ଗୁରୁଶିକ୍ଷ୍ୟ ସମ୍ପର୍କରେ କଳଙ୍କ, ୧୭ ବର୍ଷର ଛାତ୍ରକୁ ନେଇ ଶିକ୍ଷୟତ୍ରୀ ଫେରାର । ଦୈନିକ ୪ ଘଣ୍ଟା ଟ୍ୟୁସନ ଦେଉଥିଲେ ।

ଗୁରୁ ଓ ଶିକ୍ଷ୍ୟ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ। ଆଗ କାଳରେ କିପରି ଗୁରୁ ଶିକ୍ଷ୍ୟ ମଧ୍ୟରେ ସମ୍ପର୍କ ଥିଲା ତାହା ଆମେ ଜାଣିଛୁ ଆଜିକାଲି ମଧ୍ୟ ଏଭଳି ଅନେକ ଭଲ ଗୁରୁ ଶିଷ୍ୟ ଅଛନ୍ତି କିନ୍ତୁ ଆଉ କେତେକ ଖରାପ ପ୍ରକୃତିର ଲୋକଙ୍କ ପାଇଁ ଏହି ଏହି ସମ୍ପର୍କରେ କଳଙ୍କ ଲାଗିଯାଉଛି। ଏହିଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହାକୁ ଶୁଣି ସମସ୍ତେ ଛି ଛି କରୁଛନ୍ତି। ଜଣେ ଶିକ୍ଷୟିତ୍ରୀ ନିଜର ୧୭ ବର୍ଷର ଛାତ୍ର ସହ ଫେରାର ହୋଇଯାଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ସେହି ପିଲାଙ୍କୁ ଦୈନିକ ୪ ଘଣ୍ଟା ଟ୍ୟୁସନ ଦେଉଥିଲେ। ଘରୁ କୋୖଣସି ଜିନିଷ ଚୋରି କରିନଥିବା କହିଛନ୍ତି ଘର ଲୋକ।

Google

ଏହିଭଳି ଅଦ୍ଭୁତ ଘଟଣା ଘଟିଛି ହରିୟାଣର ପାନୀପତ ଅନ୍ତର୍ଗତ ଦେବରାଜ କଲୋନୀରେ। ଆପଣଙ୍କୁ କହିରଖିବୁ ଶିକ୍ଷୟତ୍ରୀ ଜଣଙ୍କ ଗୋଟେ ପ୍ରାଇଭେଟ ସ୍କୁଲରେ ଚାକିରୀ କରିଛନ୍ତି। ତାଙ୍କର ଵିବାହା ମଧ୍ୟ ହୋଇଥିଲା କିନ୍ତୁ କୌଣସି କାରଣରୁ ସେ ନିଜ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେଇ ବାପ ଘରେ ରହୁଥିଲେ। ଫେରାର ପିଲାର ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କର ୧୭ ବର୍ଷର ପୁଅ ସେହି ସ୍କୁଲରେ ପଢୁଥିଲା ଓ ସେହି ଶିକ୍ଷୟିତ୍ରୀଙ୍କ ପାଖୁକୁ ଟ୍ୟୁସନ ଯାଉଥିଲା । କିନ୍ତୁ ଜେବେଠୁ ଲକଡାଉନ ହେଇଛି ସ୍କୁଲ ନଥିବାରୁ ବାପା ଦିନକୁ ୪ ଘଣ୍ଟା ସେହି ଶିକ୍ଷୟିତ୍ରୀଙ୍କୁ ପୁଅକୁ ଟ୍ୟୁସନ କରିବା ପାଇଁ କହିଥିଲେ । ପୁଅ ୪ ଘଣ୍ଟା ଟ୍ୟୁସନ ପ୍ରତ୍ୟେକ ଦିନ ଜାଏ ଓ ଆସେ କିନ୍ତୁ ୨୯ ମଇରେ ମଧ୍ୟ କୌଣସି ପରିବର୍ତ୍ତନ ବିନା ପୂର୍ବ ପରି ପୁଅ ଟ୍ୟୁସନ ଯାଇଥିଲା କିନ୍ତୁ ଆଉ ଆସିନଥିଲା ।

Google

ଏହା ଅନେକ ସମୟ ଧରି ପୁଅ ନଆସିବାରୁ ତାର ଘରଲୋକ ବ୍ୟସ୍ତ ହୋଇପଡିଥିଲେ। ଶିକ୍ଷୟିତ୍ରୀ ଜଣଙ୍କ ମଧ୍ୟ ଘରେ ନଥିବାରୁ ଦୁହେଁ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡିଲା । ଶିକ୍ଷୟିତ୍ରୀ ଜଣଙ୍କ ଘରୁ କେବଳ ନିଜେ ପିନ୍ଧିଥିବା ମୁଦି ଛଡା କିଛି ନେଇନାହିଁ। ପୁଅର ବାପାର ଅଭିଯୋଗ ପରେ ଏବେ ପୋଲସ ଦୁହିଁଙ୍କୁ ଖୋଜିବାରେ ଲାଗିଛି ଦୁହିଁଙ୍କ ଫୋନ ମଧ୍ୟ ବନ୍ଦ ଅଛି । ଏବେ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ତଥ୍ୟ ଜଣାପଡିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *