିଙ୍ଗର ଅଟନ୍ତି। ସେ ଅନେକ ସୁନ୍ଦର ସୁନ୍ଦର ଗୀତ ଗାଇ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି।

Google

ଆପଣଙ୍କୁ କହିରଖିବୁ ଗତ ମଇ ମାସରେ ହଠାତ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥିଲା ଯେଉଁଠି ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। ସେଠିମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ବରଂ ତାଙ୍କ ଦେହ ଅଧିକ ଖରାପ ହେବାରେ ଲାଗିଥିଲା ଯେଉଁଠି ପାଇଁ ମଇ ୨୦ରେ ପୁଣି କଟକର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା।

ବର୍ତ୍ତମାନସେ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସା ହେଉଛନ୍ତି। ସେ କରୋନାରୁ ମୁକ୍ତି ପାଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ ହୋଇଯାଇଥିଲା ଯାହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଅଛି। ତାଙ୍କ ଅକ୍ସିଜେନ ଲେବଲ କମ ହୋଇଯାଇଥିବାରୁ ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି।ଆପଣଙ୍କୁ କହିରଖିବୁ ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇସାରିଛି ଯାହା ଦ୍ୱାରା ଏବେ ତାଙ୍କ ପରିବାର ଲୋକ ସାହାଯ୍ୟର ଆଶା ରଖିଛନ୍ତି। ଯଦି ଆପଣ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା ତଥ୍ୟ ଦ୍ଵାରା ଆର୍ଥିକ ସାହାଯ୍ୟ କରିପାରିବେ।

ନାମ-ଧୃତିଦିପା ମିଶ୍ର

କାଉଣ୍ଟରେନମ୍ବର-୯୨୧୦୧୦୦୨୦୩୦୨୪୯୧

ଆଇଏଫସିକୋଡ଼-UTIB୦୦୦୦୦୨୪

ବନ୍ଧୁଗଣଆପଣଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *