ପ୍ରବାସୀଙ୍କୁ ଚେକିଂ ଏବଂ ସୀମାରେ ଜଗିବେ ଅଧ୍ୟାପକ ଓ ଶିକ୍ଷକ । ଏହି ରାଜ୍ୟରୁ ଫେରିଲେ କ୍ୱାରେଣ୍ଟାଇନ୍ ହେଲା ବାଧ୍ୟତାମୂଳକ, ଜାଣନ୍ତୁ ସମ୍ପୂର୍ଣ ।

Teachers and professors are guarding at the border check immigrants to fight against corona

କରୋନା ମହାମାରୀ ପାଇଁ ଏବେ ଓଡ଼ିଆ ପ୍ରବାସୀ ସବୁ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ବର୍ଡର ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଏବେ ଚେକିଂ କରିବେ ଶିକ୍ଷକ ଏବଂ ଅଧ୍ୟାପକ । ମାଲକାନଗିରିର କାଲିମେଳା ମୋଟୁରେ ସୀମାରେ କରିବେ ଚେକିଂ । ଏହି ଦାୟିତ୍ୱ ୮ଟି ସ୍କୁଲର ଶିକ୍ଷକ ଓ ୭ଟି କଲେଜର ଅଧ୍ୟାପକଙ୍କୁ ଦିଆଯାଇଛି । ମୋଟୁ ତଦସିଲଦାରଙ୍କ ତତ୍ତ୍ୱାବଧାନରେ ବର୍ଡରରେ ନିୟୋଜିତ ରହିବେ ଶିକ୍ଷକ ଓ କଲେଜର ଅଧ୍ୟାପକ । କାର୍ଯ୍ୟରେ ତୁରନ୍ତ ନିୟୋଜିତ ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ BDO ନିର୍ଦ୍ଦେଶ ଦେଇଛନ୍ତି ।

Lockdown in Odisha
Google

କରୋନା ଚେନ୍ ଭାଙ୍ଗିବା ପାଇଁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଆହୁରି କଠୋର ଗାଇଲାଇନ କରିଛନ୍ତି ରାଜ୍ୟ ସରକାର । ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ୨ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ମାଧ୍ୟତାମୂଳକ କରାଯାଇଛି । ଯଦି ୪୮ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟ କରିଥିବେ ତେବେ ୭ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ହେବ । ଏହା ସହିତ ଆନ୍ଧ୍ର ଏବଂ ତେଲେଙ୍ଗାନାର ସମସ୍ତ ରାସ୍ତାରେ ଚେକ୍‌ ପୋଷ୍ଟ ଲାଗିବ ପାଇଁ ନିର୍ଦେଶ ଦିଆଯାଇଛି । ଏଥି ପାଇଁ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ।

ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟେ୍ରନ୍‌ ଦେଖିଯାଇଛି । ତେଣୁ ଏହି ୨ ରାଜ୍ୟ ସୀମାନ୍ତ ୬ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହିତ ଚେକିଂ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କ୍ୱାରେଣ୍ଟାଇନ୍ ପରେ ପ୍ରବାସୀଙ୍କୁ ସୁରକ୍ଷିତ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର କହିଛନ୍ତି ।

Teacher Lockdown in Odisha
Google

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ପରେ ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । କରୋନା ନିୟନ୍ତ୍ରଣ ପାଇଁ ସମଗ୍ର ରାଜ୍ୟରେ ଆଜିଠାରୁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସୀମାକୁ ସିଲ୍ କରାଯାଇଛି । କେବଳ ଅତ୍ୟାବଶ୍ୟକ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ଏଥିସହ ପଶ୍ଚିମବଙ୍ଗ ପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *