IND VS ENG: ଭାରତୀୟ ଦଳ କଲା ଆଉ ଏକ ବିଚିତ୍ର ରେକର୍ଡ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ୩୨୯ରନ କଲେ। ଏହା ସହିତ ଭାରତୀୟ ଦଳ ଏକ ବିଚିତ୍ର ରେକର୍ଡ ନିଜ ନାମରେ କରିନେଲେ,ଯେଉଁଟା ଚାରିଆଡେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହା ଟେଷ୍ଟର କୌଣସି ପାଳିରେ ବିନା ଅତିରିକ୍ତ ରନରେ ସବୁଠାରୁ ବଡ଼ ସ୍କୋର ଅଟେ ବୋଲି ଜଣା ଯାଇଛି। ଆମର ବ୍ୟାଟ୍ସମ୍ୟାନ୍ ୯୫.୫ ଓଭର ବ୍ୟାଟିଂ କଲେ। ଇଂଲଣ୍ଡର ବୋଲରମାନେ ପାଳିରେ ଗୋଟିଏ ବି ଅତିରିକ୍ତ ରନ ଦେଇନାହାନ୍ତି। ଏହା ପୂର୍ବରୁ ବିନା ଅତିରିକ୍ତ ରନରେ ସବୁଠାରୁ ବଡ଼ ସ୍କୋର କରିବାର ରେକର୍ଡ ପାକିସ୍ତାନର ନାମରେ ଥିଲା।ସେ ଭାରତ ବିରୁଦ୍ଧରେ ୧୯୯୫ରେ ଲହୋରରେ ୩୨୮ ରନର ରେକର୍ଡ କରିଥିଲେ। ତେବେ ଭାରତୀୟ ଦଳ ୧୮୭.୫ ଓଭର ବୋଲିଂ କରିଥିଲେ।

Google

ଭାରତ ଓ ଇଂଲଣ୍ଡ ଓ ଭାରତ ଓ ପାକିସ୍ତାନ ଛଡା କେବେବି ବିନା ଅତିରିକ୍ତ ରନରେ ୩୦୦ରୁ ଅଧିକ ରନ କୌଣସି ବି ପାଳିରେ ହୋଇନାହିଁ। ଚେନ୍ନାଇର ସ୍ପିନ ପିଚରେ ଭାରତୀୟ ଦଳର ସ୍କୋର ଭଲ ବୋଲି କୁହାଯାଉଅଛି। ଚାରୋଟି ମ୍ୟାଚର ସିରିଜରେ ଇଂଲଣ୍ଡ ଦଳ ୧-୦ରେ ଆଗରେ ଗତି କରୁଛି। ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନଶିପର ଫାଇନାଲର ଦୌଡ଼ରେ ରହିବା ପାଇଁ ଭାରତୀୟ ଦଳକୁ ଏହି ମ୍ୟାଚ ଜିତିବା ନିହାତି ଜରୁରୀ ଅଟେ ନହେଲେ ଫାଇନାଲକୁ ଯିବା ବହୁତ କଠିନ ହେବ। ଇଂଲଣ୍ଡର ବିରୁଦ୍ଧରେ ବର୍ତ୍ତମାନର ସିରିଜରେ ଭାରତ ପ୍ରଥମ ଟେଷ୍ଟ ହାରି ଯାଇଥିଲା ଓ ସେ ଏବେ ୦-୧ରେ ପଛରେ ଗତି କରୁଛି ବୋଲି ଜଣା ଯାଇଛି।

ରିଷବ ପନ୍ତ ଭାରତୀୟ ଦଳ ତରଫରୁ ୫୮ ରନର ଅପରାଜିତ ପାଳି ଖେଳିଛନ୍ତି ଯାହା ବହୁତ ମହତ୍ତ୍ୱପୂର୍ଣ୍ଣ ପାଳି ଅଟେ। ସେ ୩ଟି ଛକା ମଧ୍ୟ ଲଗାଇଛନ୍ତି ଯେଉଁଥିରେ ବଡ଼ ବଡ଼ ଲମ୍ବା ଛକା ସାମିଲ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଅର୍ଦ୍ଧଶତକ ଅଟେ ବୋଲି ଜଣା ଯାଇଛି। ପନ୍ତଙ୍କର ପ୍ରଦର୍ଶନ ଦେଖିବା ତ ଏହା ତାଙ୍କର ୫ଟି ପାଳିରେ ଚତୁର୍ଥ ଅର୍ଦ୍ଧଶତକ ଅଟେ। ତିନିଥର ତ ସେ ୯୦ରୁ ଅଧିକ ରନ କରିବାରେ ସଫଳତା ଲାଭ କରିଛନ୍ତି। ପନ୍ତ ୧୮ ଅଗଷ୍ଟ ୨୦୧୮ରେ ଟେଷ୍ଟ ପଦାର୍ପଣ କରିବାର ନଜର ଆସିଥିଲେ। ଏହାପର ଠାରୁ ଟେଷ୍ଟରେ ସବୁଠାରୁ ଅଧିକ ଛକାର କଥା କୁହାଯିବ ତେବେ ପନ୍ତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ବେନ ଷ୍ଟ୍ରୋକସ ୩୭ଟି ଛକା ସହିତ ଆଗରେ ନିଜକୁ ନେଇ ଗତି କରୁଛନ୍ତି। ରିଷବ ପନ୍ତ ୩୧ଟି ଛକା ସହ ଓ ହିଟମାନ ରୋହିତ ଶର୍ମା ୨୮ଟି ଛକା ସହିତ ୩ୟ ସ୍ଥାନରେ ଅଛନ୍ତି ବୋଲି ଜଣା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *