ଜବରଦସ୍ତ ଫର୍ମରେ ଥାଇ ବି କାହିଁକି ମିଳୁନି ହର୍ଷଲ ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ? କଣ ବିଶ୍ୱକପରୁ ହେବେ ବାହାର?

ଭାରତୀୟ ସ୍ଲୋ ବୋଲର ସ୍ପେଶାଲିଷ୍ଟ ଭାବରେ ଯଶପ୍ରୀତ ବୁମରାଙ୍କ ପରେ ଆସିଥାଏ ହର୍ଷଲ ପଟେଲଙ୍କ ନାଁ। ନିଜର ନିଆରା ବୋଲିଂ ଶୈଳୀ ଏବଂ ଚତୁର ଗେମ ପ୍ଲାନ ପାଇଁ ଜଣା ହର୍ଷଲ ବର୍ତ୍ତମାନ ବିଶ୍ୱକପ ଖେଳିବା ନେଇ ସନ୍ଦେହ ଉପୁଜିପାରେ। ତାଙ୍କ ବୋଲିଂ ଶୈଳୀ ଏବଂ ତାଙ୍କ କୌଶଳ ଭଲ ରହିଥିଲେ ଥିଲେ ମଧ୍ୟ ସେ ଅନେକ ମ୍ୟାଚରେ ୱିକେଟ ପାଇ ପାରୁ ନାହାଁନ୍ତି। ମାତ୍ର କିଛି ମ୍ୟାଚରେ ତାଙ୍କ କମାଲ ଦେଖିବାକୁ ମିଳୁଛି। ସେ ଜଣେ ଜବରଦସ୍ତ ବୋଲର ଅଟନ୍ତି।

Google

ଭାରତରେ ଦିନକୁ ଦିନ ଆହୁରି ନୂଆ ନୂଆ ଦ୍ରୁତ ବୋଲର ନିଜର ଉତ୍ତମ ପ୍ରଦର୍ଶନ ଦେଖାଉଥିବା କାରଣରୁ ହର୍ଷଲଙ୍କା ଖେଳିବା ନେଇ ସନ୍ଦେହ ଉପୁଜିଛି। ଅର୍ସଦୀପ ସିଂ, ଅଭେସ ଖାନ ଭଳି ଯୁବ ବୋଲରଙ୍କ ଉତ୍ତମ ବୋଲିଂ କାରଣରୁ ପ୍ରାୟ ହର୍ଷଲ ଚୂଡାନ୍ତ ଏକାଦଶରେ ସ୍ଥାନ ମଧ୍ୟ ପାଇ ପାରୁ ନାହାନ୍ତି।

Google

ସୂଚନାଯୋଗ୍ୟ ଯେ, ଗତ ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ହର୍ଷଲ ଯଥାକ୍ରମେ ୨୪, ୨୪ ଏବଂ ୩୫ ରନ ଦେବା ସହିତ ୪ ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଏହା ପୂର୍ବରୁ ସେ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୪ ଓଭରରେ ୫୪ ରନ ଦେଇ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସମୁଦାୟ ୧୨ ଓଭରରେ ୮୮ ରନ ଦେଇ ୭ ଟି ୱିକେଟ ନେଇଥିଲେ।

Google

ଏଥିମଧ୍ୟରୁ ଗୋଟିଏ ମ୍ୟାଚରେ ସେ ୪ ଟି ୱିକେଟ ନେଇ ନିଜର ଉତ୍ତମ ପ୍ରଦର୍ଶନର ପରିଚିତ ଦେଇଥିଲେ। ୨୦୨୧-୨୨ ରେ ସେ ସମୁଦାୟ ୫୬ ଓଭରରେ ୮.୫୮ ଇକୋନୋମିରେ ୪୮୨ ରନ ଦେବା ସହିତ ୨୩ ଟି ୱିକେଟ ନେଇଥିଲେ। ଏଥିରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯେଉଁଥିରେ ସେ ୩.୧ ଓଭରରେ ୨୫ ରନ ଦେଇ ୪ ଟି ୱିକେଟ ନେଇଥିଲେ। ତେଣେ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ କାରଣରୁ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ପାରୁ ନାହାନ୍ତି। ତେବେ ଏଥିରୁ ସେ ବିଶ୍ୱକପ ଖେଳିବା ନେଇ ଶଙ୍କା ଉପୁଜିଛି। ସେ ବିଶ୍ୱକପ ଖେଳିବା ନେଇ ସନ୍ଦେହ ଉପୁଜିପାରେ। ତେବେ ତାହା ସମୟ ଉପରେ ନିର୍ଭର କରେ।

ତେବେ ହର୍ଷଲ ପଟେଲ ଜଣେ ଉଚ୍ଚକୋଟୀର ବୋଲର ଅଟନ୍ତି, ସେ IPL ରେ RCB ଟିମରେ ଅଛନ୍ତି।ସେ ଥରେ ପର୍ପଲ କ୍ୟାପ ବିଜେତା ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *