ତେବେ ଇଂଲଣ୍ଡ ସହିତ ଭାରତର ସିରିଜ ଏବେ ଚାଲିଛି ଆଉ ଏହାପରେ ଭାରତ ଟି ଟ୍ୱେଣ୍ଟି ଖେଳିବାକୁ ଯାଉଛି। ତେବେ ଯାହା ବିଶେଷ ରିପୋର୍ଟ ଜଣାଯାଇଛି କି ଏହାପରେ ଭାରତର କୋଚ ପରିବର୍ତ୍ତିତ ହେବାକୁ ଯାଉଛି। ରୋହିତ ଶର୍ମା ଏବେ ତାଙ୍କ ଅଧୀନରେ ଖେଳିବେ ଆଉ ଭାରତର କୋଚ ପରିବର୍ତ୍ତିତ ହେବେ। ଟେଷ୍ଟ ସିରିଜ ସମାପ୍ତ ହେବା ପରେ ଭାରତକୁ ଟି ଟ୍ୱେଣ୍ଟି ସିରିଜ ଖେଳିବାକୁ ଅଛି ଯାହାର ପ୍ରଥମ ମ୍ୟାଚ ୭ ଜୁଲାଇକୁ ହେବାର ଅଛି।

ଇଂଲଣ୍ଡରେ ଦୁଇଟି ଭାରତୀୟ ଟିମ ଖେଳୁଥିଲେ , ଗୋଟେ ଟିମ ଯାହା କି ଟେଷ୍ଟ ସିରିଜ ଖେଳୁଥିଲା ଆଉ ଗୋଟେ ଟିମ ଯାହା କି ଟି ଟ୍ୱେଣ୍ଟି କ୍ରିକେଟର ପ୍ରସ୍ତୁତିରେ ଲାଗିଛି। ଟେଷ୍ଟ ଟିମର ଖେଳାଳି ଯେଉଁମାନେ କି ଟି ଟ୍ୱେଣ୍ଟି ଟିମର ଅଂଶ ଅଟନ୍ତି ସେମାନେ ଦ୍ୱିତୀୟ ଟି ଟ୍ୱେଣ୍ଟି ଠାରୁ ଟିମ ସହ ଯୋଡିବାକୁ ଯାଉଛନ୍ତି। ତେବେ ଭାରତର ଟେଷ୍ଟ ମ୍ୟାଚ ୫ ଜୁଲାଇକୁ ସମାପ୍ତ ହୋଇଯାଇଛି। ତେଣୁ ଭାରତକୁ ସିରିଜ ଖେଳିବା ପାଇଁ ସମୟର ଆବଶ୍ୟକତା ଅଛି।
ଏପରି ସ୍ଥଳରେ ଭାରତର କୋଚ ମଧ୍ୟ ଗୋଟେ ଟି ଟ୍ୱେଣ୍ଟି ପାଇଁ ପରିବର୍ତ୍ତିତ ହେବାକୁ ଯାଉଛି ଆଉ ଏହି ଟି ଟ୍ୱେଣ୍ଟି ପାଇଁ ଭାରତର କୋଚ ରାହୁଲ ଦ୍ରାଭିଡ ନୁହଁ ବରଂ ଭିଭିଏସ ଲକ୍ଷ୍ମଣ ହେବାକୁ ଯାଉଛନ୍ତି। ଭିଭିଏସ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତର ସିରିଜରେ ଭାରତ ପକ୍ଷରୁ କୋଚ ଥିଲେ ଆଉ ତାଙ୍କ ଅଧୀନରେ ଭାରତ ଆୟରଲ୍ୟାଣ୍ଡ ୨-୦ ରେ ଟି ଟ୍ୱେଣ୍ଟି ସିରିଜ ହରେଇ ଥିଲା।

ଲକ୍ଷ୍ମଣ ଭାରତର କୋଚ ଥିଲେ କାରଣ ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାଭିଡ଼ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଇଂଲଣ୍ଡ ଯାଇଥିଲେ। ତେବେ ଲକ୍ଷ୍ମଣଙ୍କ ଅଧୀନରେ ହିଁ ଭାରତ ଏହି ସିରିଜ ଡୋମିନେଟ କରିପାରିଲା। ଦୁଇଟି ଟିମ ୭ ଜୁଲାଇ ଠାରୁ ତିନି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି। ପ୍ରଥମ ଟି ଟ୍ୱେଣ୍ଟି ୭ ଜୁଲାଇ ଠାରୁ ସାଉଥଆମ୍ପଟନ ଠାରେ ହେବ ଆଉ ଦ୍ୱିତୀୟ ମୁକାବିଲା ୯ ଜୁଲାଇ ଠାରୁ ବର୍ମୀଂହମ ଠାରେ ହେବାକୁ ଯାଉଛି। ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ ଶେଷରେ ନଟିଂହମରେ ଖେଳାଯିବାକୁ ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।